ସୁନାରେ ଛାଉଣୀ ହେବ ସୋମନାଥ ମନ୍ଦିର: ୧୪୦୦ କଳସରେ ଦିଆଯିବ ସୁନା ପ୍ରଲେପ

ସୁନାରେ ଛାଉଣୀ ହେବ ସୋମନାଥ ମନ୍ଦିର

ଅହମ୍ମଦାବାଦ: ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ସୋମନାଥ ମନ୍ଦିର ଅନ୍ୟତମ। ଇତିହାସରେ ଅନେକ ଥର ଏହି ମନ୍ଦିର ଭାଙ୍ଗି ପୁନର୍ବାର ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ସୋମନାଥ ମନ୍ଦିର ଟ୍ରଷ୍ଟ ମନ୍ଦିରରେ ଲାଗିଥିବା ୧୪୦୦ କଳସକୁ ସୁନାର ପ୍ରଲେପ ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୧ ବର୍ଷ ଶେଷ ସୁଦ୍ଧା, ମନ୍ଦିରର ସମସ୍ତ କଳସକୁ ସୁନା ଛାଉଣୀରେ ପରିଣତ କରିବାର କାର୍ଯ୍ୟ ସମାପ୍ତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ ଜଣ ଲୋକ ଏହି ପଦକ୍ଷେପ ପାଇଁ ଦାନ କରିଛନ୍ତି। ବିଶ୍ୱାସ ରହିଛି ଯେ ସୋମନାଥ ମନ୍ଦିରକୁ ଚନ୍ଦ୍ର ଦେବ ନିଜେ ନିର୍ମାଣ କରାଇଥିଲେ। ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୯୫ ରେ ଭାରତର ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ଦ୍ୱାରା ଏହାକୁ ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା। ଇତିହାସ ଅନୁଯାୟୀ ସୋମନାଥ ମନ୍ଦିର ଇସଲାମ ଲୁଟେରାଙ୍କ ଦ୍ୱାରା ୧୭ ଥର ନଷ୍ଟ କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର ପୁନଃ ନିର୍ମାଣ କରାଯାଇଥିଲା। ୧୦୨୪ ମସିହାରେ ମହମୁଦ ଗଜନି ମନ୍ଦିରରୁ ସୁନା ଓ ରୂପାର ସମସ୍ତ ଅଳଙ୍କାର ଲୁଟ କରି ଶିବଲିଙ୍ଗ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ସୋମନାଥ ମନ୍ଦିରର ଉଚ୍ଚତା ପ୍ରାୟ ୧୫୫ ଫୁଟ ହୋଇଥିବାବେଳେ ମନ୍ଦିରକୁ ନାଟ୍ୟମଣ୍ଡପ, ଜଗମୋହନ ଏବଂ ଗର୍ଭଗୃହ ଭାବେ ତିନି ଭାଗରେ ବିଭକ୍ତ କରାଯାଇଛି।

Share Now:

Kalinga News Beuro

Next Post

ଆଜିଠୁ ଖୋଲିବ ଶ୍ରୀମନ୍ଦିର: ସକାଳ ସାଢ଼େ ୭ଟାରୁ ଦର୍ଶନ, ମାର୍କେଟ୍‌ ଛକରୁ ବାରିକେଡ୍‌

Wed Dec 23 , 2020
ପୁରୀ: ଆଜି ଠାରୁ ଖୋଲିବ ଶ୍ରୀମନ୍ଦିର। ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ […]
ଆଜିଠୁ ଖୋଲିବ ଶ୍ରୀମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial