ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ, ମୋଦି କଲେ ପ୍ରଶଂସା

ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି ଏମିତି ଏକ ନିଆରା ଉପାୟରେ ରୋଜଗାର କରୁଛନ୍ତି। କେବଳ ସେ ଏକା ନୁହନ୍ତି ୧୫ ଜଣ ମହିଳା ତାଙ୍କ ସହ ଏହି ପ୍ରକଳ୍ପରେ ଜଡ଼ିତ ଅଛନ୍ତି। ଆହୁରି ୨୦ଜଣ ମହିଳାଙ୍କୁ ସେ ତାଲିମ ଦେଉଛନ୍ତି। ବିଜୟଶାନ୍ତି କହିଛନ୍ତି ଯେ, ସେ ୨୦୧୮-୧୯ ରେ ବ୍ୟବସାୟ ଆରମ୍ଭ କରିବା ପାଇଁ ପଦ୍ମ ନାଡ଼ରୁ ସୂତା ଏବଂ କପଡ଼ା ତିଆରି କରିଥିଲେ। ତାଙ୍କ ଉତ୍ପାଦନ ଗୁଜୁରାଟ ଲାବୋରେଟୋରୀକୁ ପଠାଯାଇଥିଲା, ସେଠାରୁ ସେ ସବୁଜ ସଙ୍କେତ ପାଇଥିଲେ।

ଉଦ୍ଭିଦ ବିଜ୍ଞାନରେ ସ୍ନାତକ କରିଥିବା ଶାନ୍ତି କହିଛନ୍ତି ଯେ, ମୁଁ ଉତ୍ପାଦନ ପ୍ରଣାଳୀ ବିଷୟରେ ପ୍ରାୟତ ଇଣ୍ଟରନେଟରୁ ଜାଣିଥିଲି ଏବଂ ମୋର ଜଣେ ଶିକ୍ଷକ ମୋତେ ଏହାକୁ ଜୀବିକାର ଉତ୍ସ କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ ‌କି ବାତ୍’ରେ‌ ବିଜୟଶାନ୍ତିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ ଟ୍ୱିଟ୍ କରି ବିଜୟଶାନ୍ତିଙ୍କ ସୂତା ଏବଂ କପଡ଼ା ତିଆରି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, “ମନ କି ବାତ‌ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରର ବିଜୟଶାନ୍ତିଙ୍କୁ ପଦ୍ମ ନାଡ଼ରୁ ସୂତା ତିଆରି କରିଥିବାରୁ ପ୍ରଶଂସା କରିଥିଲେ। ତାଙ୍କର ଏହି ପ୍ରୟାସ ପଦ୍ମ ଚାଷ ଏବଂ ବୟନ ଶିଳ୍ପର ନୂତନ ଦିଗ ଖୋଲିଛି। ପଦ୍ମ ନାଡରୁ ତିଆରି ପୋଷାକର ବିଦେଶରେ ବହୁତ ଚାହିଦା ଅଛି।”

Share Now:

Kalinga News Beuro

Next Post

ସାତ ଦଶନ୍ଧିପରେ ଲାଲଗଡ଼ରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

Fri Oct 9 , 2020
ସବୁ ଅସୁବିଧା ଦୂରକରିବାକୁ ପ୍ରତିଶୃତିଦେଲେ ଜିଲ୍ଲାପାଳ ଓ ଏସପି ମାଲକାନଗିରି : ପ୍ରଥମ କରି ଲାଲଗଡ଼ର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। ସ୍ୱାଭିମାନ ଅଞ୍ଚଳର ଅତି ମାଓପ୍ରବଣ ଇଲାକା ଯୋଡାମ୍ବ ଠାରେ ଆଜି ହଠାତ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନର ସୁଅ। ଜିଲ୍ଲାପାଳ ମନିଷ ଅଗ୍ରୱାଲ ଜଂତୁରାଈ ଗାଁରୁ ମୋଟର ସାଇକେଲ ଯୋଗେ ଯୋଡ଼ମ୍ବ ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କର ସୁଖ ଦୁଃଖ ପଚାରି ବୁଝିଥିଲେ। ପ୍ରଥମକରି ଜିଲ୍ଲାପାଳ […]
ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial