ପୁରୁଣା ଭୁବନେଶ୍ବର: ବିଏମ୍‌ସିର ୫୯ ନମ୍ବର ୱାର୍ଡ ପୁରୁଣା ଭୁବନେଶ୍ବରର ଏକ ପ୍ରମୁଖ ଅଞ୍ଚଳ। ଶ୍ରୀଲିଙ୍ଗରାଜ ମନ୍ଦିର, କପିଳେଶ୍ବର, ବିନ୍ଦୁସାଗର, ମୁକ୍ତେଶ୍ବର ମନ୍ଦିର ଭଳି ବିଶ୍ବ ପ୍ରସିଦ୍ଧ ଐତିହ୍ୟସ୍ଥଳ ଥିବା ଏହି ୱାର୍ଡ କେବଳ ରାଜ୍ୟ ନୁହେଁ, ଭାରତବର୍ଷର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ତେଣୁ ଏହି ଅଞ୍ଚଳର ବିକାଶ ସବୁବେଳେ ଓଡ଼ିଶାର ରାଜଧାନୀ […]

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି। ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ ଯାହା କହିଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। ତେଣୁ, ବିଦେଶରେ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କୁ ଦେଶରୁ ବାହାର କରିଦିଆଯିବା ଦରକାର ବୋଲି ପ୍ରଜ୍ଞା […]

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ସହକାରିତାମନ୍ତ୍ରୀ ଅମିତ ଶାହ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ବିଜେପି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ଭଦ୍ରକ ଜିଲ୍ଲା ଆରଡ଼ିଠାରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ କେନ୍ଦ୍ର […]

ବାଲେଶ୍ଵର: ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ସମର୍ଥକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଆଜି ବାଲେଶ୍ଵର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଆଲମବ […]

ଭୁବନେଶ୍ୱର: ‘‘ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ହୋଇସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ ହୋଇସାରିଥିଲେ ବି କ୍ରାଇମବ୍ରାଞ୍ଚ ପାଖରେ ଏହାର କାରଣ ସଂପର୍କରେ କୌଣସି ସୁରାକ ନାହିଁ। ତେଣୁ ଏତେ ବଡ଼ ହତ୍ୟାକାଣ୍ଡର ଏ ପ୍ରକାର ତଦନ୍ତ ଏହା ପ୍ରମାଣିତ କରୁଛି ଯେ ସରକାର ଓ କ୍ରାଇମବ୍ରାଞ୍ଚ ଏହାକୁ ଗୁରୁତ୍ୱର ସହ ନେବାକୁ ଚାହାନ୍ତି ନାହିଁ। ହତ୍ୟା ଓ ମାମଲାକୁ ଚପେଇ ଦେବା ପାଇଁ ଷଡଯନ୍ତ୍ର […]

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କ୍ରାଇମବ୍ରାଞ୍ଚ ଜେରା କରୁଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, କ୍ରାଇମବ୍ରାଞ୍ଚ ମାସେ ହେଲା ଗୋପାଳକୁ ପଚରାଉଚରା କରୁଥିଲେ ବି ହତ୍ୟାକାଣ୍ଡର କାରଣ ଜାଣିପାରି ନାହିଁ। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ପାଖରେ […]

ଭଦ୍ରକ: କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ର ଦର ଅହେତୁକ ଭାବରେ ବୃଦ୍ଧି କରିଥିବାରୁ ଏହାର ପ୍ରତିବାଦ କରି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି। ଆଜି ଭଦ୍ରକ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହାର ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରିଥିଲେ। ଏହି ସଭାରେ ଜିଲ୍ଲା ସଭାପତି ସୁବ୍ରତ ଦାସ, କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ମହିଳା […]

ଭୁବନେଶ୍ୱର: ଆଜି ରାଜଧାନୀରେ ବିଜେପି ଓ ବିଜେଡି ପକ୍ଷରୁ ଆନ୍ଦୋଳନ ଦେଖିବାକୁ ମିଳିଛି। ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଆକ୍ରମଣ ପ୍ରସଙ୍ଗରେ ବିଭିନ୍ନ ଥାନାରେ ଡିଜିପି, ଭୁବନେଶ୍ୱର ଡିସିପି ଓ ଟ୍ୱିନସିଟି କମିଶନରଙ୍କ ନାଁରେ ବିଜେପି ପକ୍ଷରୁ ତିନିଟି ଥାନାରେ ଏତଲା ଦିଆଯାଇଛି। ଆଜି ବହୁସଂଖ୍ୟକ ବିଜେପି କର୍ମୀ ଶୋଭାଯାତ୍ରାରେ ଆସି ରାଜଧାନୀର ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଏତଲାଦେଇଛନ୍ତି। ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ […]

ଅଗରତାଲା : ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରା ଓ ନାଗାଲ୍ୟାଣ୍ଡରେ ବିଜେପି ପୁଣି କ୍ଷମତାକୁ ଫେରିବ। ମାତ୍ର ମେଘାଳୟରେ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ସର୍ବଶେଷ ରିପୋର୍ଟ ଅନୁସାରେ ତ୍ରିପୁରାରେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର ଥିବାବେଳେ ବିଜେପି ୩୪ଟି ଆସନରେ ବିଜୟ ହାସଲ କରିଛି କିମ୍ବା […]

ପାଟନା: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିହାରରେ କଂଗ୍ରେସ, ଜେଡିୟୁ, ଆରଜେଡି ମଧ୍ୟରେ ଥିବା ମହାଗଠବନ୍ଧନ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି। ବିହାର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ଆରଜେଡି ଏଥିପାଇଁ ପ୍ରସ୍ତୁତ ନାହିଁ। ଆରଜେଡି ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ନେଇଛି। ଗୁରୁବାର ଦିନ ବିହାର କଂଗ୍ରେସ ମୁଖପାତ୍ର ଅସିତ ନାଥ ତିୱାରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। […]

Social media & sharing icons powered by UltimatelySocial