‘ବ୍ଲାକ ଫଙ୍ଗସ୍’ର ଆର୍ୟୁବେଦିକ ଔଷଧ ବଜାରକୁ ଆଣିବ ପତଞ୍ଜଳି!

‘ବ୍ଲାକ ଫଙ୍ଗସ୍’ ର ଆର୍ୟୁବେଦିକ ଔଷଧ ଆଣିବ ପତଞ୍ଜଳି

ନୂଆଦିଲ୍ଲୀ: ଏଲୋପାଥି ବନାମ ଆର୍ୟୁବେଦିକକୁ ନେଇ ବିବାଦୀୟ ବୟାନ ଭିତରେ ବାବା ରାମଦେବ ଓ ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ‘ବ୍ଲାକ ଫଙ୍ଗସ୍’ ରୋଗ ପାଇଁ ଆର୍ୟୁବେଦିକ ଔଷଧ ଲଞ୍ଚ କରିବାକୁ ଯାଉଛନ୍ତି। ଦୁଇଜଣ ଯାକ ଏହା ବି ଦାବି କରିଛନ୍ତି କି, ପତଞ୍ଜଳୀ ଆର୍ୟୁବେଦ ଲିମିଟେଡ ଓ ପତଞ୍ଜଳୀ ଯୋଗପୀଠ ଏହି ଔଷଧ ପ୍ରସ୍ତୁତ ନେଇ ଜରୁରୀ ଔପଚାରିକତା ପୂରା କରିଛି। ଏହାସହ ହ୍ୱାଇଟ୍ ଓ ୟୋଲୋ ଫଙ୍ଗସ୍ ପାଇଁ ପ୍ରସ୍ତୁତ ହେଉଥିବା ଔଷଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାମଦେବ କହିଛନ୍ତି କି, ବିବାଦ ଭିତରେ ବି ସେ ଲୋକଙ୍କ ସେବାରୁ ମୁହଁ ଫେରାଇ ନାହାନ୍ତି।
କହିରଖୁ କି, କରୋନା ମହାମାରୀ ଭିତରେ ବ୍ଲାକ ଫଙ୍ଗସ୍ ସହିତ ଅନ୍ୟ ପ୍ରକାର ଫଙ୍ଗାଲ ଇନଫେକ୍ସନ ବି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଫଙ୍ଗାଲ ଇନଫେକ୍ସନରୁ ଲୋକମାନଙ୍କୁ ରକ୍ଷା କରିବାକୁ ପତଞ୍ଜଳୀ ଯୋଗପୀଠ ଓ ପତଞ୍ଜଳୀ ରିସର୍ଚ୍ଚ ସେଣ୍ଟର କାମ କାମ କରୁଛି। ରାମଦେବଙ୍କର ଘନିଷ୍ଠ କୁହାଯାଉଥିବା ବାଳକୃଷ୍ଣଙ୍କ ନିଦର୍ଶନରେ ରିସର୍ଚ୍ଚ କେନ୍ଦ୍ରର ମୁଖ୍ୟ ଡା. ଅନୁରାଗ ବାଷ୍ଣିଓଙ୍କ ସହ ଏକ ଟିମ୍ ପ୍ରସ୍ତୁତ କରାଯାଇଛି। ବ୍ଲାକ ଫଙ୍ଗସର ଔଷଧ ପ୍ରସ୍ତୁତ କରିଥିବା ଟିମ୍ କୁ ଧନ୍ୟବାଦ ଦେଇ ବାବା ରାମଦେବ କହିଥିଲେ କି, ଏହି ଟିମ୍ ମାତ୍ର ୫/୬ ସପ୍ତାହ ମଧ୍ୟରେ ଏହି ଔଷଧ ପ୍ରସ୍ତୁତ କରିଛନ୍ତି। ସେହିପରି ବାଳକୃଷ୍ଣ କହିଛନ୍ତି କି, ଔଷଧ ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେବଳ ସରକାରୀ ଅନୁମତି ଅପେକ୍ଷାରେ ରହିଛି। ଏହା ବି ୭ ରୁ ୧୦ ଦିନ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି। ସୂଚନା ଥାଉକି, କରୋନାର ପ୍ରଥମ ଲହର ବେଳେ ପତଞ୍ଜଳୀ ତରଫରୁ କରୋନା ନିରୋଧୀ କରୋନିଲ ଔଷଧ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଇଥିଲା। ହେଲେ ଏହାକୁ ନେଇ ବିବାଦ ଦେଖାଦେବା ପରେ ଏହାକୁ ସପୋର୍ଟିଂ ମେଡିସିନ ବା ଇମ୍ୟୁନିଟି ବୁଷ୍ଟର ବୋଲି କୁହାଯାଇଥିଲା।

Share Now:

Kalinga News Beuro

Next Post

ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Wed Jun 2 , 2021
ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୬୯ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୬୭୬ରେ ପହଞ୍ଚିଛି। କରୋନାରେ ସଂକ୍ରମିତ ହୋଇ ୩୪୩ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି […]
ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial