‘ହନିଟ୍ରାପ୍‌’ରେ ଫସି ପାକ୍‌ ଏଜେଣ୍ଟଙ୍କ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଭାରତୀୟ ସୈନିକ ଗିରଫ

ଗୁପ୍ତଚର ବୃତ୍ତି କରୁଥିବା ଭାରତୀୟ ସୈନିକ ଗିରଫ

ଜୟପୁର: ରାଜସ୍ଥାନରେ ମୁତୟନ ହୋଇଥିବା ଜଣେ ଯୁବ ଭାରତୀୟ ସେନା ସୈନିକଙ୍କୁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ସୈନିକ ତାଙ୍କ ରେଜିମେଣ୍ଟ ସମ୍ବନ୍ଧୀୟ ‘ଗୁପ୍ତ’ ଶ୍ରେଣୀଭୁକ୍ତ ସୂଚନା ଦୁଇ ଜଣ ମହିଳାଙ୍କ ସହ ବାଣ୍ଟିଛନ୍ତି ଯେଉଁମାନେ ତାଙ୍କୁ ‘ହନିଟ୍ରାପ୍‌’ରେ ଫସାଇ ଦେଇଥିଲେ ବୋଲି ରାଜସ୍ଥାନର ଜଣେ ବରିଷ୍ଠ ପୁଲିସ ଅଧିକାରୀ ବୁଧବାର ଦିନ କହିଛନ୍ତି। ରାଜସ୍ଥାନର ପୁଲିସ ମହାନିର୍ଦ୍ଦେଶକ (ଗୁଇନ୍ଦା) ଉମେଶ ମିଶ୍ର କହିଛନ୍ତି ଯେ ପଶ୍ଚିମବଙ୍ଗର ଶାନ୍ତିମୋୟ ରାଣା ନାମକ ୨୪ ବର୍ଷୀୟ ସୈନିକ ସୋସିଆଲ ମିଡିଆ ଏବଂ ହ୍ଵାଟସଆପରେ ଦୁଇ ଜଣ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ଉତ୍ତରପ୍ରଦେଶର ଶାହଜାହାନପୁରର ଗୁରୁନୁର କୌର ଓରଫ ଅଙ୍କିତା ବୋଲି ପରିଚୟ ଦେଇଥିଲେ ଏବଂ ସାମରିକ ଇଞ୍ଜିନିୟରିଂ ସେବା ସହିତ କାମ କରୁଥିବା ଦାବି କରିଥିଲେ। ସେହିପରି ନିଜକୁ ନିଶା ବୋଲି କହିଥିବା ଦ୍ୱିତୀୟ ମହିଳା ରାଣାଙ୍କୁ କହିଥିଲେ ଯେ ସେ ସାମରିକ ନର୍ସିଂ ସର୍ଭିସ୍‌ ସହିତ କାର୍ଯ୍ୟରତ ଅଛନ୍ତି।
ଡିଜି ମିଶ୍ର କହିଛନ୍ତି ଯେ ଏ ଦୁଇ ମହିଳା ପାକିସ୍ତାନର ଗୁଇନ୍ଦା ଏଜେନ୍‌ସି (ଆଇଏସଥଆଇ)ର କାର୍ଯ୍ୟକର୍ତ୍ତା ଅଟନ୍ତି। ୨୦୧୮ରେ ସେନାରେ ଯୋଗ ଦେଇଥିବା ରାଣା ସୁରକ୍ଷା ଏଜେନ୍‌ସିଗୁଡ଼ିକୁ କହିଥିଲେ ଯେ ସେ ଦୀର୍ଘ ସମୟ ଧରି ଏହି ଦୁଇ ମହିଳାମାନଙ୍କ ସହ ଯୋଗାଯୋଗରେ ଥିଲେ। ଏବଂ ହ୍ଵାଟସଆପର ଅଡିଓ ଏବଂ ଭିଡିଓ କଲ୍‌ ଦ୍ୱାରା ପ୍ରାୟତଃ ସେମାନଙ୍କ ସହ କଥା ହେଉଥିଲେ। ଡିଜି ମିଶ୍ର କହିଛନ୍ତି ଯେ ସୈନିକ ଜଣକ ମହିଳାମାନଙ୍କୁ ଦେଇଥିବା ଯୁଦ୍ଧ ଅଭ୍ୟାସର ଫଟୋ ଏବଂ ଭିଡିଓ ସହିତ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ ପାଇଁ ମଧ୍ୟ ଟଙ୍କା ପାଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ତାଙ୍କ ମୋବାଇଲ୍‌ ଫୋନ୍‌ର ବୈଷୟିକ ବିଶ୍ଳେଷଣ ପରେ ସୈନିକଙ୍କ ବିରୋଧରେ ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି ଏବଂ ମଙ୍ଗଳବାର ଦିନ ତାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଛି।

Share Now:

Kalinga News Beuro

Next Post

ମନି ଲଣ୍ଡରିଂ ଗିରଫଦାରୀ ‘ମନମୁଖୀ ନୁହେଁ’: ସୁପ୍ରିମ୍‌ କୋର୍ଟ

Wed Jul 27 , 2022
ନୂଆଦିଲ୍ଲୀ: ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତାକୁ ବୁଧବାର ସୁପ୍ରିମ କୋର୍ଟ ସମର୍ଥନ କରିଛନ୍ତି। ସୁପ୍ରିମ୍‌ କୋର୍ଟ ନିଜ ରାୟରେ କହିଛନ୍ତି ଯେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଅଭିଯୁକ୍ତକୁ ଗିରଫ କରିବାର କ୍ଷମତା ସହିତ ଜଡିତ ଧାରା ୧୯ ମନମୁଖୀତାର ଦୁର୍ଗୁଣରେ ପୀଡିତ ନୁହେଁ। ପିଏମଏଲଏର କିଛି ବ୍ୟବସ୍ଥାର ବୈଧତାକୁ ବଜାୟ ରଖି ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏଏମ […]
ମନି ଲଣ୍ଡରିଂ ଗିରଫଦାରୀ ‘ମନମୁଖୀ ନୁହେଁ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial