ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ […]

ଭୁବନେଶ୍ବର: ବାଜିଲା ବାଲେଶ୍ୱର ସଦର ଏବଂ ତିର୍ତୋଲ ବିଧାନସଭା ଆସନ ପାଇଁ ନିର୍ବାଚନ ବିଗୁଲ। ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଆଜି ଏଥିଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜ୍ଞପ୍ତି ସହ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୧୭ରେ ନାମାଙ୍କନ ପତ୍ର ଯାଞ୍ଚ ହେବା […]

ଭାଇକୁ ଖୋଜି ଭଉଣୀ ରାଜଧାନୀରେ ଭୁବନେଶ୍ୱର : ମୋ ଭାଇ କୁଆଡ଼େ ଗଲା ? ତାକୁ ଗାଁରେ ସବୁ ଅପେକ୍ଷା କରିଛନ୍ତି। ଘର ଲୋକ ସବୁ ଚାହିଁ ବସିଛନ୍ତି। ଭାଇ ଆସିଲେ ଘରକୁ ଆମେ ସବୁ ଆସିବୁ। ସେ ଆମ ପାଇଁ କେତେ କ’ଣ ଆଣିଥିବ….ଏମିତି କେତେ କଥା କହି ନିଜ ବଡ଼ ଭ‌ାଇ ସୀମାଞ୍ଚଳଙ୍କୁ ଝୁରି ହେଉଛନ୍ତି ସାନ ଭଉଣୀ ମଞ୍ଜୁଲତା। ଗତକାଲିର ବିସ୍ଫୋରଣ ପରେ ନିଖୋଜ ଥିବା […]

ଶିଳ୍ପୀ ଗ୍ରାମ ରଘୁରାଜପୁର ଆଜି ଖାଁ ଖାଁ ପୁରୀ : ‌ଐତିହ୍ୟ ଗ୍ରାମ ରଘୁରାଜପୁର ପଟ୍ଟଚିତ୍ର ଶିଳ୍ପ ପାଇଁ ଆଜି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପଟ୍ଟଚିତ୍ରର ଏନ୍ତୁଡ଼ିଶାଳ ଏହି ଗାଁ କେବଳ ଜିଲ୍ଲା ତଥା ରାଜ୍ୟର ନାଁ ଉଚ୍ଚା କରିନି, ଭାରତକୁ ବି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଯେଉଁଥିପାଇଁ ପଟ୍ଟଚିତ୍ର ନେବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଦୌଡ଼ି ଆସନ୍ତି। ଏହି ଐତିହ୍ୟ […]

ବେପାର କମିବାରୁ ସୁପାରି ଦେଇ ହତ୍ୟା ଭୁବନେଶ୍ୱର : ରାଜଧାନୀରେ ଚର୍ଚ୍ଚିତ ସାମନ୍ତରାପୁର ମିଠା ବ୍ୟବସାୟୀ ଜମ୍ବୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗତକାଲି ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛି। ବଳରାମ ସୁଇଟ୍ସ ମାଲିକ ପୁଅ ରାଜକୁମାର ବେହେରା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେଣୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅଧିକ ତଦନ୍ତ ପାଇଁ ତାକୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ […]

ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ନୂଆଦିଲ୍ଲୀ : କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ତଥା ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି)ର ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ(୭୪)ଙ୍କର ଆଜି ପରଲୋକ ଘଟିଛି। ସେ ଗୁରୁତର ଅସୁସ୍ଥ ଥିଲେ ଏବଂ ଗତ ଶନିବାର ସନ୍ଧ୍ୟାରେ ତାଙ୍କ ହୃତ୍‌ପିଣ୍ଡରେ ଅସ୍ତ୍ରୋପଚାର ହୋଇଥିଲା। ଗତକାଲି ସ୍ବାସ୍ଥ୍ୟାବସ୍ଥା ଅତି ଉଦ୍‌ବେଗଜନକ ଥିଲା। ଆଜି ନୂଆଦିଲ୍ଲୀସ୍ଥିତ ଫର୍ଟିସ ଏସ୍‌କର୍ଟ ହସ୍ପିଟାଲରେ ପାଶ୍ବାନ ଶେଷ ନିଶ୍ବାସ ତ୍ୟାଗ […]

ଭୁବନେଶ୍ୱର : ୧୯୭୦ରୁ ପ୍ରତି ବର୍ଷ ଅକ୍ଟୋବର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ୧୮୭୪ ଏହି ଦିନରେ ସ୍ୱିଜରଲାଣ୍ଡ‌ର ବର୍ଣ୍ଣରେ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ ସ୍ଥାପିତ ହୋଇଥିଲା ଏବଂ ସେଥି ସହ ବିଶ୍ବ ସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ସୀମା-ସରହଦ ଡେଇଁ ଚିଠି ଦୂର-ଦୂରାନ୍ତରକୁ ଯିବା ଆରମ୍ଭ ହୋଇଥିଲା। ୧୯୬୯ରେ ଟୋକିଓରେ ଅନୁଷ୍ଠିତ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ର ଅଧିବେଶନରେ, ଅକ୍ଟୋବର‌ […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ା ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ମଳିପଡ଼ା- ଦଲକା ରାସ୍ତାକଡ଼ରେ ଏକ ମାଈ ହାତୀ ମରିପଡ଼ିଥିବା ଲୋକେ ଦେଖିଥିଲେ। ସେମାନେ ଏସଂପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର କିପରି ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରୁଛନ୍ତି। ମୃତ ମାଈ ହାତୀର ବୟସ ୧୫ରୁ ୧୮ […]

ନୂଆଦିଲ୍ଲୀ: ଏକ ଅଭିନବ ‘ଆନୁବଂଶିକ କଇଞ୍ଚି’ର ବିକାଶ ବା ଗୁଣସୂତ୍ରର ଆନୁବଂଶିକ ସମ୍ପାଦନ ପ୍ରକ୍ରିୟା ଆବିଷ୍କାର ପାଇଁ ଚଳିତ ବର୍ଷ ଦୁଇ ଜଣଙ୍କୁ ରସାୟନଶାସ୍ତ୍ରରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ସେମାନେ ହେଲେ ଫରାସୀ ବୈଜ୍ଞାନିକ ଇମାନୁଏଲ୍‌ କାର୍ପେଣ୍ଟିଅର ଓ ଆମେରିକୀୟ ଗବେଷକ ଜେନିଫର ଏ. ଡୌଡ୍‌ନା। ସେମାନଙ୍କ ନୂତନ ପଦ୍ଧତି ସାହାଯ୍ୟରେ ମନୁଷ୍ୟର ଆନୁବଂଶିକ ଉପାଦାନକୁ ସମ୍ପାଦନ କରାଯାଇ ଭବିଷ୍ୟତରେ ବଂଶଗତ ରୋଗର ନିରାକରଣ […]

ଦୈନିକ ହଜାର ହଜାର ଟନ୍‌ ଗ୍ୟାସ୍‌, ପେଟ୍ରୋଲ ପରିବହନ ହେଉଛି ଭୁବନେଶ୍ୱର : ରାଜଧାନୀର ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ସରକାର। କେତେବେଳେ ରାସ୍ତାରେ ଯାଉ ଯାଉ ହଠାତ୍‌ ନାକ କାନ ରୁନ୍ଧି ହୋଇ ତଳେ ପଡ଼ି ଜୀବନ ଚାଲିଯିବ। ନଚେତ୍‌ ବିସ୍ଫୋରଣରେ ହାତ ଗୋଡ଼ ଛିଣ୍ଡି ଜୀବନ ଚାଲିଯିବ ତାହା କେହି କହିପାରିବେନି। ଏପରିକି ଦୁର୍ଘଟଣା ଘଟିଲେ ବି ପାଖଆଖ ଅଞ୍ଚଳରେ କେହି ବଞ୍ଚିବେନି। […]

Social media & sharing icons powered by UltimatelySocial