ହିଞ୍ଜିଳିରେ ଜିତିଲେ ନବୀନ : ଇତିହାସ ବନିବାକୁ ଯାଉଛି ଅପରାଜୟ ଓ ଅଜୟର ଟ୍ୟାଗ୍

ଭୁବନେଶ୍ୱର: ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା। ଇତିହାସ ବନିବାକୁ ଯାଉଛି ଅପରାଜୟ ଓ ଅଜୟର ଟ୍ୟାଗ୍। ଓଡ଼ିଶାରେ ଭୁଷିଡ଼ିଛି ବିଜେଡି ଗଡ଼। ଷଷ୍ଠ ଥରର ରେକର୍ଡ ନୁହେଁ, ଔପଚାରିକତା ଏବେ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ କାହାଣୀ। ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୟଯାତ୍ରାରେ ଏବେ ଲାଗିଛି ବିରାମ, ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ। ରାଜନୀତିର ସାଗୁଆ ଦୁର୍ଗ ଓଡିଶା ଏବେ ଗେରୁଆ। ଓଡ଼ିଶାରେ ପରିବର୍ତ୍ତନ ବି ଏମିତି ପରିବର୍ତ୍ତନ ଆସିପାରେ, ଅନେକଙ୍କୁ ବିଶ୍ୱାସ ନହେଲେ ମଧ୍ୟ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ନବୀନ ପଟ୍ଟନାୟକ ହିଞ୍ଜିଳିରେ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜିରେ ପଛୁଆ ଅଛନ୍ତି।
ନିରଙ୍କୁଶ ଶାସନ, ବ୍ୟକ୍ତିତ୍ୱର ମ୍ୟାଜିକ ଓ କ୍ଷମତାର ପତିଆରାରେ ଜନମତକୁ ଜାଗିର ଭାଗିବା ମସ୍ତବଡ଼ ଭୁଲ, ତାହା ଓଡ଼ିଶା ନିର୍ବାଚନ ଫଳାପଳରୁ ପ୍ରତିପାଦିତ ହୋଇଛି। ରାଜନୀତିରେ ଜନତା ବିଶ୍ୱାସ କଲେ, ଆଖିବୁଜି ସୁନା କଳସ ଢାଳିଦିଅନ୍ତି, ଯଦି ଅବିଶ୍ୱାସ କରନ୍ତି ପାଦ ତଳୁ ଭୂଇଁ ଟାଣି ଆଣନ୍ତି। ରାଜନୀତିରେ ରାବିଡି ଦେବୀ, ବିକାଶର ଓ ରୁପାନ୍ତରଣ ନାଁରେ ନେଇ ଜନମତକୁ ପ୍ରଭବିତ କରିବା ଯେ ଅସମ୍ଭବ ତାହା ଓଡ଼ିଶା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ନେତା ବନିବା ସହଜ ନୁହେଁ, ନେତାଙ୍କ ପାଇଁ ସାଧାରଣ ଜନତା ଜନାର୍ଦ୍ଦନ। ଯଦି ନେତା ବାଟ ହୁଡ଼ିବେ, ଜନତାଙ୍କ ମନୋଭାବ ପ୍ରତି ସମ୍ବେଦନଶୀଳ ନହହୋଇ ବଚସ୍କର ପାଲଟିବେ, ଯେତେ ଶକ୍ତିଶାଳୀ ହେଲେ ବି ସେମାନେ ନବୀନଙ୍କ ଦଶା ଭୋଗିବେ ତାହାର ସବୁଠୁ ବଡ଼ ଉଦାହରଣ ନବୀନଙ୍କ ଶେଷ ପାଳିର ରାଜନୀତି ଦର୍ଶାଉଛି।

Share Now:

Kalinga News Beuro

Next Post

୨୪ ବର୍ଷ ଧରି ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ : ବିଜେଡି

Tue Jun 4 , 2024
ଭୁବନେଶ୍ୱର: ସାଧାରଣ ନିର୍ବାଚନ-୨୦୨୪ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି। ୨୧ରୁ ୧୯ଟି ଆସନରେ ବିଜେପି ବିଜୟ ହାସଲ କରିଛି। ସେହିପରି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡିକୁ ନିରାଶ ହେବାକୁ ପଡ଼ିଛି। ବିଜେଡିକୁ ୫୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୦ଟି ଆସନରେ ଆଗୁଆ ଅଛି। ନିର୍ବାଚନ ଫଳାଫଳ ସଂପୂର୍ଣ୍ଣ ରୂପେ ଘୋଷଣା ହୋଇଥିବା ବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସାଢ଼େ ଚାରିକୋଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial