ଉପନିର୍ବାଚନ ପାଇଁ ତିର୍ତ୍ତୋଲ ଓ ବାଲେଶ୍ବରରେ ଭର୍ଚୁଆଲ ରାଲି କରିବେ ନବୀନ

ଭର୍ଚୁଆଲ ରାଲି କରିବେ ନବୀନ

ଭୁବନେଶ୍ବର: ବାଲେଶ୍ବର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ଆସନ ଲାଗି ହେଉଥିବା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯିବେ ନାହିଁ। ବରଂ ଭର୍ଚୁଆଲ ପ୍ରଚାର କରିବେ। ଆସନ୍ତାକାଲି ଅର୍ଥାତ୍ ୨୮ ତାରିଖରେ ନବୀନ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବେ। ଏଥିପାଇଁ ଦଳୀୟ ପ୍ରସ୍ତୁତି ଆପାତତଃ ଶେଷ ହୋଇଛି ଓ ନେତାମାନେ ନିର୍ବାଚନମଣ୍ଡଳୀରେ ବ୍ୟାପକ ଆୟୋଜନ କରିଛନ୍ତି। ସେହିଭଳି ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ବର ସଦର ଆସନ ଲାଗି ଦଳୀୟ ପ୍ରାର୍ଥୀ ସ୍ବରୂପ ଦାସଙ୍କ ଲାଗି ଅନୁରୂପ ଢଙ୍ଗରେ ପ୍ରଚାର କରିବେ। କୋଭିଡ୍ ନିୟମ ଅନୁଯାୟୀ ସମୁଦାୟ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମାଗମ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

Share Now:

Kalinga News Beuro

Next Post

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

Wed Oct 28 , 2020
ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଆରମ୍ଭ ହୋଇଛି। ଆଜି ମୋଟ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟ ପାଇଁ ମୋଟ ୨ କୋଟି ୧୫ ଲକ୍ଷ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ପୁରୁଷ ଥିବାବେଳେ ୧ କୋଟି ମହିଳା ଭୋଟର ଅଛନ୍ତି। ଏହା ସହିତ ୫୯୯ ଜଣ […]
ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial