ସମାଜ ପାଇଁ ଉଦାହରଣ ପାଲଟିଲେ ମୟଙ୍କ ଆଜମେର: ଯୌତୁକ ପାଇଁ କେତେବେଳେ ପତ୍ନୀକୁ ହତ୍ୟା ତ ପୁଣି କେବେ ପତ୍ନୀ ସହ ବାରମ୍ବାର ଝଗଡ଼ାର ଅନେକ ଖବର ଆପଣ ପଢ଼ିଥିବେ I ଯୌତୁକ ପାଇଁ ଶ୍ୱଶୁରଘର ଉପରେ ବର ପକ୍ଷରୁ ଚାପ ପକାଇଥିବାର କଳା କାହାଣୀ ବାବଦରେ ବି ଆପଣ ଜାଣିଥିବେ I କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବରଙ୍କ କାହାଣୀ କହିବୁ ଯିଏ କି ପାଖାପାଖି […]

ଖଣ୍ଡଗିରି: ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ଟୋକନ୍‌କୁ ଚାହିଁ ଚାହିଁ ଚାଷୀ ଆଖି ଜଳକା ହେଲାଣି। ଗୋଟିଏ ଗୋଟିଏ ମଣ୍ଡିରୁ ୭/୮ଥର ଲେଖାଏଁ ଧାନ ବିକ୍ରି ହେବା ପରେ ବି ବହୁ ଚାଷୀଙ୍କୁ ଟୋକୋନ୍‌ ମିଳି ନାହିଁ। ଫଳରେ ଅମଳ ପରେ ଧାନ ସାଇତିବା ସମସ୍ୟା କାରଣରୁ ବହୁ ଚାଷୀ ଏବେ ମଣ୍ଡି ଆଶା ଛାଡ଼ି ଘରୋଇ ବେପାରୀଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି। ଏହି ମଉକାରେ ଘରୋଇ ବେପାରୀମାନେ […]

ଭୁବନେଶ୍ୱର: ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏଣିକି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ପରିବାରର ଦୁରାବସ୍ଥାକୁ ଦୃଷ୍ଟିରେ ରଖି ମୃତବ୍ୟକ୍ତିର ପରିବାରର ପ୍ରତିପୋଷଣ ନିମନ୍ତେ ସେହି ପରିବାରର ଏକ ସଦସ୍ୟଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବିରେ ଅନୁକମ୍ପାମୂଳକ ନିଯୁକ୍ତି ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ, ୧୯୯୦ ବ୍ୟବସ୍ଥା […]

ଭୁବନେଶ୍ୱର: କିନ୍ନରମାନେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବକେୟା ହୋଲ୍ଡିଂ ଟିକସ ଆଦାୟ ଆରମ୍ଭ କରିଛନ୍ତି। ଟିକସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ୱୀକୃତି ଏସ୍‌ଏଚ୍‌ଜି ଗୋଷ୍ଠୀକୁ ଏକ ବୁଝାମଣାପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା ବେଳେ ଆଜି ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବିଏମ୍‌ସି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଏହାର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୩୦ରୁ ୪୦କିମି ବେଗରେ ପବନ ବହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀ, ଢ଼େଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ , କେନ୍ଦୁଝର, ମୟୁରଭଞ୍ଜ ଆଦି ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁରର ଆଦି କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି। […]

ଭୁବନେଶ୍ୱର: କିସମ ପରିବର୍ତ୍ତନ ସରଳ ହେବ। ଲୋକମାନେ ଯେପରି କିସମ ପରିବର୍ତ୍ତନ କରିବା ସହ ନିଜର ସ୍ବତ୍ତ୍ୱ ଶୀଘ୍ର ପାଇ ପାରିବେ ସେ ନେଇ ପଦକ୍ଷେପ ନିଆଯିବ। ସାମାଜିକ-ଅର୍ଥନୈତିକ ଦୃଶ୍ୟପଟରେ ବଦଳୁଥିବାରୁ ରାଜସ୍ଵ ବିଭାଗର ଏହି ପୁରୁଣା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରାଜସ୍ଵ ପର୍ଷଦ ସଦସ୍ୟ ସିଜେ ବେଣୁଗୋପାଳ କହିଛନ୍ତି। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ଭୁବନେଶ୍ୱର: ରଙ୍ଗ୍‌ରୁଟ୍‌ରେ ବାଇକ୍‌ ଚଳାଇବା ମହଙ୍ଗା ପଡ଼ିଛି। ଆଜି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ପ୍ରମୁଖ ଛକରେ ଏଭଳି ରଙ୍ଗ୍‌ରୁଟ୍‌ରେ ବାଇକ୍‌ ଚଳାଇ ୮୦ ଜଣ ଟ୍ରାଫିକ୍‌ ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କଠାରୁ କମିସନରେଟ୍‌ ପୁଲିସ ଜରିମାନା ଆଦାୟ କରିନାହିଁ। ସିଧାସଳଖ ମାଲିକଙ୍କ ନାଁରେ ମାମଲା ରୁଜୁ କରି ବାଇକ୍‌ଗୁଡ଼ିକୁ ଜବତ କରିବା ସହ କାଗଜପତ୍ର କୋର୍ଟ ପଠାଇ ଦେଇଛି। ମାଲିକମାନେ କୋର୍ଟରେ ହାଜର ହୋଇ ନିଜ ବାଇକ୍‌କୁ ମୁକୁଳାଇବା […]

ଧରାକୋଟ: ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି ଜୁଆ ଖେଳିବା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଗୋଟିଏପଟେ ପୋଲିସ ଅପରାଧ […]

ଭୁବନେଶ୍ୱର: କଳା ଓ କଳାକାରଙ୍କ ଉପରେ ଆୟୋଜିତ ହୋଇ ଆସୁଥିବା ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ଇଡ୍‌କଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ଏଥି‌ମଧ୍ୟରେ ଓଡ଼ିଆ ଓ ଓଡ଼ିଶା ସଂକ୍ରାନ୍ତ ୧୨ଟି ଚଳଚ୍ଚିତ୍ର ଦେଖିବାର ସୁ‌ଯୋଗ ମିଳିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ […]

ଅଗ୍ନି ନିରାପତ୍ତା, ଅକୁପାନ୍ସି ସାର୍ଟିଫିକେଟ୍ ନ ଥିଲେ ବେଆଇନ ନିର୍ମାଣ ବୋଲି ଧରାଯିବ ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ତୃତୀୟଥର ପାଇଁ ସର୍ବକ୍ଷମା ଯୋଜନାର ଅବଧି ବଢ଼ାଇଛି। ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ସମସ୍ତ ବେଆଇନ ନିର୍ମାଣକାରୀଙ୍କୁ ‌ସେମାନଙ୍କ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। ଏହି ସମୟ ମଧ୍ୟରେ ଯେଉଁମାନେ ଆବେଦନ ନ କରିବେ, ସେମାନଙ୍କର ଘର/ପ୍ରତିଷ୍ଠାନକୁ ବିଏମ୍‌ସି/ବିଡିଏ ସିଲ୍‌ କରିବେ ନଚେତ୍ ବୁଲଡୋଜର ଲଗାଇ ଭାଙ୍ଗିବେ […]

Social media & sharing icons powered by UltimatelySocial