କିଶୋରନଗର: ୨୦ ଫୁଟ୍‌ ଗଭୀର ବୋର୍‌େଓ୍ଵଲ ଖାତକୁ ଗଳିପଡ଼ିଲା ୩ ବର୍ଷର ଶିଶୁକନ୍ୟା। ଦୀର୍ଘ ୭ ଘଣ୍ଟାର ଜୀବନ ମରଣ ସଂଘର୍ଷ ପରେ ବଞ୍ଚିଗଲା ଜୀବନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଜାମୁନାଳି ପଞ୍ଚାୟତ ଗୋଳାସର ଗାଁରେ ସୋମବାର ପୂର୍ବାହ୍‌ଣରେ ଘଟିଥିଲା ଏହି ଅଭାବିତ ଘଟଣା। ଅତି ସତର୍କତାର ସହିତ ଖାତ ପାଖରୁ ସୁଡ଼ଙ୍ଗ ଖୋଳି ଶିଶୁକନ୍ୟାଟିକୁ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ। ବୋର୍‌େଓ୍ଵଲ […]

ଭୁବନେଶ୍ୱର : ରାଜ୍ୟରେ ୬୫୨୪ କୋଟି ବ୍ୟୟରେ ୧୯୮ଟି ବୃହତ୍‌ (ମେଗା) ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ମଂଜୁର କରିଛନ୍ତି। ସମସ୍ତ ପ୍ରକଳ୍ପ ମଧ୍ୟରୁ ୭୦ଟି ପ୍ରକଳ୍ପ ୨୦୧୮ ମାର୍ଚ ମାସ ଏବଂ ଆଉ ୪୦ଟି ପ୍ରକଳ୍ପ ଜୁନ୍‌ ମାସ ସୁଦ୍ଧା ସରିବ। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତିି। ଏହି ପରିପ୍ରେକ୍ଷୀରେ […]

କୋରାପୁଟ : କମ୍ବିଂ ସାରି ଫେରୁଥିବା ବେଳେ ଓଲଟି ପଡିଲା ବିଏସଏଫ ଭ୍ୟାନ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟ ବନ୍ଦିକାରଠାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି। ଲକ୍ଷ୍ମୀପୁରରେ ଥିବା ବିଏସଏଫ ୧୯୫ ବାଟାଲିୟନର ଯବାନମାନେ କମ୍ବିଂ ଅପରେସନରେ ଯାଇଥିଲେ। ସେମାନେ କୋରାପୁଟ-ରାୟଗଡା […]

ଭୁବନେଶ୍ୱର : କ୍ୟାମ୍ପସରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ୍ ଫୋନ୍ ବ୍ୟାନ ଯୋଜନାକୁ ବଦଳାଇବ ଉଚ୍ଚଶିକ୍ଷା ବିଭାଗ। ଏଣିକି କ୍ୟାମ୍ପସ୍ ନୁହେଁ କେବଳ କ୍ଲାସ ରୁମରେ ମୋବାଇଲ ବ୍ୟବହାର ଉପରେ ଲାଗିବ କଟକଣା। ଏହି ନିୟମ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ। ପୂର୍ବରୁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ କଟକଣା ନେଇ ବିଭାଗ ଯୋଜନା କରିଥିଲା। କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି କରୁଥିବା ଦର୍ଶାଇ […]

ଭୁବନେଶ୍ୱର : ଇଚ୍ଛାଧୀନ କୋଟାରେ ମିଥ୍ୟା ସତ୍ୟପାଠ ଦେଇ ବିଡିଏରେ ଏକାଧିକ ଜମି ହାତେଇ ଥିବା ଲୋକଙ୍କ ନାଁରେ ହେବ ଅପରାଧୀକ ମାମଲା। ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପରେ, ତାରା ଦତ୍ତ ଟାସ୍କ ଫୋର୍ସ କମିଟି ଦେଇଥିବା ସୁପାରିଶର କାର୍ଯ୍ୟନ୍ୱୟନ ନେଇ ସଚିବାଳୟରରେ ସମୀକ୍ଷା ପରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ କହିଛନ୍ତି-“ଦରଖାସ୍ତ ବେଳେ ଯେଉଁ ହିତାଧିକାରୀ […]

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି ୨୮ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଏହି ଅବସରରେ ଚଳିତ ଥର ୨୭ଟି ଭିନ୍ନ ଭିନ୍ନ ବିଭାଗରେ କଳାକାର ଓ ଟେକ୍ନିସିଆନଙ୍କୁ ପୁରସ୍କୃତ କରାଯାଇଛିା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ କୌଣସି କଣ୍ଠଶିଳ୍ପୀଙ୍କୁ ମର୍ଯାଦାଜନକ […]

କଟକ: ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ୩ଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଟିଟିଲାଗଡ, ନବରଙ୍ଗପୁର ଓ ଯାଜପୁର ଟାଉନ ଥାନାରେ ସିସୋର ଠକେଇ ନେଇ ୨୦୧୩ରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୬ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ କଟକଣା ଲାଗୁ ହେବାକୁ ଯାଉଛି। କୌଣସି ଅଣପଞ୍ଜୀକୃତ ମୋବାଇଲ୍‌ ହାଣ୍ଡସେଟ୍‍ ଶ୍ରୀମନ୍ଦିର ପ୍ରବେଶ କରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଦୁଇ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା ପଞ୍ଜୀକୃତ ମୋବାଇଲ୍‌ ହାଣ୍ଡ୍‌ସେଟ୍‌ ଛଡ଼ା କେହି ଅନ୍ୟ ମୋବାଇଲ ଫୋନ୍‌ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ(ନୀତି) ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। କେବଳ ନିର୍ଦ୍ଦିଷ୍ଟ ଅଧିକାରୀ, କର୍ମଚାରୀ, […]

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ର ରଘୁନାଥ ସ୍ୱାମୀ ଉଚ୍ଚବିଦ୍ୟାଳୟ, ପଟ୍ଟାଧରର ଛାତ୍ର ସିପୁନ, ସଂଗ୍ରାମ,ସୂର୍ଯ୍ୟ…..ଏମିତି ଅନେକ ବିଦ୍ୟାଳୟ ଦେଖି ନାହାନ୍ତି, ଗଂଜାମରେ ମଧ୍ୟ ରହୁନାହନ୍ତି। ସେଥିରୁ କିଛି ଛାତ୍ରଛାତ୍ରୀ ଗୁଜୁରାଟରେ ରହୁଛନ୍ତି। ଅଷ୍ଟମ ଶ୍ରେଣୀରେ ମଧ୍ୟ ଏ ଛାତ୍ରଛାତ୍ରୀଙ୍କ ନାମ ରେଜିଷ୍ଟ୍ରାରରେ ନଥିଲା। ମାତ୍ର ଏବେ ସେମାନେ ଚଳିତ ବର୍ଷ ଓଡ଼ିଶା ମାଧ୍ୟମକି ଶିକ୍ଷା ପରିଷଦ(ବୋର୍ଡ) ଅଧୀନରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ଏ ଛାତ୍ରଛାତ୍ରୀଙ୍କ […]

ସୋର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ନୂଆଗାଁ ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୌରାଙ୍ଗ ବାରିକ (୪୮)। ସେ ୫ ଏକର ଜମିରେ ଭାଗ ଚାଷ କରିଥିଲେ। ସେ ଗୋବିନ୍ଦପୁର ସୋସାଇଟିରୁ ୧୨ ହଜାର ଟଙ୍କା, ଔପଦା କୋଅପରେଟିଭ୍‌ ବ୍ୟାଙ୍କରୁ ୧୫ ହଜାର ଟଙ୍କା, ବନ୍ଧନ ସଂସ୍ଥାରୁ ୪୦ ହଜାର ଟଙ୍କା ଓ ସ୍ପନ୍ଦନ ସଂସ୍ଥାରୁ ୨୧ ହଜାର ଟଙ୍କା ଲୋନ୍ ଆଣି […]

Social media & sharing icons powered by UltimatelySocial