ଆଗକୁ କୋଭିଡ୍‌ ଟିକାର ଉନ୍ନତ ସଂସ୍କରଣ ଆସିବ: ‘ହୁ’ ବିଶେଷଜ୍ଞ

କୋଭିଡ୍‌ ଟିକାର ଉନ୍ନତ ସଂସ୍କରଣ ଆସିବ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଅଭିନବ ଉନ୍ନତ କୋଭିଡ୍‌ ଟିକା ଉପଲବ୍‌ଧ ହୋଇପାରିବ ଯାହା ପାଇଁ ଶୀତଳୀକରଣର ଆବଶ୍ୟକତା ପଡ଼ିବନି କି ଟିକାକରଣରେ ସିରିଞ୍ଜ୍‌ ଲାଗିବନି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଆଶା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ୧୨୨ଟି ଦେଶରେ ୭ରୁ ୮ଟି କୋଭିଡ୍‌ ଟିକାର ବ୍ୟବହାର ଜାରି ରହିଛି, ତେବେ ଅଭିନବ କରୋନାଭୂତାଣୁର ରୂପାନ୍ତରିତ ପ୍ରଜାତିର ସଂକ୍ରମଣ ବ୍ୟାପିବା ଆରମ୍ଭ କରିଥିବାରୁ ଉନ୍ନତ ଟିକାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଉଛି। ମହାମାରୀ କୋଭିଡ୍‌-୧୯ ଆବିର୍ଭାବର ବର୍ଷକ ଭିତରେ ବିକଶିତ ହୋଇଥିବା ପାଖାପାଖି ୧୦ଟି ଟିକା ସେମାନଙ୍କ ଫଳପ୍ରଦତା ପ୍ରମାଣିତ କରିସାରିଛନ୍ତି। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ଟିକା ନିର୍ମାତାମାନେ ସେଗୁଡ଼ିକର ଉନ୍ନତ ସଂସ୍କରଣ ବାହାର କରିବା ପାଇଁ ଲାଗି ପଡ଼ିଛନ୍ତି ବୋଲି ସ୍ବାମୀନାଥନ କହିଛନ୍ତି।

Share Now:

Kalinga News Beuro

Next Post

ଆରମ୍ଭ ହେଲା ‘ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ସମାରୋହ’

Thu Mar 18 , 2021
ଦୁର୍ଗାଙ୍କ ସୁମରଣା ଢାଳିଲା ଭକ୍ତିରସ, ସମ୍ମାନିତ ହେଲେ ୪ ଶିଳ୍ପୀ ଭୁବନେଶ୍ୱର: ନୃତ୍ୟରେ ହେଉଥିଲା ଦୁର୍ଗାଙ୍କ ଆରଧନା। ନୃତ୍ୟଶିଳ୍ପୀ ସୁପ୍ରଭା ସାହୁ ମଙ୍ଗଳାଚରଣରେ ପରିବେଷଣ କରିଥିଲେ ‘ନବଦୁର୍ଗା ନୃତ୍ୟ’। ଯାହା ଭକ୍ତିରସରେ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଦିଗୁରୁ ପଙ୍କଜ ଚରଣ ଦାସ ଏହାର ନୃତ୍ୟ ସଂଯୋଜନା ଓ ପରିକଳ୍ପନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ […]
‘ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ସମାରୋହ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial