ରଜରେ ସ୍ୱତନ୍ତ୍ର ଆଈ ହାତ ତିଆରି ପିଠା : ଅର୍ଡରର ୨୪ ଘଣ୍ଟାରେ ଘରେ ପହଞ୍ଚିବ ରଜ ପିଠା, ପାନ

ରଜରେ ସ୍ୱତନ୍ତ୍ର ଆଈ ହାତ ତିଆରି ପିଠା

କଟକ: ରାତି ପାହିଲେ ରଜ। ଏବେ କରୋନା ପାଇଁ ଅନେକ କଟକଣା। କିନ୍ତୁ ସହରବାସୀଙ୍କୁ ରଜ ପିଠା ଓ ପାନର ଆନନ୍ଦ ଦେବାକୁ ଅନେକ ଏବେ ଅନଲାଇନ୍ ସୁବିଧା ଯୋଗାଇ ଦେବାକୁ ଆଗଭର ହୋଇଛନ୍ତି। ଭୁବନେଶ୍ବରର ଦୁଇ ଜଣ ଯୁବ ଇଂଜିନିୟର ଉଭୟ କଟକ-ଭୁବନେଶ୍ବରରେ ଏଭଳି ସେବା ଆରମ୍ଭ କରିଥିବା ବେଳେ କଟକରେ ଗ୍ରାନିସ ପିଠା ଆଣିଛି ସ୍ୱତନ୍ତ୍ର ଆଈ ହାତରନ୍ଧା ପିଠା। କଟକର ନିବେଦିତା ସାହୁ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ରଜ ପିଠା ବାସ୍କେଟ। ଯେଉଁଥିରେ ରହିଛି ୧୩ଟି ପିଠା, ପାନ ଓ ମିଠାର ଭେରାଇଟି। ଯାହାର ଦର ରହିଛି ୯୯୯ ଟଙ୍କା। ଗଲା ତିନି ଦିନ ଭିତରେ ସେ ରଜ ପାଇଁ ୮୦ରୁ ଅଧିକ ଅର୍ଡର ପାଇଥିବା ବେଳେ ଅର୍ଡର ପାଇଁ ଡ଼ଟପେ, ଜମାଟୋ ଏବଂ ୯୭୭୬୫୦୦୧୪୩ ନମ୍ବରରେ ଅର୍ଡର କରିବାର ସୁବିଧା ଥିବା କହିଛନ୍ତି। ଭୁବନେଶ୍ୱରରେ ବି ଅର୍ଡରର ୨୪ ଘଣ୍ଟାରେ ପିଠା ପହଞ୍ଚାଇବାକୁ ପଦକ୍ଷେପ ନେଉଛନ୍ତି। ତେବେ କଟକରେ ଡେଲିଭରି ଦର ୫୦ ଟଙ୍କା ରହିଥିବାବେଳେ ଭୁବନେଶ୍ୱରରେ ଡେଲିଭରି ପାଇଁ ୧୦୦ ଟଙ୍କା ଦର ରହିଛି।

କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ସାମଲ ଲେନ ଠାରେ ରହୁଥିବା ସ୍ୱସ୍ମିତ ସ୍ୱରୂପ ସାମଲଙ୍କ ପତ୍ନୀ ନିବେଦିତା ସାମଲ ପେଶାରେ ଜଣେ ଏଣ୍ଟରପ୍ରିନିୟର। ନିଜର ଏକ ସ୍କୁଲ ମଧ୍ୟ ରହିଛି। ହେଲେ ନିଜର ଏକ ୱେବସାଇଟ ଖୋଲି ସେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି। ଏହାର ନାମ ଗ୍ରେନିସ ପିଠା ରଖିଛନ୍ତି। ତାଙ୍କ ଝିଅ ନିଜ ଜେଜେମାଙ୍କୁ ଗ୍ରେନି ଡାକୁଥିବାରୁ ଏବଂ ଏହି ପିଠା ତାଙ୍କ ଶାଶୁ ଓ ମା ତିଆରି କରୁଥିବାରୁ ଏହାକୁ ଜେଜେ ମା ହାତ ତିଆରି ବା ଗ୍ରେନିସ ପିଠା ରଖିଥିବା ସେ କହନ୍ତି। ତାଙ୍କର ରଜ ବାସ୍କେଟ ପିଠାରେ ପୋଡା ପିଠା, ବିରି ମଣ୍ଡା ପିଠା, ପୁର ମଣ୍ଡା ପିଠା, ଚିତଉ ପିଠା, ଚକୁଳି ପିଠା, ବୁଢା ଚକୁଳି, ଆରିସା ପିଠା, କାକରା ପିଠା, ଛେନା ପୋଡା, ରସାବଳୀ, ରଜ ପାନ ଇତ୍ୟାଦି ରହିଛି।

Share Now:

Kalinga News Beuro

Next Post

କୋଭିଡ୍‌ ରୋଗୀଙ୍କୁ ଦିଆଯିବ ‘ଆୟୁଷ-୬୪’ : ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଆୟୁଷ ନିର୍ଦ୍ଦେଶାଳୟ

Sun Jun 13 , 2021
ଭୁବନେଶ୍ବର: ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କୋଭିଡ୍‌ ରୋଗୀଙ୍କୁ ଦିଆଯିବ ଆୟୁଷ-୬୪ ବଟିକା। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର)ର ଜାତୀୟ କୋଭିଡ ଟାସ୍କଫୋର୍ସ ଏହାର ନିରୀକ୍ଷଣ କରିଥିବା ବେଳେ ଜାତୀୟ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ ଏହାକୁ ସାମିଲ କରାଯାଇଛି। ଏ ଦୃଷ୍ଟିରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଏହି ଔଷଧ କୋଭିଡ୍‌ ରୋଗୀଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଯଦି ରାଜ୍ୟ ସରକାର ଏହାକୁ […]
କୋଭିଡ୍‌ ରୋଗୀଙ୍କୁ ଦିଆଯିବ ‘ଆୟୁଷ-୬୪’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial