ସବୁ ରାସ୍ତା ଅବସ୍ଥା ଶୋଚନୀୟ, ପୂର୍ତ୍ତ ଓ ବିଏମ୍‌ସି ଅଧିକାରୀ କୁମ୍ଭକର୍ଣ୍ଣ ନିଦରେ ଭୁବନେଶ୍ୱର: ଯୁଆଡ଼େ ଚାହିଁବ, ସେଠି ଖାଲ। କେଉଁଠି ଫୁଟିକିଆ ତ କେଉଁଠି ତିନି ଫୁଟିଆ। କେତେକ ସ୍ଥାନରେ ତ ପିଚୁ ରାସ୍ତା କି ମାଟି ରାସ୍ତା ଜଣାପଡ଼ୁନି। ଏଭଳି ସ୍ଥିତିରେ ଏବେ ରାଜଧାନୀର ରାସ୍ତା ଅଛି। କୌଣସି ଉପାନ୍ତ ଅଞ୍ଚଳ ହୋଇଥିଲେ ସରକାରୀ ଅଧିକାରୀମାନଙ୍କ ନଜର ପଡ଼ୁନି କି ଅର୍ଥ ଅଭାବରୁ ରାସ୍ତା ହୋଇପାରୁନି ବୋଲି […]

୨୦୦୮ରେ ଥିଲା ୩୭୭, ୨୦୧୨ରେ ଛୁଇଁଲା ୪୩୬ ଭୁବନେଶ୍ୱର: ଶହେ କି ଦୁଇଶହ ଏକର ନୁହେଁ, ରାଜଧାନୀରେ ଥିବା ପ୍ରାୟ ୭୦୦ ହେକ୍ଟର୍‌ ଜମି ଏବେ ବସ୍ତିବାସିନ୍ଦାଙ୍କ କବ୍‌ଜାରେ ରହିଛି। ଆଜି ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। କେବଳ ସେତିକି ନୁହେଁ, ଆହୁରି ଉଦ୍‌ବେଗର ବିଷୟ ହେଉଛି, ସରକାରୀ ପରିସଂଖ୍ୟାନ ସୂଚାଉଛି, ବର୍ଷକୁ ହାରାହାରି ୧୫ଟି ନୂଆ ବସ୍ତି ଗଢ଼ି ଉଠୁଛି। ଏହି ବସ୍ତିଗୁଡ଼ିକ […]

ଶ୍ରୀ ଜଗନ୍ନାଥ ମନ୍ଦିରକୁ କହିଲେ ପର୍ଯ୍ୟଟନସ୍ଥଳୀ:କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାନସଭାରେ ଗର୍ଜିଲେ ବିଧାୟକ ଭୁବନେଶ୍ୱର: ଚିଲିକା, ଶ୍ରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ହେଲିକପ୍ଟରରେ ଉଡିବା ଏବଂ ସୂର୍ଯ୍ୟ ମନ୍ଦିର ଓ ପୁରୀ ମନ୍ଦିର ସଂପର୍କରେ ସହଯାତ୍ରୀଙ୍କ ମନ୍ତବ୍ୟ ଏବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢାଇ ଦେଇଛି। ବୈଜୟନ୍ତଙ୍କ ସହିତ ଦୁଇଜଣ ସହଯାତ୍ରୀ (ଅଭିଜିତ ଆୟାର ମିତ୍ର ଏବଂ ଆରତି […]

ବିମାନରେ ବୈଜୟନ୍ତଙ୍କ ସହ ଆଉ ଦୁଇଜଣ ଥିଲେ, ଲାଇସେନ୍‌ସ ବାତିଲ୍‌ ପାଇଁ ଡିଜିସିଏକୁ ଲେଖିଲା ପୁଲିସ ଭୁବନେଶ୍ୱର : ଚିଲିକାର ନଙ୍ଗାନାଶୀ ମୁହାଣ ନିକଟରେ ବିମାନ ଅବତରଣ କରିବା ଘଟଣା ଆଜି ନାଟକୀୟ ମୋଡ ନେଇଛି। ୧୫ ତାରିଖରେ ସି-ପ୍ଲେନ୍‌ ଓହ୍ଲାଇନଥିଲା, ବରଂ ଏହା ଏକ ଚପର୍‌ ଥିଲା ବୋଲି ଅଭିଯୋଗ ଆଣି ଚିଲିକା ଉନ୍ନୟନ କର୍ତୃପକ୍ଷ ଆଜି ଥାନାରେ ଏତଲା ଦେଇଥିଲେ। ଆଉ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀଙ୍କ […]

ଖଣ୍ଡଗିରି : ଆଜି ରାଜଧାନୀବାସୀ ନିକଟରୁ ୩ ଜଙ୍ଗଲୀ ହାତୀଙ୍କ ଜଳକ୍ରୀଡ଼ା ମନଭରି ଉପଭୋଗ କରିଛନ୍ତି। ବିଶାଳ ଦନ୍ତା ସହ ଗୋଟିଏ ମାକେନା ଓ ଅନ୍ୟ ଏକ ଛୋଟ ଦନ୍ତାର ଜଳକ୍ରୀଡ଼ା ଲୋକଙ୍କୁ ବେଶ୍‌ ଆମୋଦିତ କରିଥିଲା। ହାତୀମାନଙ୍କର ଏହି ଜଳକ୍ରୀଡ଼ା ରାଜଧାନୀବାସୀଙ୍କୁ ଯେତିକି ଖୁସି ଦେଇଥିଲା, ସହର ନିକଟରେ ରହୁଥିବା ବିଶାଳ ଦନ୍ତା ପାଇଁ ସେମାନେ ସେତିକି ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଥିଲା। ବହୁ ସମୟରେ ହାତୀମାନେ ସହର […]

ଯାଜପୁର: ଗତ ଅଗଷ୍ଟ ମାସ ୨୦ ତାରିଖ ଦିନ ଗାଁ ନିକଟସ୍ଥ ବଜାରକୁ ଆସିଥିବା ବେଳେ କେତେକ ଦୁର୍ବୃତ୍ତ ଯୁବତୀଙ୍କୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଦୀର୍ଘ ୨୮ ଦିନ ଧରି ଏକ ନିଛାଟିଆ ଘରେ ରଖି ଗଣ ଦୁଷ୍କର୍ମ କରିବା ପରେ ଗତକାଲି ରାତିରେ ହତ୍ୟା ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବତୀଙ୍କୁ ଖରସ୍ରୋତା ନଦୀକୁ ଫିଙ୍ଗି ଦେଇଥିଲେ। ତେବେ କୌଣସି ମତେ ନଦୀ ପହଁରି ପହଁରି ଯୁବତୀ […]

ବିନା ଅନୁଧ୍ୟାନରେ ଏନ୍‌ଟିପିସି ପ୍ରକଳ୍ପକୁ ଅନୁମତି ନ ମିଳୁ, କେନ୍ଦ୍ରକୁ ଟାର୍ଗେଟ କଲା ଶାସକ ଦଳ ଭୁବନେଶ୍ୱର : ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର ପାଲଟିଛି। କେନ୍ଦ୍ର ସରକାର ମଧ୍ୟ। ଆଜି ପ୍ରଥମ ଅତିରିକ୍ତ ବଜେଟ୍‌ ଲାଗି ଆଗତ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନାରେ ଭାଗ ନେଇ କେତେବେଳେ ସିଧାସଳଖ, ଆଉ କେତେବେଳେ ବୁଲେଇ ବଙ୍କେଇ ଏମିତି ଅଭିଯୋଗକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲା ବିରୋଧୀ କଂଗ୍ରେସ। ଶାସକ ଦଳ […]

କଟକ: ବିହାରର ପାଟନାରେ ଚାଲିଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ରବିବାର ଶେଷ ହୋଇଛି। ଶେଷ ଦିନ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୪ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ୭ ରୌପ୍ୟ ଓ ୪ କାଂସ୍ୟ ପଦକ ମଧ୍ୟ ଓଡ଼ିଶାକୁ ମିଳିଛି। ଫଳରେ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୧୦ ସ୍ୱର୍ଣ୍ଣ ସହ ମୋଟ ୩୮ ପଦକ ହାସଲ କରିଛନ୍ତି। ଶେଷ ଦିନ ୧୬ ବର୍ଷରୁ କମ୍‌ ବାଳିକା […]

ହରିଚନ୍ଦନପୁର : ରାତିରେ ଶୋଇଥିଲା ବେଳେ ଭାଇଭଉଣୀଙ୍କୁ ସାପ କାମୁଡ଼ିଦେଲା। ଡାକ୍ତରଖାନା ନେବା ପାଇଁ ଘରଲୋକେ ୧୦୮କୁ ଫୋନ୍‌ କଲେ। ମାତ୍ର ଆମ୍ବୁଲାନ୍‌ସ ଆସିଲାନି। ଶେଷରେ ଦୀର୍ଘ ୧୧ କିଲୋମିଟର ଖଟିଆ ଭାରରେ ଜଣେ ପରେ ଜଣେ ବୁହାହେଲେ। ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଇ ମୃତ୍ୟୁ ସହ ଲଢ଼ୁଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ରାସୋଳ ପଞ୍ଚାୟତ ଲିପିଂ ଗ୍ରାମରେ ଏହି ଦୁଃଖଦ […]

କଟକ : ହଜ୍‌ ପାଇଁ ପବିତ୍ର ମକ୍କା ଯାଇଥିବା ରାଜ୍ୟର ୭୩୦ ଜଣ ହଜଯାତ୍ରୀ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜଯାତ୍ରୀଙ୍କ ସେଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ଜୁଲାଇ ୨୬ରେ ରାଜ୍ୟର ୭୩୨ ଜଣ ଶ୍ରଦ୍ଧାଳୁ ହଜ୍‌ ପାଇଁ ସାଉଦୀ ଯାଇଥିଲେ। ରାଜ୍ୟ ହଜ୍‌ କମିଟି ତଥା ଓ୍ଵାକଫ ବୋର୍ଡ ପକ୍ଷରୁ ସେମାନଙ୍କୁ କୋଲକାତାରେ ବିମାନ ଯୋଗେ ସାଉଦୀ ପଠାଯାଇଥିଲା। ସେଠାରେ ଜଗତ୍‌ସିଂହପୁରର […]

Social media & sharing icons powered by UltimatelySocial