ଜଳକା ନଦୀରେ ବନ୍ୟା ପରିସ୍ଥିତି: ବିପଦ ସଂକେତ ଉର୍ଦ୍ଧ୍ବରେ ଜଳସ୍ତର

ଜଳକା ନଦୀରେ ବନ୍ୟା

ବସ୍ତା: ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ବରେ ରହିଛି। ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକରେ ଲୋକେ ଏଥିନେଇ ଆଶଙ୍କିତ ଥିବା କୁହାଯାଉଛି। ଜଳସେଚନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବିପଦ ସଂକେତ ୫.୫ମିଟର ଥିବାବେଳେ ଅପରାହ୍ନରେ ୬.୪ମିଟର ରହିଛି। ଦୀର୍ଘ ୩ଘଣ୍ଟା ଧରି ଜଳସ୍ତର ଏହି ପରିମାଣରେ ପ୍ରବାହିତ ହେଉଥିବା ବେଳେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି। ତେବେ ଜଳସେଚନ ବିଭାଗ ଏସ ଡି ଓ ନିର୍ମଳକାନ୍ତି ଜେନା ସୂଚନା ଦେଇ କହିଛନ୍ତି ଯେ.ଆବାହମାନ କାଳରୁ ଜଳକାନଦୀ ବିପଦ ସଂକେତ ୫,୫ମିଟର ରହିଆସୁଛି ଏହାର ବିପଦ ସଂକେତ ୭ ମିଟରରେ ରଖିବା ପାଇଁ ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ତାହା ପରିବର୍ତ୍ତନ ହୋଇନାହିଁ। ହେଲେ ବିପଦ ସଂକେତ ୧୦ମିଟର ଉର୍ଦ୍ଧ୍ବରେ ରହିଲେ ବିପର୍ଯ୍ୟୟ ହେବାର ସମ୍ଭାବନା ରହିବ, କିନ୍ତୁ ୫.୫ମିଟର ଜଳସ୍ତର ରୁ ୬.୪ମିଟର ରେ ଜଳ ପ୍ରବାହିତ ହେଲେ ଅଞ୍ଚଳ ବାସୀ ଭୟଭୀତ ହେବାର ନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ନଦୀର ଦୁଇପଟରେ ଭେଡି ବନ୍ଧ ସ୍ଥାୟୀ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ବାଲେଶ୍ବର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରିରହିଛି। ତେବେ ଉତ୍ତର ବାଲେଶ୍ବର ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ବେଳେ ବାଲେଶ୍ବର ସଦର, ସୋର, ବାହାନଗା, ସିମୁଳିଆ, ଖଇରା ନୀଳଗିରି, ଔପଦା ଓ ରେମୁଣା ଅଞ୍ଚଳରେ କମ୍‌ ବର୍ଷା ‌ ହୋଇଥିବା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଜଳକାନଦୀରେ ବିପଦସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ଜଳସ୍ତର ସ୍ବାଭାବିକ ରହିଥିବା ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

୪୫ ସଚିବ, ୪୧ ଯୁଗ୍ମ ସଚିବଙ୍କୁ ନିଯୁକ୍ତ କରିବା ସହ ଦାୟିତ୍ୱ ଆବଣ୍ଟନ କଲେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ

Thu Aug 20 , 2020
ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଆଜି ବିଭିନ୍ନ କ୍ଷେତ୍ର ପାଇଁ ୪୫ ଜଣ ସଚିବ ଓ ୪୧ ଜଣଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ନୂଆ ଦଳୀୟ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରିଛନ୍ତି। କିଶୋର ତରାଇ ଓ ସଂଘମିତ୍ରା ଦଳେଇ ଅନୁସୂଚୀତ ଜାତି ବିକାଶ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁଭବ ପଟ୍ଟନାୟକ, କେ.ଶାନ୍ତି ଓ ବିଷ୍ଣପ୍ରିୟା ଦାସଙ୍କୁ […]
ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial