ପୁଅକୁ କୋଦାଳରେ ହାଣି ହତ୍ୟାକଲା ମା’

ରାଉରକେଲା : ନିଜ ଜନ୍ମ କଲା ପୁଅକୁ ଫାଉଡ଼ା (କୋଦାଳ)ରେ ହାଣି ହତ୍ୟା କରିଛି ମା’। ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ର ହେମଗିର ଥାନା ଅନ୍ତର୍ଗତ ଟପରିଆ ଗାଁରେ। ମଦ୍ୟପ ପୁଅର ଗାଳିଗୁଲଜ ଏବଂ ଅଶ୍ଳୀଳ ଆଚରଣରେ ବ୍ୟଥିତ ହୋଇ ମା’ ଏଭଳି କଠୋର ପଦକ୍ଷେପ ନେଇଥିବା ପୁଲିସ ଆଗରେ କହିଛି। ପୁଲିସ ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଟପରିଆ ଗ୍ରାମର କୁଶମନ ବଢେକ୍‌ (୩୫) ମଦ ପିଇ ପ୍ରତିଦିନ ତା’ ମା’ ଗୁରୁବାରୀ ବଢେକ୍‌ (୫୫)ଙ୍କୁ ଗାଳିଗୁଲଜ ଓ ଅଶ୍ଳୀଳ ଆଚରଣ ଦେଖାଇବାରୁ ସେ ଘର ଛାଡ଼ି ନିଜ ଭଉଣୀ ଘରେ ରହି ଆସୁଥିଲେ। ତେବେ ନୂଆଁଖାଇ ପାଳନ କରିବାରୁ ଗୁରୁବାରୀ ନିଜ ଘରକୁ ଆସିଥିଲେ। ବିଭିନ୍ନ ବାହାନା ଦେଖାଇ କୁଶମନ ମା’ ସହିତ ବହୁତ ଝଗଡ଼ା କରିଥିଲା। ଗତକାଲି ରାତିରେ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା। କାର୍ଯ୍ୟକ୍ରମ ଦେଖିବାକୁ ବୋହୂ ଓ ନାତୁଣୀ ଯାଇଥିବା ବେଳେ ପୁଅ କୁଶମନ ଘରେ ଏକ ଖଟିଆରେ ଶୋଇଥିଲା। ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିବା ମା’ ସେହି ସୁଯୋଗରେ ତାକୁ ମାରି ପକାଇବାଲାଗି ଯୋଜନା କରିଥିଲା। ଘରେ ଥିବା ଏକ କୋଦାଳକୁ ଆଣି ଖଟିଆରେ ଶୋଇଥିବା ପୁଅର ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ କୁଶମନର ମୃତ୍ୟୁ ଘଟିଥିଲା। ପୁଅକୁ ମାରିବା ପରେ ଗୁରୁବାରୀ ବାହାରକୁ ଯାଇ ଗାଁ ଲୋକଙ୍କୁ ପୁଅକୁ ମାରି ଦେଇଥିବା କଥା କହିଥିଲା। ଖବର ପାଇ ହେମଗିର ପୁଲିସ ସାଇଣ୍ଟିଫିକ୍‌ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

Share Now:

Kalinga News Beuro

Leave a Reply

Next Post

ସାଉଦୀରୁ ଫେରିଲେ ୭୩୦ ହଜ୍‌ ଯାତ୍ରୀ, ୨ ମୃତ

Mon Sep 17 , 2018
କଟକ : ହଜ୍‌ ପାଇଁ ପବିତ୍ର ମକ୍କା ଯାଇଥିବା ରାଜ୍ୟର ୭୩୦ ଜଣ ହଜଯାତ୍ରୀ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜଯାତ୍ରୀଙ୍କ ସେଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ଜୁଲାଇ ୨୬ରେ ରାଜ୍ୟର ୭୩୨ ଜଣ ଶ୍ରଦ୍ଧାଳୁ ହଜ୍‌ ପାଇଁ ସାଉଦୀ ଯାଇଥିଲେ। ରାଜ୍ୟ ହଜ୍‌ କମିଟି ତଥା ଓ୍ଵାକଫ ବୋର୍ଡ ପକ୍ଷରୁ ସେମାନଙ୍କୁ କୋଲକାତାରେ ବିମାନ ଯୋଗେ ସାଉଦୀ ପଠାଯାଇଥିଲା। ସେଠାରେ ଜଗତ୍‌ସିଂହପୁରର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial