ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧକରି ବିଜେପିର ରାଲି

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ରାଜଧାନୀ ଭୁବନେଶ୍ବରରେ ନବୀନ ନିବାସ ଅଭିମୁଖେ ବିଜେପିର ରାଲି ବାହାରିଛି। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଆହ୍ୱାନ ଦେଇଛି ଦଳ। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଲୋୟର ପିଏମଜିରୁ ନବୀନ ନିବାସ ଅଭିମୁଖେ ବାହାରିଛି। ଏଥିରେ ବରିଷ୍ଠ ନେତା ବାବୁ ସିଂହ, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନଙ୍କ ଶତାଧିକ ପୁରୁଷ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି।
ସେହିପରି ବିଜୁ ପଟ୍ଟନାୟକ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଳାପତାକା ପ୍ରଦର୍ଶନ କରୁଥିବା ଯୁବ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ। ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ସେଠାରେ ବିରୋଧ କରାଯିବ ବୋଲି ଦଳ ପୂର୍ବରୁ ଚେତାବନୀ ଦେଇଥିଲା। ସେହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଗଡ଼ିବାକୁ ଦିଆଯିବ ନାହିଁ ବୋଲି ଦଳ କହିଛି। ଏଥିସହ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତିଳିକା ଦାହ କରିବ ବିଜେପି।

Share Now:

Kalinga News Beuro

Next Post

ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

Mon Nov 8 , 2021
ଭୁବନେଶ୍ବର: ନୀରବି ଗଲା ‘କଟାକ୍ଷ’ର ଶାଣିତ ସ୍ବର। ଦୈନିକ ଖବରକାଗଜ ‘ସମ୍ବାଦ’ରେ ପ୍ରକାଶିତ ହେଉଥିବା ଲୋକପ୍ରିୟ ପକେଟ କାର୍ଟୁନ୍ ‘କଟାକ୍ଷ’ରେ ଶାଣିତ ଶବ୍ଦ ଓ ଭିନ୍ନ ଶୈଳୀର ରେଖାଚିତ୍ରର ସ୍ରଷ୍ଟା କିଶୋର ରଥ ଆଉ ନାହାନ୍ତି। ଆଜି ସକାଳେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି […]
କିଶୋର ରଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial