ଟ୍ୱିନ୍ ସିଟିରେ ରାତି ୯ଟାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ : ନିୟମ ଖିଲାପ କଲେ ୭ ଦିନ ପାଇଁ ଦୋକାନ ବନ୍ଦ

ନିୟମ ଖିଲାପ କଲେ ୭ ଦିନ

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଇଟ କର୍ଫ୍ୟୁ କଡାକଡି ହେବ। କଟକ-ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ପୁଲିସ କମିସନର। ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି, ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନ ବଜାର ବନ୍ଦ ରହିବ। କୌଣସି ଦୋକାନ, ମଲ୍ କିମ୍ବା ରେଷ୍ଟୁରାଣ୍ଟ ନିୟମ ଖିଲାପ କଲେ ଅତି କମରେ ୭ ଦିନ ପାଇଁ ବନ୍ଦ କରାଯିବ।

Share Now:

Kalinga News Beuro

Next Post

କଟକରେ କମୁଛନ୍ତି ପକ୍ଷୀ : ଆସିଛନ୍ତି ୨୬ହଜାର ପକ୍ଷୀ

Fri Jan 7 , 2022
ଅଂଶୁପା, କଖଡିକୁ ଛାଡିଦେଲେ ମହାନଦୀର ଅନ୍ୟସ୍ଥାନକୁ ଆସୁ ନାହାନ୍ତି ବିଦେଶୀ ପକ୍ଷୀ କଟକ: ମହାନଦୀର କଖଡି, ଅଂଶୁପାକୁ ଛାଡିଦେଲେ ଅନ୍ୟସ୍ଥାନକୁ ଆସୁନାହାନ୍ତି ବିଦେଶୀ ପକ୍ଷୀ। କଟକର ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ଓ ଆଠଗଡ଼ ରେଞ୍ଜରେ ପାଖାପାଖି ଦଇଶହରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଡାଇପର୍‌, ପାଣିଚିରି, ହେରନ୍‌, ଇଗ୍ରେଟ୍‌, ପିହାନ୍ ଭଳି ୧୧ ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ପକ୍ଷୀ ଗଣନା ରିପୋର୍ଟ କହୁଛି। କଟକ ସିଟି ରେଞ୍ଜର […]
କଟକରେ କମୁଛନ୍ତି ପକ୍ଷୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial