କାବୁଲ: ତାଲିବାନ ଏବେ ଆଫଗାନିସ୍ତାନରେ ନିଜ ସରକାର ଗଠନ କରିବାକୁ ଯୋଜନା କରୁଥିବା ବେଳେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଆଫଗାନିସ୍ତାନକୁ ତାଲିବାନୀସ୍ତାନ ହେବାକୁ ଦେବୁ ନାହିଁ, ତାଲିବାନ ସହ ଲଢ଼ିବାକୁ ବିରୋଧୀ ସେନା ସକ୍ଷମ। ରାଷ୍ଟ୍ରପତି ଅସରଫ ଗନି ନିଜ ଜୀବନ ବଞ୍ଚାଇ ଆଫଗାନିସ୍ତାନରୁ ଚାଲିଯିବା ପରେ ଏବେ ନିଜକୁ ରାଷ୍ଟ୍ରପତି ବୋଲି ଘୋଷଣା କରି ଦେଶକୁ ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ଅମରୁଲ୍ଲା ସାଲେହ୍। ସେ କହିଛନ୍ତି, ଆଫଗାନିସ୍ତାନ ତାଲିବାନୀସ୍ତାନ ହେଉ ବୋଲି ଚାହୁଁ ନାହିଁ। ତାହା ଘଟିବ ନାହିଁ। ଆମେ ବୁଝାମଣାକୁ ପସନ୍ଦ କରୁ, କିନ୍ତୁ ଏହା ଅର୍ଥପୂର୍ଣ୍ଣ ହେବା ଉଚିତ୍। ଆମେ ତାଲିବାନର ଏମିରେଟକୁ ପ୍ରତ୍ୟାଖ୍ୟାନ କରୁଛୁ, ଆମେ ଏକଛତ୍ରବାଦୀ ଶାସନକୁ ପ୍ରତ୍ୟାଖ୍ୟାନ କରୁଛୁ ଏବଂ ଜବରଦଖଲକୁ ପ୍ରତ୍ୟାଖ୍ୟାନ କରୁଛୁ। ତାଲିବାନ ଦାବି କରିଛି ଯେ, ସେମାନେ ପଞ୍ଜଶୀରର ଏକ ଅଂଶକୁ ଦଖଲ କରିଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଆମ ନିୟନ୍ତ୍ରଣରେ ରହିଛି ପଞ୍ଜଶୀର। ଲୋକଙ୍କ ମନୋବଳ ବହୁତ ଅଧିକ। ଆମେ ଅର୍ଥପୂର୍ଣ୍ଣ ବୁଝାମଣା ପାଇଁ ଏବଂ ବୁଝାମଣା ବିଫଳ ହେଲେ ପ୍ରତିରୋଧ ପାଇଁ ମଧ୍ୟ ଆମେ ପ୍ରସ୍ତୁତ।
ଆଫଗାନିସ୍ତାନକୁ ତାଲିବାନୀସ୍ତାନ ହେବାକୁ ଦେବୁ ନାହିଁ : ଅମରୁଲ୍ଲା ସାଲେହ୍

Share Now: