ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ସଭାରେ ଯୋଗ ଦେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସିଏଏ ନାଗରିକତା ନେବାର ନୁହେଁ, ବରଂ ନାଗରିକତା ଦେବାର ଆଇନ୍‌। ଏହା ଦ୍ୱାରା ଜଣେ ହେଲେ ବି ସେମାନଙ୍କର ନାଗରିକତା ହରାଇବେ ନାହିଁ। ବି‌ଶେଷ କରି ଦେଶର ଜଣେ ହେଲେ ବି ମୁସଲମାନ […]

ଭୁବନେଶ୍ୱର: ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ତାଙ୍କୁ ରାଜ୍ୟବ୍ୟାପୀ ବିରୋଧ କରିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀ ହିଂସାକାଣ୍ଡ ଲାଗି ଶାହାଙ୍କୁ ଦାୟୀ କରି ତାଙ୍କର ଓଡିଶା ଗସ୍ତକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା । ରାଜ୍ୟର ବିଭିନ୍ନ ସ୍ଥାନରେ ‘‌ଗୋ ବ୍ୟାକ୍ ଶାହା’ ପୋଷ୍ଟର ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା […]

ବାରାଣସୀ: ଅଧିକ ଲଗେଜ୍‌ ଆଣିଥିବା କାରଣରୁ ମରିସସ୍‌ର ରାଷ୍ଟ୍ରପତି ପୃଥ୍ଵୀରାଜସିଂହ ରୂପନଙ୍କୁ ଶୁକ୍ରବାର ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅଟକା ଯାଇଥିଲା। ସେ ବାରାଣସୀରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ବିମାନ ବନ୍ଦରର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପରେ ତାଙ୍କୁ ଛଡ଼ାଯାଇଥିଲା। ଛଅଜଣିଆ ପ୍ରତିନିଧି ଦଳ ସହ ମରିସସ୍‌ର ରାଷ୍ଟ୍ରପତି ଗୁରୁବାର ଦିନ ଦୁଇଦିନିଆ ଗସ୍ତରେ ମନ୍ଦିର ନଗରୀ ବାରାଣସୀ ଆସିଥିଲେ। […]

ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଆଜି ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଛି। ୧୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଛି। ପବନ ଗୁପ୍ତାର ଓକିଲ ଏପି ସିଂହ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି। ଟ୍ରାଏଲ୍‌ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କୁ […]

ଖଣ୍ଡଗିରି: ଶନିବାର ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍‌ସର ଦ୍ଵିତୀୟ ଓ ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ୨୦୧୩ ଓ ୨୦୧୪ମସିହାର ଏମ୍‌ବିବିଏସ୍, ବିଏସ୍‌ସି ନର୍ସିଂ, ବିଏସ୍‌ସି ପାରାମେଡିକାଲ ଓ ଏମ୍‌ଡି/ଏମ୍‌ଏସ୍ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରାଯିବ। ୨୦୧୩ ଓ ୨୦୧୪ ମସିହା ପାଇଁ ଶ୍ରେଷ୍ଠ ଏମ୍‌ବିବିଏସ୍ ଗ୍ରାଜୁଏଟ୍‌ ଭାବେ ଓଡ଼ିଆ ଝିଅ ମନୀଷା ମହାନ୍ତି ଓ ରୋଜାଲିନ୍ ପରିଡ଼ାଙ୍କୁ ସମ୍ମାନିତ କରାଯିବ। ଆଜି ଏମ୍‌ସ […]

ପୁରୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଆଶୀର୍ବାଦ ମାଗିଥିବା ଜଣାଯାଇଛି। ଏହି ଅବସରରେ ଶ୍ରୀଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହାଛଡ଼ା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଅରୁଣ ସିଂହ […]

ଜାଫରାବାଦ ଅଞ୍ଚଳରେ ହିନ୍ଦୁଙ୍କୁ ସୁରକ୍ଷା ଦେଲେ ମୁସଲିମ୍‌ ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ଓ ଘୃଣାର ତାଣ୍ଡବ ଭିତରେ ବି ହିନ୍ଦୁ-ମୁସ୍‌ଲିମ ଏକତାର ଅନେକ ଉଦାହରଣ ଲୋକଙ୍କୁ ଆଶ୍ୱସ୍ତ କରିଛି। ୪ ଦିନ ଧରି ଉତ୍ତର ପୂର୍ବ ଦିଲ୍ଲୀରେ ଯେଉଁ ହିଂସା ଲାଗି ରହିଥିଲା ସେଥିଯୋଗୁଁ ଅନେକ ଲୋକଙ୍କ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଦଙ୍ଗାକାରୀମାନେ ଘରଦ୍ୱାର ଏବଂ ଦୋକାନ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିଯୋଗୁଁ ଶହ […]

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଦୁର୍ଘଟଣାର ହାର ହ୍ରାସ କରିବାକୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି । ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ […]

ଭୁବନେଶ୍ୱର : ରାଜଧାନୀର ଅଧିକାଂଶ ସ୍ଥାନର ଓଭରବ୍ରିଜ୍‌ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ବ୍ରିଜ୍‌ର ଯୋଡ଼େଇ ସ୍ଥାନରେ ଉଠିଲାଣି ଶହଶହ ବର ଓ ଓସ୍ତ ଗଛ। ରସୁଲଗଡ଼ରୁ ନେଇ ବରମୁଣ୍ଡା ପର୍ଯ୍ୟନ୍ତ ଓଭରବ୍ରିଜ ଉପରେ ଏହି ଗଛଗୁଡ଼ିକ ଶାଖା ପ୍ରଶାଖା ମେଲି ଚାଲିଥିଲେ ହେଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଆଜି ଅପରାହ୍‌ଣରେ ରସୁଲଗଡ଼ ନିକଟରେ ଓଭରବ୍ରିଜର ଯୋଡ଼େଇ […]

ଛତ୍ରପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମର ଏକ ଘରୁ ବାପା ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତିମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଊର୍ମିଳା ଏବଂ ଯୁକ୍ତ ଦୁଇ ପଢୁଥିବା ସେମାନଙ୍କ କନ୍ୟା ସୁନୀତା। ସକାଳେ ଗାଁ’କୁ ପାଇପ୍‌ରେ ପାଣି ଆସୁ ନ ଥିଲା। କାହିଁକି ପାଣି ଆସୁନାହିଁ ବୋଲି କେତେକ ଲୋକ ଆଖପାଖରେ ଦେଖାଦେଖି କରୁଥିବା ବେଳେ […]

Social media & sharing icons powered by UltimatelySocial