ହାଇଦ୍ରାବାଦ: ଅଯୋଧ୍ୟାରେ ରାମ ମନ୍ଦିର ତୋଳାଯିବାକୁ ଶେଷ ମୋଗଲ ସମ୍ରାଟ ବାହାଦୁର ଶାହା ଜଫର୍‌ଙ୍କ ବଂଶଜ ବୋଲି ଦାବି କରୁଥିବା ରାଜକୁମାର ହବୀବୁଦ୍ଦିନ ତୁସୀ ସୁନାଇଟା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି କି, ୧୫୨୯ ମସିହାରେ ବାବ୍ରି ମସ୍‌ଜିଦ୍‌ ନିର୍ମାଣ କରାଇଥିବା ପ୍ରଥମ ମୋଗଲ ସମ୍ରାଟ ବାବରଙ୍କର ଉତ୍ତରାଧିକାରୀ ହୋଇଥିବାରୁ ସେ ବାବ୍ରି ମସ୍‌ଜିଦ୍‌-ରାମ ଜନ୍ମଭୂମି ଜମିର ଅଧିକାରୀ, ତେଣୁ ତାଙ୍କୁ ସେ ଜମି ହସ୍ତାନ୍ତର କରାଯାଉ। […]

ମୁମ୍ବାଇ : ହିନ୍ଦୀ ସିନେମାର ଖ୍ୟାତନାମା ସଙ୍ଗୀତଜ୍ଞ ମହମ୍ମଦ ଜହୁର ଖୟାମ ହାସ୍‌ମିଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଫୁସଫୁସରେ ସଂକ୍ରମଣ ଯୋଗୁ ତାଙ୍କୁ ଗତ ୧୫ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ‌ସେ ଆଇସିୟୁରେ ରହିଥିଲେ। ତେବେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଉମରାଓ ଜାନ୍‌, ବାଜାର୍, ଖାନ୍‌ଦାନ୍ ଏବଂ କଭି କଭି ଭଳି ସିନେମାର ସଙ୍ଗୀତ ପାଇଁ ସେ […]

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ବିବ୍ରତ ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍‌ଗାର ଜାରି ରଖିଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ଏବେ ପାକିସ୍ତାନ ସହ ଭାରତ ଯାହା ବି କଥାବାର୍ତ୍ତା କରିବ ତାହା କେବଳ ପାକ୍‌ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ହେବ ବୋଲି ରାଜନାଥ କହିଛନ୍ତି। ହରିୟାଣାରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, […]

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଦେଶପ୍ରେମ ପୂରା ଉଛୁଳି ପଡ଼ିଲା। ପୂରା ସହର ତ୍ରିରଙ୍ଗାମୟ ହୋଇଗଲା। ସମସ୍ତ ହାତରେ, ଘରେ, ଗାଡ଼ିରେ ତ୍ରିରଙ୍ଗା ଉଡ଼ିଲା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ବି ପୂରା ତ୍ରିରଙ୍ଗାମୟ ହୋଇଗଲା। ଦିଲ୍ଲୀର ଲାଲକିଲ୍ଲା ଭଳି ପ୍ରଦର୍ଶନୀ ପଡ଼ିଆକୁ ସଜେଇ ଦେଲେ। ହେଲେ ସ୍ୱାଧୀନତା ଦିବସ ପରେ […]

ପାକ୍‌ ଗୁଳିମାଡ଼ରେ ଜଣେ ଯବାନ ସହିଦ, ସୀମାବର୍ତ୍ତୀ ଗ୍ରାମରୁ ଲୋକଙ୍କୁ ସ୍ଥାନାନ୍ତର ଶ୍ରୀନଗର: ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକ ଉଗ୍ର ହୋଇପଡ଼ିଛି। କଶ୍ମୀର ପ୍ରସଙ୍ଗରେ ଭାରତ ନେଇଥିବା ନିଷ୍ପତ୍ତି ବିରୋଧରେ ବିଶ୍ୱ ସମୁଦାୟଠାରୁ ସହଯୋଗ ନ ପାଇବା ପରେ ପାକିସ୍ତାନ ଏବେ ସୀମାରେ ତୁହାକୁ ତୁହା ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି। ପାକ୍‌ ସେନାର ଗୁଳିମାଡ଼ରେ ଆଜି ଜଣେ ଭାରତୀୟ ଯବାନ […]

ରାତିରେ ରହିବେ ଷ୍ଟ୍ରାଇକିଂ ଫୋର୍ସ: ଡିସିପି ଭୁବନେଶ୍ୱର : ସାଧାରଣ ଲୋକଙ୍କ କଥା ଛାଡ଼, ପୁଲିସ ବି ଅସୁରକ୍ଷିତ। ପୁଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଆକ୍ରମଣ କରୁଛନ୍ତି। ତାହା ପୁଣି ଆଉ କେଉଁଠି ନୁହେଁ, କମିସନରେଟ୍‌ ପୁଲିସର ଏକ ପ୍ରମୁଖ ଫାଣ୍ଡି ଭିତରେ ପଶି ଘଟାଇଛନ୍ତି ଏଭଳି କାଣ୍ଡ। ଯାହାକି ପୁଲିସର ଦକ୍ଷତା ଓ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଏ ନେଇ ପୁଲିସ କର୍ମଚାରୀମାନେ ନିଜ ଥାନାରେ ଅଭିଯୋଗ […]

ତୁମ ପରିଶ୍ରମର ଫଳ କେବେ ବିଫଳ ହେବ ନାହିଁ : ପ୍ରଧାନମନ୍ତ୍ରୀ ମାହାଙ୍ଗା : ମହାନଦୀ ଜଳ ବିବାଦ ସମାଧାନ ପାଇଁ ସାଇକଲ୍‌ରେ କଟକରୁ ଦିଲ୍ଲୀ ଯାତ୍ରା କରିଥିବା ମାହାଙ୍ଗାର ଛାତ୍ରନେତା ତଥା ରେଭେନ୍ସା କଲେଜର ପୂର୍ବତନ ଛାତ୍ର କ୍ରିଷ୍ଣକାନ୍ତ ଷଡଙ୍ଗୀ ଓ ଆନନ୍ଦପୁରର ଶୁଭ୍ରଜିତ ବାରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ଭେଟିଛନ୍ତି।ପ୍ରଧାନମନ୍ତ୍ରୀଙ୍କୁ ସେମାନେ ମହନଦୀ ଜଳ ବିବାଦର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁଇ ଛାତ୍ରଙ୍କ ସାହସିକତାକୁ […]

ନୂଆଦିଲ୍ଲୀ: ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଭାବୁକ ହୋଇପଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମୋଦୀ ସୁଷମାଙ୍କ ଝିଅ ଓ ଜ୍ୱାଇଁଙ୍କ ସହ କଥା ହେବାବେଳେ ଭାବୁକ ହୋଇପଡିଥିଲେ | ଏହାପୂର୍ବରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଷମାଙ୍କ ନିଧନରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିଥିଲେ | ମୋଦୀ ଲେଖିଥିଲେ ଯେ ଜଣେ ସୁଦକ୍ଷ ପ୍ରଶାସିକା ଭାବେ ସୁଷମା ଯେତେଗୋଟି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି […]

୨୮ ରାଜ୍ୟ, ୯ ‌କେନ୍ଦ୍ର ଶାସିତ ଅଞ୍ଚଳ ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ସରକାର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ‌ ଘୋଷଣା କରିଛନ୍ତି। ଏହି ଘୋଷଣା କାର୍ଯ୍ୟକାରୀ ହେବା ପରେ ଜମ୍ମୁ କଶ୍ମୀର ହେବ ଆକାର ଦୃଷ୍ଟିରୁ ଦେଶର ସର୍ବବୃହତ୍ କେନ୍ଦ୍ରଶାସିତ ଅଞ୍ଚଳ। ସେହିଭଳି ଲଦାଖ ଦ୍ବିତୀୟ ବୃହତ୍ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏହି ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ […]

ରି-ଫିଲିଂକୁ ଟଙ୍କା ନାହିଁ, ସିଲିଣ୍ଡର ଦେଇ ପୁରୁଣା ବାକି ଶୁଝିଲେ ବଅଁରପାଳ : ଦୋକାନରୁ ୫୨୦ଟଙ୍କାରେ ତେଜରାତି ଜିନିଷ କିଣିଥିଲେ ଅନାମ ଗୋଚ୍ଛାୟତ(ଛଦ୍ମନାମ)। ବାକି ଶୁଝି ପାରିଲେନି। ଦୋକାନୀ ଦାଉରୁ ବର୍ତ୍ତିବା ପାଇଁ ଶେଷରେ ଘରେ ଖାଲି ଗଡ଼ୁଥିବା ଉଜ୍ଜଳା ଗ୍ୟାସ୍‌ ସିଲିଣ୍ଡରକୁ ୮ଶହ ଟଙ୍କାରେ ଦୋକାନିକୁ ବିକ୍ରି କରିଦେଲେ। ଅନାମଙ୍କ ଭଳି ସମାନ ପରିସ୍ଥିତିରେ ନିଜ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ହୋଟେଲ୍‌ ହାତକୁ ଟେକିଦେଲେ ସଜନ ଗୋଚ୍ଛାୟତ(ଛଦ୍ମନାମ)। ୧୨ଶହ […]

Social media & sharing icons powered by UltimatelySocial