ନୂଆଦିଲ୍ଲୀ: କେରଳ ରାଜ୍ୟରେ ଆଉ ପାଞ୍ଚଜଣ ବ୍ୟକ୍ତିଙ୍କ ଦେହରେ କରୋନାଭାଇରସ୍‌ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜା ରବିବାର ଦିନ କହିଛନ୍ତି। ଏହାକୁ ମିଶାଇ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। କରୋନାଭାଇରସ୍‌ର ଦ୍ରୁତଗତିରେ ସଂକ୍ରମଣକୁ ଦେଖି ଦେଶବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏହି କ୍ରମରେ ଡାକ୍ତର କରୋନାଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସ ଆଦି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ଏଭଳି […]

ଭୁବନେଶ୍ୱର: ରାଜଧାନୀରେ ସବୁଠୁ ଅଧିକ ଗରମ ଅନୁଭୂତ ହେଉଥିବା ୧୩ଟି ଅଞ୍ଚଳକୁ ଓସ୍‌ଡମା ଚିହ୍ନଟ କରିଛି। ଏହି ୧୩ଟି ସ୍ଥାନରେ ଆସନ୍ତା ଗ୍ରୀଷ୍ମ ପ୍ରବାହ ସମୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ଓସ୍‌ଡମା ବିଏମ୍‌ସିକୁ ଜଣାଇଛି। ଏହାପରେ ବିଏମ୍‌ସି ପକ୍ଷରୁ ଏନେଇ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଓସ୍‌ଡମାର ସୂଚନା ଅନୁଯାୟୀ, ପ୍ରତିବର୍ଷ ଖରାଦିନେ ରାଜଧାନୀର ତାତି ରେକର୍ଡ ଭାଙ୍ଗି ଚାଲିଛି। ହେଲେ ରାଜଧାନୀର ଏମିତି କିଛି ସ୍ଥାନ ଅଛି ଯେଉଁଠି […]

ଫୁଲବାଣୀ: ଦୃଢ଼ ଇଚ୍ଛ‌ାଶକ୍ତି ଥିବା ଯୋଗୁଁ କନ୍ଧମାଳର ଉଚ୍ଚଶିକ୍ଷିତା ଗାୟତ୍ରୀ ପ୍ରଧାନ ଆଜି ଜଣେ ସଫଳ ଚାଷୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ପରିବାର ସହ ରହୁଛନ୍ତି ଗାୟତ୍ରୀ। ସ୍ୱାମୀ ଜଣେ ଶିକ୍ଷକ। ଗୋଟିଏ ପୁଅ ବି ଅଛି। ଗାୟତ୍ରୀ ବିବାହ ପୂର୍ବରୁ ସ୍ନାତକ ଡିଗ୍ରି ହାସଲ କରି ସାରିଛନ୍ତି। ସରକାରୀ ହେଉ ବେସରକାରୀ ଚାକିରି, ଚେଷ୍ଟା କରିଥିଲେ ନିଶ୍ଚୟ […]

ଭୁବନେଶ୍ୱର : ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ ପ୍ଲାନିଂ ଯୋଜନା (ଟିପି ସ୍କିମ୍‌) ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜୁନ୍‌ ପୂର୍ବରୁ ଟିପି ସ୍କିମ୍‌-୧ ପାଇକରାପୁର ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ। ଏଠାକାର ହିତାଧିକାରୀଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଜମିର ପଟ୍ଟା ଦିଆଯିବ। ବିଡିଏ ଜମିର ଯେଉଁ ଲେ-ଆଉଟ୍‌ ପ୍ଲାନ୍ କରିଛି ସେହି ଅନୁଯାୟୀ ପଟ୍ଟା ଦିଆଯିବ। ଏନେଇ ବିଡିଏ ଓ ରାଜସ୍ଵ ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। […]

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପିଇବା ପାଣିକୁ ନେଇ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ହସ୍ପିଟାଲର କେଉଁ ୱାର୍ଡରେ ଏକାଧିକ ଜଳ ବିଶୋଧନ ବ୍ୟବସ୍ଥା ରହିଛି ତ ଆଉ କେଉଁଠି ଖରାପ ହୋଇଯାଇଛି କିମ୍ବା ଅନ୍ୟତ୍ର ଉଠାଇ ଦିଆଯାଇଛି। ଯାହାଫଳରେ ଯେଉଁ ୱାର୍ଡରେ ପିଇବା ପାଣି ପାଇଁ କୌଣସି ବ୍ୟବସ୍ଥା ନାହିଁ ସେଠାରେ ରୋଗୀମାନଙ୍କୁ ଅନ୍ୟ ୱାର୍ଡ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି। ଆସନ୍ତା କିଛିଦିନ ଭିତରେ ରାଜଧାନୀରେ ଉତ୍ତାପ ବୃଦ୍ଧି […]

ଭୁବନେଶ୍ୱର: ଦେହ ଓ ମନରେ ପୁଲକ ଭରିଛି ଫଗୁଣ। ଦୋଳ ବିମାନରେ ଗାଁ ବୁଲିବାକୁ ଗୋଡ଼ କାଢ଼ି ବସିଲେଣି ରାଧା ମାଧବ। ଦିନେ କେଇଟା ପରେ ବାଜା, ବାଣ, ‌ରୋଶଣିରେ ଭକ୍ତ କାନ୍ଧରେ ସୁସଜ୍ଜିତ ବିମାନରେ ସବାର ହୋଇ ଭୋଗ ଖାଇବାକୁ ଯିବେ ଲୀଳାମୟ କୃଷ୍ଣ। ଖୋଳ, ଗିନି ଓ କରତାଳରେ ଉଚ୍ଛୁଳି ଉଠିବ ଗାଁ। ଋତୁରାଜ ବସନ୍ତକୁ ସ୍ୱାଗତ କରିବ ଫଗୁମୟ ପରିବେଶ। ଜମିବ ପଞ୍ଚୁଦୋଳ ମେଳଣ। କେବଳ […]

ନ୍ୟୁୟର୍କ : ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଲାଣି। କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଭାଇରସ୍‌ ଏତେ କ୍ଷୁଦ୍ର ଯେ, ଏହାର ସଂକ୍ରମଣ ମଣିଷ ପାଇଁ ବିପଦ ସୃଷ୍ଟି କରିଛି। ମଣିଷର କେଶଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ଏବେ ସବୁଠି ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ କରୋନା […]

୪୦ କିମି ବେଗରେ ପବନ, ୧୩.୨ ମିମି ବର୍ଷା ଚନ୍ଦ୍ରଶେଖରପୁର/ବାରଙ୍ଗ/ବାଲିଅନ୍ତା : ଅପରାହ୍‌ଣ ପ୍ରାୟ ୨ଟା। ରାଜଧାନୀ ଆକାଶରେ ହଠାତ୍‌ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ। କେହି କିଛି ବୁଝିବା‌ ପୂର୍ବରୁ ତୁହାକୁ ତୁହା ପବନ ବାଡ଼େଇଥିଲା। ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୩୦ରୁ ୪୦ କିମି ରହିଥିଲା। ସ୍ଥଳ ବିଶେଷରେ ପବନର ବେଗ ୫୦ କିମି ବି ଝୁଇଁଥିଲା। ଯେଉଁଥିରେ ରାଜଧାନୀ ଉପକଣ୍ଠରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାରଙ୍ଗ, […]

ପୁରୁଣା ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀ ପରି ଏକାମ୍ରକ୍ଷେତ୍ରକୁ ଆସୁଛନ୍ତି ଶହ ଶହ ପର୍ଯ୍ୟଟକ। ଶ୍ରୀଲିଙ୍ଗରାଜ ମନ୍ଦିର ବୁଲିବା ସହ ସହସ୍ରଲିଙ୍ଗ, ଦେବୀ ପାଦହରା, ବିନ୍ଦୁସାଗର, ମୁକ୍ତେଶ୍ୱର ସମେତ ବହୁ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ବୁଲିଥାନ୍ତି। ତେବେ ପୁରୀ ପରି ଏକାମ୍ରକ୍ଷେତ୍ର ଭିକାରିମୁକ୍ତ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ ପୁରୀ ସହ ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ରାଜଧାନୀ […]

ହୋଇପାରିଲାନି ବିଜୁ ଜୟନ୍ତୀ ପ୍ରସ୍ତୁତି ବୈଠକ, ଜିଲ୍ଲା ସଭାପତି, ମେୟର ପଦବିକୁ ନେଇ କୁହୁଳୁଛି ଅସନ୍ତୋଷ ଭୁବନେଶ୍ୱର: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ଏକ ଅଭାବନୀୟ ଘଟଣା ଘଟିଛି। ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି ଅମରେଶ ଜେନା ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏପରି କଥା କଟାକଟି ହୋଇଥିଲା ଯେ ବୈଠକ […]

Social media & sharing icons powered by UltimatelySocial