୬ଟି ଜିଲ୍ଲା ପାଇଁ ନୂତନ ସଭାପତିଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

୬ଟି ଜିଲ୍ଲା ପାଇଁ ନୂତନ ସଭାପତି

ଭୁବନେଶ୍ୱର: ଆଜି ୬ଟି ଜିଲ୍ଲା ପାଇଁ ବିଜେଡିର ନୂତନ ସଭାପତିଙ୍କ ନାମ ବିଜେଡି ସୁପ୍ରିମୋ ନିଯୁକ୍ତ କରିଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପାଇଁ ସଭାପତି ଭାବେ ଡ଼.ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ପାଇଁ ଝିନ ହିକକା, ବରଗଡ଼ ପାଇଁ ପ୍ରଭାସ କୁମାର ସିଂହ, ରାଉରକେଲା ପାଇଁ ହାଲୁ ମୁଣ୍ଡାରୀ, ଝାରସୁଗୁଡା ଜିଲ୍ଲା ବିଜେଡିର ନୂତନ ସଭାପତି ଭାବେ ରବି ସିଂହଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ଦେବୀ ପ୍ରସାଦ ଭୁତିଆ, କୋରାପୁଟ ପାଇଁ ପ୍ରଶାନ୍ତ ଗୁପ୍ତା, ବରଗଡ଼ ପାଇଁ ସୁଶାନ୍ତ ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

Share Now:

Kalinga News Beuro

Next Post

ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

Fri Jul 7 , 2023
ଖୋର୍ଦ୍ଧା: ଐତିହାସିକ ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର ପାଇଁ ଆଜି ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସାଂସଦ ରବୀନ୍ଦ୍ରନାଥ ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ଠାରେ ବିକାଶ ମଞ୍ଚର କର୍ମକର୍ତ୍ତାଙ୍କ ଏକ ପ୍ରତିନିଧି ଦଳ ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ରବୀନ୍ଦ୍ରନାଥ ଜେନାଙ୍କୁ […]
ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial