୧୪ ହଜାର ସ୍କୁଲ୍‌ରେ ରୋଷେଇ ଘର ନାହିଁ

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୭,୮୬୭ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଏହା ମଧ୍ୟରୁ ପ୍ରାୟ ୧୪ ହଜାର ସ୍କୁଲ୍‌ରେ ରୋଷେଇ ଘର ନାହିଁ। ଆଜି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସ୍କୁଲ୍‌ଗୁଡ଼ିକରେ ରୋଷେଇ ଘର ନିର୍ମାଣ ନିମନ୍ତେ ପ୍ରତି ବିଦ୍ୟାଳୟକୁ ୨୦୦୬-୦୭ରୁ ୨୦୦୯-୧୦ ମଧ୍ୟରେ ୬୦ ହଜାର ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଥିଲେ। ତାହା ମଧ୍ୟରୁ ୪୩,୭୧୭ ସ୍କୁଲ୍‌ରେ ରୋଷେଇ ଘର ନିର୍ମାଣ କରାଯାଇ ତାହାର ବ୍ୟବହାର କରାଯାଉଛି। ଅବଶିଷ୍ଟ ଅସମ୍ପୂର୍ଣ୍ଣ ରୋଷେଇ ଘରକୁ ସମ୍ପୂର୍ଣ୍ଣ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ଅନୁରୋଧ କରାଯାଇଛି। ରୋଷେଇ ଘର ନିର୍ମାଣ ପାଇଁ ଆସିଥିବା ଟଙ୍କା ଖର୍ଚ୍ଚ ନ ହୋଇ ଗଚ୍ଛିତ ଅଛି। ଏହି ଟଙ୍କା ସହ ଜିଲ୍ଲାକୁ ଅନ୍ୟ ଯୋଜନାରେ ମିଳିଥିବା ଟଙ୍କାକୁ ମିଶାଇ ଘର ନିର୍ମାଣ ନିମନ୍ତେ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

କଳାର ମନ୍ଦିରରେ କଳଙ୍କି

Fri Sep 7 , 2018
ବିକେ ଆର୍ଟ କଲେଜ: ସବୁ ଥାଇ କାମରେ ଲାଗୁନି ଭୁବନେଶ୍ୱର: ଟ୍ରାନ୍ସଫର୍ମର ଲାଗିଛି, କରେଣ୍ଟ୍‌ ନାହିଁ। ପାଣି ପାଇପ୍‌ ସଂଯୋଗ ହୋଇଛି, ପାଣି ଆସୁନି। ଛାତ ଗ୍ରିଡିଂ ହୋଇଛି, କିନ୍ତୁ ଛାତରୁ ପାଣିର ଧାର ଛୁଟୁଛି। ଚିତ୍ରକଳାର ଏକମାତ୍ର କଲେଜ୍‌ ବୋଲି କୁହାଯାଉଛି। ଏଣେ କଲେଜର ସ୍ୱାସ୍ଥ୍ୟ ଯେ ବିଗିଡ଼ିଗଲାଣି, ସେଥିପ୍ରତି କାହାର ନଜର ନାହିଁ। ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍‌ଗୋ କଲେଜ୍‌ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ (ବିକେ ଆର୍ଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial