ଯାଜପୁର: ଧର୍ମଶାଳା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ କୁଣ୍ଡପାଟଣା ନୂଆସାହି ଗ୍ରାମରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ବଖରା ଘର ସହ ବହୁ ଆସବାବପତ୍ର ଓ ଧାନଚାଉଳ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ଗ୍ରାମର ନିତ୍ୟାନନ୍ଦ ପୃଷ୍ଟିଙ୍କ ଘରେ ମଧ୍ୟାହ୍ନ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ଟାଙ୍କି ଫାଟିବାରୁ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପରିବାର ସଦସ୍ୟ ବର୍ତି ଯାଇଥିବା ବେଳେ ନିତ୍ୟାନନ୍ଦଙ୍କ ବ୍ୟତୀତ ଅନ୍ୟ ପଡୋଶୀଙ୍କ […]

ରାଉରକେଲା: ଏନଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଟେକ୍ନୋଲୋଜି କ୍ଷେତ୍ରରେ ଏନଆଇଟିର ଭୂମିକା ପ୍ରଶଂସନୀୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଆଇଟି ଛାତ୍ରଛାତ୍ରୀମାନଙ୍କର ସମାଜ ପ୍ରତି ଅବଦାନ ରହିଛି। ସଫଳତା ମିଳିଗଲା ପରେ ଥକିଯାଅନି। ନିଜକୁ ସୀମିତ ନ ରଖି ଆଗକୁ ବଢ଼ିଚାଲ। ଯାହା ନିଜକୁ ଆତ୍ମସନ୍ତୋଷ ଦେଉଛି, ସେଇଟା କର। ତେବେ ନିଜକୁ କଣ ଭଲ ଲାଗୁଛି, […]

କଟକ: ୧୫ ବର୍ଷର ନାବାଳିକା ଝିଅ ସହିତ ଦୁଷର୍ମ କରି ଗର୍ଭବତୀ କରାଇବା ଅଭିଯୋଗରେ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ସୂର୍ଯ୍ୟମଣି ବେହେରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ତାକୁ ୨୦ ହଜାର ଟଙ୍କା ଅର୍ଥ ଦଣ୍ତରେ ମଧ୍ୟ ଦଣ୍ତିତ କରାଯାଇଛି। ଏହି ମାମଲାର ତଦନ୍ତ ମହିଳା ଥାନା ଆଇଆଇସି ଅନସୂୟା ନାୟକ କରିଥିବା ବେଳେ ପୁଲିସର ସଠିକ ତଦନ୍ତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ […]

ପୁଲିସର ତନାଘନା, ଚାଲିଛି ପ୍ରମାଣ ଖୋଜା ଭୁବନେଶ୍ବର : ଥାନା ନିକଟରେ ଜଣେ ମହିଳାଙ୍କୁ ଦୁଇଥର ଗଣଦୁଷ୍କର୍ମ କରାଯିବା ନେଇ ଅଭିଯୋଗ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୁଲିସ୍‌ ଏତଲା ରଖୁ ନଥିବାରୁ ପୀଡ଼ିତାଜଣଙ୍କ ପୁଲିସ୍‌ କମିସନର୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରେ ବାଧ୍ୟ ହୋଇ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। କିନ୍ତୁ […]

ନୂଆଦିଲ୍ଲୀ : ମରାଠା କୋଟା ମାମଲାର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ ଜାଣିବାକୁ ଚାହିଛନ୍ତି ଯେ ଦେଶରେ ଆଉ କେତେ ପିଢ଼ି ଧରି ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ। ଅଦାଲତ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ସ୍ଥିତିରେ ଉତ୍ପନ୍ନ ହେବାକୁ ଥିବା ଅସମାନତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ […]

ଆହୁରି ୪/୫ଟି ଫଟୋ ଜାରି ହେବ, ତଥାପି ହଟୁନି ସସ୍‌ପେନ୍ସ ଭୁବନେଶ୍ବର : ଯାଁଳା ଫାଣ୍ଡି ଭିତରେ ଜବତ ଗାଡ଼ିରେ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ଆଜି ପ୍ରଥମ ସ୍କେଚ୍ ଜାରି କରିଛି କମିସନରେଟ ପୁଲିସ। ବେଙ୍ଗାଲୁରୁର ଘରୋଇ ସଂସ୍ଥାରୁ ମୁହଁ ପୁନର୍ଗଠନ(ଫେସ୍ ରିକନଷ୍ଟ୍ରସନ୍)ର ଫଟୋ ପୁଲିସକୁ ମିଳିବା ପରେ ଏହାକୁ ଗଣମାଧ୍ୟମରେ ଜାରି କରାଯାଇଛି। ଏହା ଶତପ୍ରତିଶତ ମହିଳାଙ୍କ ଫଟୋ ନୁହେଁ। କେବଳ ଖପୁରି ଓ କଙ୍କାଳକୁ ଦେଖି […]

ଏସ୍‌ଏଚ୍‌ଜିଙ୍କ ବଦଳରେ କିନ୍ନର ଆଦାୟ କରିବେ ଟ୍ୟାକ୍ସ ଭୁବନେଶ୍ବର : ଏଣିକି ରାଜଧାନୀବାସୀଙ୍କଠାରୁ ପୁରୁଣା ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯିବ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୂତନ ହୋଲ୍ଡିଂ ଟ୍ୟାକ୍ସ ଲାଗୁ ଉପରେ ସ୍ଥଗିତାଦେଶ ଲାଗୁ ହେବା ପରେ ବିଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଯେଉଁ ବଡ଼ ଖିଲାପକାରୀ (ବାଣିଜ୍ୟିକ ପ୍ରତିଷ୍ଠାନ/ଅନୁଷ୍ଠାନ) ରହିଛନ୍ତି, ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଯେଉଁମାନଙ୍କର […]

ଭୁବନେଶ୍ବର : ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ଭୁବନେଶ୍ବରରେ ହଠାତ୍ କରୋନା ସଂକ୍ରମଣ ବଢ଼ିଛି। ଗୋଟିଏ ଦିନରେ ରାଜଧାନୀରେ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬ଜଣ ସଙ୍ଗରୋଧରୁ ଓ ୯ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି। ଗତ ଜାନୁଆରି ମାସ ୩୧ତାରିଖରେ ରାଜଧାନୀରେ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠୁ ଦୈନିକ ସଂକ୍ରମଣ ପ୍ରାୟତଃ ଏକ ଅଙ୍କରେ ସୀମିତ ରହୁଥିବାବେଳେ ଆଜି ଏହା ୧୫ରେ ପହଞ୍ଚିଥିବାରୁ ପୁଣିଥରେ କରୋନାର […]

ଭୁବନେଶ୍ବର : ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସ୍ବତନ୍ତ୍ର ବିମାନରେ ଶନିବାର ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବେ। ଏହାପରେ ରାଷ୍ଟ୍ରପତି ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ୨୧ ତାରିଖ ସକାଳ ୯ଟାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବିମାନରେ ଝାରସୁଗୁଡ଼ା ଦେଇ ରାଉରକେଲା ଯିବେ। ରାଉରକେଲା […]

ଓ୍ଵାସିଂଟନ୍‌: ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ଦିଅ ନତୁବା ଭୟାବହ ବିଶ୍ୱର ସମ୍ମୁଖୀନ ହେବ ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍‌କୁ ଚେତାବନୀ ଦେଇଛି। ସିନ୍‌ଜିଆଙ୍ଗ୍‌, ହଙ୍ଗ୍‌କଙ୍ଗ୍‌ ଏବଂ ତାଇଓ୍ଵାନ୍‌ ଅଞ୍ଚଳରେ ଚୀନ୍‌ ଚଳାଇଥିବା କାର୍ଯ୍ୟକଳାପ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ସାଇବର୍‌ ଆକ୍ରମଣ ତଥା ତା’ର ମିତ୍ରରାଷ୍ଟ୍ରମାନଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିବା ଆନ୍ତର୍ଜାତିକ ସମ୍ପର୍କକୁ ବିଗାଡୁଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ […]

Social media & sharing icons powered by UltimatelySocial