ଏଚଡିଏଫସି ବ୍ୟାଙ୍କ ଉପ-ସଭାପତିଙ୍କ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ

ଭୁବନେଶ୍ୱର : ଏଚଡିଏଫସି ବ୍ୟାଙ୍କ ଲିମିଟେଡ଼ ଓଡିଶା ମଣ୍ଡଳର ଉପ-ସଭାପତି ଶ୍ରୀ ରିତେଶ ପାଢ଼ୀ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗତ ଶୁକ୍ରବାର ଶ୍ରୀ ପାଢ଼ୀ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ଥିବା ଏଚଡିଏଫସି ବ୍ୟାଙ୍କର ଅନେକ ଶାଖାରେ କିଭଳି ଭାବରେ ସ୍ଥାନୀୟ ଶିକ୍ଷିତ ଯୁବକମାନଙ୍କୁ ରୋଜଗାରକ୍ଷମ କରିହେବ ସେ ବିଷୟରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଥିବା ଶାଖା ଗୁଡିକରେ ତଥା ନୂତନ ଶାଖା ମାନଙ୍କରେ ସ୍ଥାନୀୟ ଶିକ୍ଷିତ ଯୁବକମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆଯାଉଛି ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଶ୍ରୀ ପାଢ଼ୀଙ୍କ ସହକର୍ମୀ ଶ୍ରୀ କିଶୋର ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଜଳବନ୍ଦୀ ସମସ୍ୟାକୁ ନେଇ ସାଂସଦଙ୍କ ସମୀକ୍ଷା: ‘କୌଣସି ପରିସ୍ଥିତିରେ ପ୍ରଭାବିତ ହେବନି ଗୋଟିଏ ବି ଜୀବନ’

Sun Jun 16 , 2024
ସଫା ହୋଇନି ୫୦ ପ୍ରତିଶତ ନଳା, ଆମେ ପ୍ରସ୍ତୁତ-ବିଏମ୍‌ସି ଭୁବନେଶ୍ୱର: ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ରାଜଧାନୀ। ବର୍ଷ ବର୍ଷ ଧରି ଜଳବନ୍ଦୀ ସମସ୍ୟା ସମାଧାନ ହୋଇ ପାରୁନି। ଏଭଳି ଏକ ଗୁରୁତର ପ୍ରସଙ୍ଗକୁ ନେଇ ଆଜି ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏହି ସମୀକ୍ଷା ବୈଠକରେ କୌଣସି ପରିସ୍ଥିତିରେ ଯେଭଳି ଗୋଟିଏ ବି ଜୀବନ ପ୍ରଭାବିତ ହେବନି ତାହା ଉପରେ ଗୁରୁତ୍ୱ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial