ବିନା ଅନୁଧ୍ୟାନରେ ଏନ୍‌ଟିପିସି ପ୍ରକଳ୍ପକୁ ଅନୁମତି ନ ମିଳୁ, କେନ୍ଦ୍ରକୁ ଟାର୍ଗେଟ କଲା ଶାସକ ଦଳ ଭୁବନେଶ୍ୱର : ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର ପାଲଟିଛି। କେନ୍ଦ୍ର ସରକାର ମଧ୍ୟ। ଆଜି ପ୍ରଥମ ଅତିରିକ୍ତ ବଜେଟ୍‌ ଲାଗି ଆଗତ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନାରେ ଭାଗ ନେଇ କେତେବେଳେ ସିଧାସଳଖ, ଆଉ କେତେବେଳେ ବୁଲେଇ ବଙ୍କେଇ ଏମିତି ଅଭିଯୋଗକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲା ବିରୋଧୀ କଂଗ୍ରେସ। ଶାସକ ଦଳ […]

କଟକ: ବିହାରର ପାଟନାରେ ଚାଲିଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ରବିବାର ଶେଷ ହୋଇଛି। ଶେଷ ଦିନ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୪ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ୭ ରୌପ୍ୟ ଓ ୪ କାଂସ୍ୟ ପଦକ ମଧ୍ୟ ଓଡ଼ିଶାକୁ ମିଳିଛି। ଫଳରେ ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୧୦ ସ୍ୱର୍ଣ୍ଣ ସହ ମୋଟ ୩୮ ପଦକ ହାସଲ କରିଛନ୍ତି। ଶେଷ ଦିନ ୧୬ ବର୍ଷରୁ କମ୍‌ ବାଳିକା […]

ହରିଚନ୍ଦନପୁର : ରାତିରେ ଶୋଇଥିଲା ବେଳେ ଭାଇଭଉଣୀଙ୍କୁ ସାପ କାମୁଡ଼ିଦେଲା। ଡାକ୍ତରଖାନା ନେବା ପାଇଁ ଘରଲୋକେ ୧୦୮କୁ ଫୋନ୍‌ କଲେ। ମାତ୍ର ଆମ୍ବୁଲାନ୍‌ସ ଆସିଲାନି। ଶେଷରେ ଦୀର୍ଘ ୧୧ କିଲୋମିଟର ଖଟିଆ ଭାରରେ ଜଣେ ପରେ ଜଣେ ବୁହାହେଲେ। ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଇ ମୃତ୍ୟୁ ସହ ଲଢ଼ୁଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ରାସୋଳ ପଞ୍ଚାୟତ ଲିପିଂ ଗ୍ରାମରେ ଏହି ଦୁଃଖଦ […]

କଟକ : ହଜ୍‌ ପାଇଁ ପବିତ୍ର ମକ୍କା ଯାଇଥିବା ରାଜ୍ୟର ୭୩୦ ଜଣ ହଜଯାତ୍ରୀ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜଯାତ୍ରୀଙ୍କ ସେଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ଜୁଲାଇ ୨୬ରେ ରାଜ୍ୟର ୭୩୨ ଜଣ ଶ୍ରଦ୍ଧାଳୁ ହଜ୍‌ ପାଇଁ ସାଉଦୀ ଯାଇଥିଲେ। ରାଜ୍ୟ ହଜ୍‌ କମିଟି ତଥା ଓ୍ଵାକଫ ବୋର୍ଡ ପକ୍ଷରୁ ସେମାନଙ୍କୁ କୋଲକାତାରେ ବିମାନ ଯୋଗେ ସାଉଦୀ ପଠାଯାଇଥିଲା। ସେଠାରେ ଜଗତ୍‌ସିଂହପୁରର […]

ରାଉରକେଲା : ନିଜ ଜନ୍ମ କଲା ପୁଅକୁ ଫାଉଡ଼ା (କୋଦାଳ)ରେ ହାଣି ହତ୍ୟା କରିଛି ମା’। ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ର ହେମଗିର ଥାନା ଅନ୍ତର୍ଗତ ଟପରିଆ ଗାଁରେ। ମଦ୍ୟପ ପୁଅର ଗାଳିଗୁଲଜ ଏବଂ ଅଶ୍ଳୀଳ ଆଚରଣରେ ବ୍ୟଥିତ ହୋଇ ମା’ ଏଭଳି କଠୋର ପଦକ୍ଷେପ ନେଇଥିବା ପୁଲିସ ଆଗରେ କହିଛି। ପୁଲିସ ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟପରିଆ ଗ୍ରାମର କୁଶମନ ବଢେକ୍‌ […]

ଆନନ୍ଦପୁର : ବେଲବାହାଳିରେ ଗଣେଶ ଭସାଣି ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପଥର ମାରି ତାଙ୍କ ଗାଡ଼ି କାଚ ଭାଙ୍ଗି ଦେଇଛନ୍ତି। ଆଜି ସନ୍ଧ୍ୟାରେ ବେଲବାହାଳିରେ ଗଣେଶ ଭସାଣି ଅନୁଷ୍ଠିତ ହୋଇଥିଲା। ୧୧ଟି ମେଢ ଏକ ସାଙ୍ଗରେ ଶୋଭାଯାତ୍ରାରେ ବାହାରିଥିଲା। ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ବେଳେ କମିଟି […]

କୋଲାବିରା : ଝାରସୁଗୁଡା ବନଖଣ୍ଡର ଅବହେଳା ଏବଂ ଉଦସୀନତା ମଧ୍ୟରେ ଚିକିତ୍ସାରୁ ବଂଚିତ ‘ମଖନା ହାତୀ’ ଏବେ ଆସନ୍ନ ମୃତ୍ୟୁ ଅପେକ୍ଷାରେ ରହିଛି। ଦାନ୍ତ ନଥିବା ଏହି ହାତୀଟି ଦୁଇ ମାସ ହେଲା ଛୋଟେଇ ଛୋଟେଇ କୋଲାବିରା ରେଞ୍ଜର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ଘୂରି ବୁଲୁଥିଲା। ଏହାର ପଛ ଦୁଇଗୋଡ଼ କ୍ରମଶଃ ଅଚଳ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଥିଲା। ଏବେ ଗୋଡ଼ ଦୁଇଟି ସଂପୂର୍ଣ୍ଣ ଅଚଳ ହେବା ଫଳରେ କୋଲାବିରା […]

ଭୁବନେଶ୍ୱର: ତାଳଚେରରେ ଏନଟିପିସିର ପ୍ରସ୍ତାବିତ ନୂଆ ବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେଭଲ କମିଟି ଅନୁମତି ଦେବାରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ସେପ୍ଟେମ୍ବର ୨୨ ପୂର୍ବରୁ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ, ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବେ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଅନୁରୋଧ […]

ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରରେ ଅଚଳାବସ୍ଥା ଜାରି ଭୁବନେଶ୍ୱର: ନ’ତାଲାରେ ଅମଲାମାନେ ଚଳାଇଥିବା କଲମଛାଡ଼ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁ ନଥିବାରୁ ଆସନ୍ତା ୧୯ ତାରିଖ ଦିନ ଅମଲାମାନେ ‘ନବୀନ ନିବାସ ଚାଲ’ ଡାକରା ଦେଇଛନ୍ତି। ୧୯ ତାରିଖରେ ୪ ହଜାରରୁ ଊର୍ଦ୍ଧ୍ୱ ଅମଲା ଏକ ବିଶାଳ ପଟୁଆରରେ ନବୀନ ନିବାସ ଯାଇ ସେମାନଙ୍କ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି […]

ଭୁବନେଶ୍ୱର : ଚିଲିକାର ନଙ୍ଗାନାଶୀ ମୁହାଣରେ ଶନିବାର ବିମାନ ଅବତରଣ ଘଟଣାକୁ ନେଇ ଆଜି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଏହାକୁ ସି ପ୍ଲେନ୍‌ ବୋଲି ଅଭିହିତ କରୁଛନ୍ତି ଓ ତାର ଗର୍ଜନରେ ଭୟଭୀତ ହୋଇପଡିଛନ୍ତି। ହେଲେ ଏହା କେଉଁ ବିମାନ ଥିଲା, କାହିଁକି ସେଠାରେ ରହିଲା, କିଏ ଅବତରଣ କଲା ଏ ନେଇ କେହି କିଛି ଜାଣିପାରୁନାହାନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଶେଷଜ୍ଞମାନେ ଗମ୍ଭୀରତାର ସହିତ […]

Social media & sharing icons powered by UltimatelySocial