ରାଜଧାନୀରୁ କମୁଛି ସଂକ୍ରମଣ : ଚିହ୍ନଟ ‌ହେଲେ ୨୮୭ଜଣ କରୋନା ଆକ୍ରାନ୍ତ

ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ସଂଖ୍ୟାକୁ ଦେଖିଲେ ଧୀରେ ଧୀରେ ଭୁବନେଶ୍ବରରୁ କରୋନା ସଂକ୍ରମଣ କମୁଥିବା ଅନୁମାନ କରାଯାଉଛି। ତେବେ ଆଜି କରୋନାରୁ ୫୩୭ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୮୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୨ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୫ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା‌ ଆକ୍ରାନ୍ତଙ୍କ ସଂଖ୍ୟା ୮୬୬୮୯ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୮୫୪ରେ ପହଞ୍ଚିଛି। ତେବେ କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୮୪୪୧୨ଜଣ ସୁସ୍ଥ ହୋଇଥିବା ବେଳେ ୪୦୨ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

୨୦୨୪ ସୁଦ୍ଧା ୫୦ହଜାର ଲୋକଙ୍କୁ ‌ଘର

Sun Jun 20 , 2021
ସୁଲଭ ଗୃହ ଏବଂ ବସ୍ତି ପୁନଃବିକାଶ ପ୍ରକଳ୍ସ ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ ଭୁବନେଶ୍ବର : ରାଜଧାନୀରେ ଆର୍ଥିକ ଦୁର୍ବଳ ବର୍ଗ ଓ ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ହଜାର ବସ୍ତିବାସିନ୍ଦାଙ୍କୁ ସୁଲଭ ଗୃହ ଯୋଜନାରେ ଘର ଯୋଗା ଯାଇଥିବାବେଳେ ଖୁବ୍‌ ଶୀଘ୍ର ଆଉ ୮୧୬୨ଲୋକଙ୍କୁ ଘର ମିଳିବ। ଏହି ଘର ନିର୍ମାଣ ହେଉଥିବା ୭ଟି ପ୍ରକଳ୍ପକୁ ଆଜି […]
୨୦୨୪ ସୁଦ୍ଧା ୫୦ହଜାର ଲୋକଙ୍କୁ ‌ଘର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial