ଭେଲୋର: ତାମିଲନାଡୁର ଭେଲୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜର ୧୩ ବର୍ଷୀୟା ନାବଳିକା ଝିଅକୁ ଦୁଷ୍କର୍ମ କରି ୪୪ ବର୍ଷୀୟ ବ୍ୟକ୍ତି ଗିରଫ ହୋଇଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣକ ମଙ୍ଗଳବାର ତାମିଲନାଡୁର ଭେଲୋରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ସୂଚନା ରହିଛି। ନାବାଳିକା ଜଣକଙ୍କ ପେଟରେ ଅଚାନକ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ପରୀକ୍ଷା ପରେ ସେ ଗର୍ଭବତୀ ବୋଲି […]

ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି। […]

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ରଏଡ଼ ଦେଉଳି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଛି। ଆନନ୍ଦ ବିଶ୍ୱାଳଙ୍କ ଘର ଲୁହା ଆଲମିରା ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆନନ୍ଦଙ୍କ ପରିବାର ଖାଇ ସାରି ଶୋଇଥିଲେ। ଲାଇନ କଟିଯିବାରୁ ପରିବାର […]

ଲକ୍ଷ୍ନୌ : ଭାରତରେ ସୁନା ଉପରେ ଆମଦାନୀ ଟିକସ ବଢିଯାଇଥିବାରୁ ଚୋରାବେପାରୀମାନେ ବିଭିନ୍ନ ଅଭିନବ ଉପାୟରେ ବିଦେଶରୁ ସୁନା ଚୋରୋଚାଲାଣ କରୁଛନ୍ତି। ଗୁରୁବାରଦିନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି। ସୀମା ଶୁଳକ (କଷ୍ଟମ୍ସ) ଅଧିକାରୀମାନେ ସେଗୁଡ଼ିକୁ ଜବତ କରିଛନ୍ତି। ସେଗୁଡ଼ିକ ଉପରେ କଳା ଟେପ ଗୁଡ଼ାଯାଇଥିଲା ଓ କଳା ପଲିଥିନରେ ରଖାଯାଇଥିଲା। ପ୍ରଥମେ ଦେଖିଲେ ଜଣାପଡ଼ୁଥିଲା ଯେ କେହି […]

ବାଲିପାଟଣା: କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ ଫସିଛନ୍ତି। ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏଏସଆଇ ପୁଷ୍ପଲତା ପାଇକରାୟ। ଆଜି ଦିନ ୧୧ ଟା ସମୟରେ ସରକାରୀ କ୍ଵାଟରରେ ରହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଦନ […]

ଚକପଦା: ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କନ୍ଧମାଳ ଜିଲ୍ଳାର ଚକପଦା ଥାନା ଅନ୍ତର୍ଗତ ବ୍ରାହ୍ମଣୀପଡ଼ା ଗ୍ରାମରେ ଟିକାବାଲି ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ମିଳିତ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି। ବାଘଛାଲ ଜବତ ହେବା ସହ ବ୍ରାହ୍ମଣୀପଡ଼ା ଗ୍ରାମର ଦିବଙ୍ଗତ ରାଘବ ନାୟକଙ୍କ ପୁଅ ବିରେନମିତ୍ର ନାୟକଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ବେଳେ ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ […]

ଭୁବନେଶ୍ବର: ଭୁବନେଶ୍ୱରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ। ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା। ଏନେଇ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ […]

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସଂପତ୍ତି ଆଟାଚ୍ କରିଥିବା ଜଣାଯାଇଛି। ମନି ଲଣ୍ଡରିଂଆକ୍ଟ ଅନୁଯାୟୀ ତାଙ୍କର ଏହି ସଂପତ୍ତି ଆଟାଚ୍ କରାଯାଇଛି। ଆଜି ପୂର୍ବତନ ବିଧାୟକ ପ୍ରଭାତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କର ଏବଂ ମିଡିଆ ଗୁରୁ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡର ୩ କୋଟି ୯୨ ଲକ୍ଷ ୨୦ […]

ଭବାନୀପାଟଣା: ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଡିଲ୍‌ ଚାଲିଥିବା ବେଳେ ଭବାନୀପାଟଣା ନର୍ଥ ରେଞ୍ଜ୍‌ ଓ ଏସ୍‌ଟିଏଫ୍‌ର ମିଳିତ ଚଢ଼ାଉଇରେ ଏହି ବାଘଛାଲ ଜବତ ହୋଇଥିବା ସୂଚନା ରହିଛି। ବାଘଛାଲ ଜବତ ହେବା ସହ କଳାହାଣ୍ଡି ଜିଳ୍ଳାର ଗୁନୁପୁର ଗାଁର କ୍ରିଷ୍ଣା ମାଝୀଙ୍କ ପୁଅ ଅଭିଯୁକ୍ତ କୈଳାସ ମାଝୀଙ୍କୁ ଗିରଫ କରାଯାଇଛି।ଏହି ଚଢ଼ାଉ ବେଳେ ବାଘଛାଲ ବ୍ୟତୀତ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ […]

ଜୟପୁର: ରାଜସ୍ଥାନରେ ମୁତୟନ ହୋଇଥିବା ଜଣେ ଯୁବ ଭାରତୀୟ ସେନା ସୈନିକଙ୍କୁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ସୈନିକ ତାଙ୍କ ରେଜିମେଣ୍ଟ ସମ୍ବନ୍ଧୀୟ ‘ଗୁପ୍ତ’ ଶ୍ରେଣୀଭୁକ୍ତ ସୂଚନା ଦୁଇ ଜଣ ମହିଳାଙ୍କ ସହ ବାଣ୍ଟିଛନ୍ତି ଯେଉଁମାନେ ତାଙ୍କୁ ‘ହନିଟ୍ରାପ୍‌’ରେ ଫସାଇ ଦେଇଥିଲେ ବୋଲି ରାଜସ୍ଥାନର ଜଣେ ବରିଷ୍ଠ ପୁଲିସ ଅଧିକାରୀ ବୁଧବାର ଦିନ କହିଛନ୍ତି। ରାଜସ୍ଥାନର ପୁଲିସ ମହାନିର୍ଦ୍ଦେଶକ (ଗୁଇନ୍ଦା) ଉମେଶ ମିଶ୍ର କହିଛନ୍ତି ଯେ […]

Social media & sharing icons powered by UltimatelySocial