ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ଜୁନ୍‌ ୨୩ରେ ଭୋଟ୍‌: ସିଡବ୍ଲୁସି

ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ଜୁନ୍‌ ୨୩ରେ ଭୋଟ୍

ନୂଆଦିଲ୍ଲୀ : କଂଗ୍ରେସ ପାର୍ଟିର ନୂତନ ଅଧ୍ୟକ୍ଷ ଚୟନ ନିମ‌ନ୍ତେ ଜୁନ୍‌ ୨୩ ତାରିଖରେ ମତଦାନ ଆୟୋଜନ କରାଯିବ ବୋଲି ଆଜି କଂଗ୍ରେସ ୱାର୍କିଙ୍ଗ୍‌ କମିଟି ନିଷ୍ପତ୍ତି ନେଇଛି। ପୁନଶ୍ଚ ଦଳର ଅଧ୍ୟକ୍ଷ ହେବା ଲାଗି ରାହୁଲ୍‌ ଗାନ୍ଧୀଙ୍କୁ ପ୍ରାୟ ଦୁଇ ବର୍ଷ ଧରି ବୁଝାଇବାରେ ଦଳର ବରିଷ୍ଠ ନେତାମାନେ ବିଫଳ ହେବାରୁ ଆଜି ଏକଥା ସ୍ଥିର ହୋଇଥିବା ଜଣାପଡ଼ିଛି। ସ୍ମରଣଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହେବା କାରଣରୁ ରାହୁଲ୍‌ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେ ୨୦୧୭‌ରେ କଂଗ୍ରେସର ଅଧ୍ୟକ୍ଷ ଭାର ଗ୍ରହଣ କରିଥିଲେ।
ସେବେଠାରୁ ସୋନିଆ ଗାନ୍ଧୀ ଦଳର ଅସ୍ଥାୟୀ ଅଧ୍ୟକ୍ଷା ଭାବେ ଦାଇତ୍ୱ ତୁଲାଇ ଆସୁଛନ୍ତି। କଂଗ୍ରେସ ୱାର୍କିଙ୍ଗ୍‌ କମିଟି ମଧ୍ୟ ପ୍ରାୟ ଦୁଇ ବର୍ଷ ହେବ ଦଳର ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖିଥିଲା। ଗତବର୍ଷ ଅଗଷ୍ଟ ମାସରେ ଅଧ୍ୟକ୍ଷ ଚୟନ ପାଇଁ ବହୁ ଆଶା ଆକାଙ୍‌କ୍ଷାରେ ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’ର ବୈଠକ ବସିଥିଲା। କିନ୍ତୁ, ଶେଷକୁ ସେମାନେ ପୁଣି ଛଅ ମାସ ପାଇଁ ଅସୁସ୍ଥ ସୋନିଆ ଗାନ୍ଧୀଙ୍କୁ କାମଚଳା ଦଳର ଅଧ୍ୟକ୍ଷ ଦାୟିତ୍ବରେ ରହିବାକୁ ଅନୁରୋଧ କରିଥିଲେ। ଛଅ ମାସ ପରେ ଅର୍ଥାତ୍ ଫେବୃୟାରୀ ମାସରେ ଅଭ୍ୟନ୍ତରୀଣ ମତଦାନ ପାଇଁ ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’‌ ଯୋଜନା କରିଥିଲା, କିନ୍ତୁ ପାଞ୍ଚଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପରେ ତାହା କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Share Now:

Kalinga News Beuro

Next Post

ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସୁନି: ଅସମ୍ଭାଳ ହେଉଛି ମଇ ମାସ

Mon May 10 , 2021
୯ଦିନରେ ୯୧୯୯, ୬୫୧୬ ସୁସ୍ଥ, ୧୯ମୃତ, କରୋନା ଏବେ ଶୀର୍ଷରେ ଭୁବନେଶ୍ୱର : ରାଜଧାନୀରେ କରୋନା ଏବେ ଶୀର୍ଷରେ ପହଞ୍ଚିଛି। କରୋନା‌ର ଦ୍ଵିତୀୟ ଲହରରେ ଏପ୍ରିଲ ୧ରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ମେ’ରେ ସ୍ଥିତି ଅସମ୍ଭାଳ ହେଲାଣି। ଏପରିକି ଗତ ୬ ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସୁନି। ଗତ ୯ ଦିନରେ କେବଳ ୯୧୯୯ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହି […]
ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସୁନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial