ଭୁବନେଶ୍ୱରରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ:ଉଭୟେ ପଟିଆ ଅଞ୍ଚଳର

ଭୁବନେଶ୍ୱର:ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଦୁହେଁ ପଟିଆ ଅଞ୍ଚଳର ଜଣେ ୪୦ ବର୍ଷିୟ ପୁରୁଷ ଓ ୮ ବର୍ଷୀୟ ଝିଅ ବୋଲି ଜଣାଯାଇଛି। ଉଭୟେ ଗୋଟିଏ ପରିବାରର ବୋଲି ବି ଜଣାଯାଇଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏବେ ଭୁବନେଶ୍ୱର ମହାନଗର ନିଗମରେ ମୋଟ୍ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି। ଏବେ ଭୁବନେଶ୍ୱର ମହାନଗର ନିଗମରେ ୫୧ଜଣ ସୁସ୍ଥ ହୋଇଥିବା ବେଳେ ୩୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ୩ଜଣଙ୍କର ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

ସୋମବାରଠାରୁ ରାଜ୍ୟର ୨୨ଟି ସହରକୁ ଗଡ଼ିବ ସରକାରୀ ବସ୍‌

Sun Jun 7 , 2020
ଭୁବନେଶ୍ୱର: ରାଜ୍ୟର ସାଧାରଣ ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୋମବାରଠାରୁ ବସ ସେବା ଯୋଗାଇବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଏହି ସୂଚନା ଦେଇଛନ୍ତି। ଏହି ବସ୍‌ଗୁଡ଼ିକ ରାଜଧାନୀ ସମେତ ୨୨ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial