କଳିଙ୍ଗ ପରେ ଆମ୍ରି‌ରେ ଚଢ଼ଉ, ଔଷଧ ନମୁନା ସଂଗ୍ରହ

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ ପରେ ପାଳି ପଡ଼ିଛି ଆମ୍ରି ହସ୍ପିଟାଲର। ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଆଜି ଆମ୍ରି ହସ୍ପିଟାଲରେ ଚଢ଼ଉ କରାଯିବା ସହ ଔଷଧ ନମୁନା ସଂଗ୍ରହ କରାଯାଇଛି। ତେବେ ଲଗାତାର ଦୁଇଟି ବଡ଼ ବଡ଼ ହସ୍ପିଟାଲରେ ଚଢ଼ଉ କରାଯିବା ପରେ ରାଜଧାନୀର ଅନ୍ୟାନ୍ୟ ହସ୍ପିଟାଲଗୁଡ଼ିକରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ୩ଜଣିଆ ଟିମ୍ ଆମ୍ରିରେ ଯାଞ୍ଚ କରିଥିଲେ। ହସ୍ପିଟାଲର ସେଣ୍ଟ୍ରାଲ ଡ୍ରଗ୍ ଷ୍ଟୋରଠାରୁ ଆରମ୍ଭ କରି ଓପିଡି ଓ ଆଇପିଡିରେ ଯାଞ୍ଚ ହୋଇଥିଲା। ଏହି ସମୟରେ ହସ୍ପିଟାଲରୁ ୬ରୁ ଅଧିକ ଔଷଧ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ଆଜି ଦିନଭରି ହସ୍ପିଟାଲରେ ଯାଞ୍ଚ ଜାରି ରହିଥିଲା। ୩ ଜଣିଆ ଟିମ୍‌ ହସ୍ପିଟାଲର ରେକଡ୍‌ପତ୍ର ଯାଞ୍ଚ କରିଥିଲେ। ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, ଆଜି ଆମ୍ରି ହସ୍ପିଟାଲରେ ଚଢ଼ଉ କରାଯାଇଛି। ଯେଉଁ ଯେଉଁ‌ କ୍ଷେତ୍ରରେ ହସ୍ପିଟାଲ୍‌ ନିୟମ ଉଲ୍ଲଂଘନ କରିଥିବା ନଜରକୁ ଆସିବ, ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଆବଶ୍ୟକ ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଏନେଇ ଆମ୍ରି ହସ୍ପିଟାଲର ମତାମତ ମିଳି ପାରିନାହିଁ।

Share Now:

Kalinga News Beuro

Leave a Reply

Next Post

ତଲାକ୍‌ ବିଲ୍‌କୁ ସଂସଦର ମୋହର, ଶେଷରେ ରାଜ୍ୟସଭାରେ ଗୃହୀତ

Wed Jul 31 , 2019
ସପକ୍ଷରେ ୯୯, ବିରୋଧରେ ୮୪ ବିଜେଡିର ସମର୍ଥନ, ଜେଡିୟୁର କକ୍ଷତ୍ୟାଗ ନୂଆଦିଲ୍ଲୀ: ବିବାଦୀୟ ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌) ବିଲ୍‌କୁ ଆଜି ସଂସଦ ଅନୁମୋଦନ ପ୍ରଦାନ କରିଛି। ଲୋକସଭାରେ ଗତ ୨୫ ତାରିଖ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌ ଆଜି ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଛି। ଏବେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରି ପାଇଁ ପଠାଯିବ। ଏହା ଆଇନରେ ପରିଣତ ‌ହେଲେ ଏକା ଥରକେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial