ବିକେ ଆର୍ଟ କଲେଜ: ସବୁ ଥାଇ କାମରେ ଲାଗୁନି ଭୁବନେଶ୍ୱର: ଟ୍ରାନ୍ସଫର୍ମର ଲାଗିଛି, କରେଣ୍ଟ୍‌ ନାହିଁ। ପାଣି ପାଇପ୍‌ ସଂଯୋଗ ହୋଇଛି, ପାଣି ଆସୁନି। ଛାତ ଗ୍ରିଡିଂ ହୋଇଛି, କିନ୍ତୁ ଛାତରୁ ପାଣିର ଧାର ଛୁଟୁଛି। ଚିତ୍ରକଳାର ଏକମାତ୍ର କଲେଜ୍‌ ବୋଲି କୁହାଯାଉଛି। ଏଣେ କଲେଜର ସ୍ୱାସ୍ଥ୍ୟ ଯେ ବିଗିଡ଼ିଗଲାଣି, ସେଥିପ୍ରତି କାହାର ନଜର ନାହିଁ। ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ କଲେଜ୍‌ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ (ବିକେ ଆର୍ଟ […]

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୭,୮୬୭ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଏହା ମଧ୍ୟରୁ ପ୍ରାୟ ୧୪ ହଜାର ସ୍କୁଲ୍‌ରେ ରୋଷେଇ ଘର ନାହିଁ। ଆଜି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସ୍କୁଲ୍‌ଗୁଡ଼ିକରେ ରୋଷେଇ ଘର ନିର୍ମାଣ ନିମନ୍ତେ ପ୍ରତି ବିଦ୍ୟାଳୟକୁ ୨୦୦୬-୦୭ରୁ ୨୦୦୯-୧୦ ମଧ୍ୟରେ […]

ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ସମ୍ପର୍କ ଆଉ ଅପରାଧ ଭାବେ ଗ୍ରହଣ ହେବନି। ଦୁଇ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ଯଦି ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା ଅପରାଧ ହେବନି ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ଏହାପରେ ସମଲିଙ୍ଗୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳି ଯାଇଛି। ଲୁଚାଛପା ସମ୍ପର୍କକୁ ନୂଆ ପରିଚୟ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷକରି କିନ୍ନର ସମୁଦାୟ ସୁପ୍ରିମକୋର୍ଟଙ୍କ ଏହି ରାୟକୁ […]

ପୂଜା ସମୟରେ କଡ଼ା ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସର ଯୋଜନା ଭୁବନେଶ୍ୱର: ଆଉ କିଛି ଦିନ ପରେ ଗଣେଶ ପୂଜା। ଏହା ପରେ ପରେ ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ୱର ଆଦି ବିଭିନ୍ନ ପୂଜାପର୍ବ ପାଇଁ ରାଜଧାନୀ ଉତ୍ସବମୁଖର ହେବ। ଏଥିପାଇଁ ବିଭିନ୍ନ କ୍ଲବ, ପୂଜାମଣ୍ଡପ, ଅନୁଷ୍ଠାନ ସଜବାଜ ହେଲେଣି। ତେବେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ପୂଜା ସମୟରେ ଯେଭଳି […]

ବାହାର ସଂସ୍ଥାକୁ ଟଙ୍କା ଗଣୁଛି ଯୁକ୍ତ୨ ପରିଷଦ, ସବୁ ବିଭାଗର ହୋଇପାରିଲାନି ଇ-ମୂଲ୍ୟାୟନ ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଠିକଣା ବଦଳିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଏହି ପରିଷଦ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଛି। ନୂତନ ପାଠ୍ୟକ୍ରମ ଲାଗୁ ହେବା ସହ ପରୀକ୍ଷାରେ ସଂସ୍କାର ଅଣାଯାଇଛି। ପାଠପଢ଼ା ଶୈଳୀରେ ବି ପରିବର୍ତନ ହୋଇଛି। ହେଲେ ପରୀକ୍ଷା ପରିଚାଳନା ଓ ଉତ୍ତର ଖାତା ମୂଲ୍ୟାୟନ […]

ଭୁବନେଶ୍ୱର: ସଚିବାଳୟ ଓ ବିଧାନସଭାକୁ ଯାତାୟାତ କରିବାକୁ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହି ଦୁଇଟି ବିଲ୍‌ଡିଂ ମଧ୍ୟରେ ଯାତାୟାତ କରିବାକୁ ଏକ ଓ୍ଵାକ୍‌ ୱାଏ ନିର୍ମାଣ କରାଯିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ସମୟରେ ବିଭିନ୍ନ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ସମୟରେ ବିଧାନସଭାରେ ଉପସ୍ଥିତ ରହିବାକୁ ପଡ଼ିଥାଏ। ପ୍ରଶ୍ନକାଳ ସମୟରେ ଅଧିକାରୀମାନେ ବି ଉପସ୍ଥିତ ହୋଇଥାନ୍ତି। […]

କଟକ: ଲଗାଣ ବର୍ଷା ଲାଗି ରହିଥିବାରୁ ଆଜି କଟକ ସହରର ସମସ୍ତ ସ୍କୁଲ ଓ କଲେଜରେ ପାଠପଢା ବନ୍ଦ ରଖାଯାଇଛି। ଗତକାଲି ରାତିରୁ ବର୍ଷା ଲାଗି ରହିଛି। ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। କଟକ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି।

କଟକ: ବ୍ଲ୍ୟୁ ହେ୍ଵଲ ଗେମ୍‌ ପରେ ଏବେ ଦେଖାଦେଇଛି ମୋମୋ ଗେମ୍‌ ଆତଙ୍କ। ସରକାର ଏହି ଗେମ୍‌ ନ ଖେଳିବା ପାଇଁ ଯେତେ ସତର୍କତା ଓ ସଚେତନତା ସୃଷ୍ଟିକଲେ ମଧ୍ୟ ଯୁବଗୋଷ୍ଠୀ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଛାତ୍ର ଚେନ୍ନାଇ ଯାଇ ମେମୋ ଗେମ୍‌ ଯୋଗୁଁ ଆତ୍ମହତ୍ୟା କରିବା ପରେ ଆଜି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଗ୍ରାମର ଜଣେ ଯୁବକ […]

ଭୁବନେଶ୍ୱର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୫ଟି ମହାନଗର ସମେତ ପୁରୀରେ ପ୍ଲାଷ୍ଟିକର ବ୍ୟବହାରକୁ ନିଷିଦ୍ଧ ଘୋଷଣା କରାଯାଇଛି। ଯାହାଫଳରେ ଏହି ୬ଟି ସ୍ଥାନରେ ମ୍ୟୁନସିପାଲଟି ପକ୍ଷରୁ ଧାର୍ଯ୍ୟ ସୀମା ବାହାରେ ପ୍ଲାଷ୍ଟିକ୍‌ର ବିକ୍ରି, ଉତ୍ପାଦନ, ଆମଦାନୀ, ରପ୍ତାନୀ କିମ୍ବା ବଣ୍ଟନ ହୋଇପାରିବ ନାହିଁ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏ ନେଇ ବିଧିବଦ୍ଧଭାବେ ଡ୍ରାଫ୍‌ଟ ପ୍ରକାଶ ପାଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, […]

ଭୁବନେଶ୍ୱର: ରାତି ପାହିଲେ ଗୁରୁଦିବସ। ଏଥର କିନ୍ତୁ ଏ ମହାନ ଦିବସଟିକୁ କଳା ଦିବସ ଭାବେ ପାଳିବେ ଆନ୍ଦୋଳନରତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବା ଦାବିରେ ରାଜଧାନୀର ରାଜରାସ୍ତାରେ ଆଜିକୁ ୨୦ ଦିନ ହେଲା ସେମାନଙ୍କ ଅହୋରାତ୍ର ଆନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ […]

Social media & sharing icons powered by UltimatelySocial