ଅଟୋରେ ଆସି ଭୋଟ୍ ଦେଲେ ପାଣ୍ଡିଆନ

ଜନସାଧାରଣଙ୍କୁ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କଲେ

ଭୁବନେଶ୍ୱର: ଶନିବାର ସକାଳେ ବିଜେଡି ନେତା ଭିକେ ପାଣ୍ଡିଆନ ୟୁନିଟ୍-୬ର ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ୍ ଦେଇଛନ୍ତି। ସକାଳୁ ଏକ ଅଟୋରେ ବସି ବୁଥରେ ପହଞ୍ଚି ଲମ୍ବା ଧାଡିରେ ଲାଇନରେ ଛିଡା ହୋଇ ସେ ଭୋଟ୍ ଦେଇଛନ୍ତି। ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।
ଅଟୋ ଚାଳକ ସଂଘ ମୋତେ ଆଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି। ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ଆଜି ପଡିଲା। ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

Share Now:

Kalinga News Beuro

Next Post

ଖୁବ ଶୀଘ୍ର ମୋଦୀ କହିବେ ମୋର ପୂଜା କର : ଓୱେସି

Sun May 26 , 2024
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ବିହାରରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ମଧ୍ୟ ଜୋରସୋରରେ ପ୍ରଚାର କରିଥିଲେ। ଏହି ସମୟରେ ଓୱେସି ବିହାରର ପାଲିଗଞ୍ଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯେତେବେଳେ ମୋଦୀ ଜି ୨୦୧୪ ରେ ଆସିଥିଲେ ସେତେବେଳେ ସେ ଭଲ ଦିନ ଆଣିବେ ବୋଲି କହିଥିଲେ। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଆସିବ ଏବଂ ପ୍ରତିବର୍ଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial