ପୁଣି ବନ୍ଧା ହେଲେ ୨ ନକଲି ୱେବ୍ ସାମ୍ବାଦିକ: ସୁଧ ଟଙ୍କା ଆଦାୟରେ ଦଲାଲି କରୁଥିଲେ

ବନ୍ଧା ହେଲେ ୨ ୱେବ୍ ସାମ୍ବାଦିକ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ଦଲାଲି କରିବା। ଜଣେ ମହିଳାଙ୍କ ସୁଧ ଟଙ୍କା ଆଦାୟ କରିବାକୁ ଯାଇ ଘରେ ପଶି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଟଙ୍କା ପାଇଁ ଟଣାଓଟରା କରି ତାଙ୍କୁ ଧମକ ଦେବା ଅଭିଯୋଗରେ ମଞ୍ଚେଶ୍ବର ପୁଲିସ ଆଜି ଦୁଇଜଣ ୱେବ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ରଘୁନାଥପୁରର ପ୍ରଶାନ୍ତ କୁମାର ରାଉତ ଓରଫ ଟିପୁ(୪୦) ଓ ଖୋର୍ଦ୍ଧା ଓରବରସିଂହର ଚନ୍ଦ୍ରକାନ୍ତ ଦଳେଇ ଓରଫ କୁନା(୨୬। ମୁଖ୍ୟ ଅଭିଯୁକ୍ତ ଟିପୁ ପରିବର୍ତ୍ତନ ୱେବ ପୋର୍ଟାଲ୍‌ରେ ସାମ୍ବାଦିକ ଭାବେ କାମ କରୁଥିବା ବେଳେ କୁନା କ୍ୟାମେରାମ୍ୟାନ ଭାବେ ତା’କୁ ସହଯୋଗ କରୁଥିଲା। ମିଳିଥିବା ସୂଚନା ମୁତାବକ, ସ୍ମିତାଞ୍ଜଳି ବିଶ୍ବାଳଙ୍କ ଭାଇ ରଶ୍ମିରଂଜନ ପାତ୍ର ବର୍ଷେ ପୂର୍ବେ ପଡ଼ୋଶୀ ମନୋରମା ମହାନ୍ତିଙ୍କ ପାଖରୁ ଲକ୍ଷେ ଟଙ୍କା ସୁଧରେ ଆଣିଥିଲେ। ଟଙ୍କା ନେବାର କିଛି ଦିନ ଭିତରେ ରଶ୍ମି କରୋନାରେ ପ୍ରାଣ ହରାଇଥିଲେ। ମୃତ୍ୟୁ ପୂର୍ବରୁ ରଶ୍ମି ସମସ୍ତ ସୁଧ ସହ ମୂଳ ପ୍ରାୟ ଲକ୍ଷେ ୩୦ହଜାର ଟଙ୍କା ସ୍ମିତାଙ୍କ ଉପସ୍ଥିତିରେ ମନୋରମାଙ୍କୁ ଦେଇଥିଲେ ମଧ୍ୟ ମନୋରମା ସୁଧ ଟଙ୍କା ନେବାକୁ ଆସି ଅନେକ ସମୟରେ ସ୍ମିତାଙ୍କ ସହ ଝଗଡ଼ା କରୁଥିଲେ। ଗତ ୧ ତାରିଖରେ ମନୋରମା ଘରେ ପଶି ସ୍ମିତାଙ୍କ ପୁଅ ଓ ଝିଅକୁ ଗାଳିଗୁଲଜ କରିଥିବା ବେଳେ ଗତ ୨ ତାରିଖ ଦିନ ପ୍ରଶାନ୍ତ ଓ ତାଙ୍କ ସହଯୋଗୀ ଚନ୍ଦ୍ରକାନ୍ତ ତାଙ୍କୁ ଧମକଚମକ ଦେବା ସହ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଏପରିକି ଟଙ୍କା ନ ଦେଲେ ଫଟୋ ଉଠାଇ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପରିବେଷଣ କରିବେ ବୋଲି ଧମକ ଦେଇଥିଲେ। ଏହାକୁ ନେଇ ବଚସା ହେବା ପରେ ଦୁଇ ୱେବ ସାମ୍ବାଦିକ ତାଙ୍କୁ ଟଣାଘୋଷରା କରିଥିବା ସ୍ମିତା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଦୁଇ ନକଲି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ୱେବ କାର୍ଯ୍ୟାଳୟ, ଆଇକାର୍ଡକୁ ସିଲ୍ କରାଯାଇ କମ୍ପ୍ୟୁଟର ଜବତ କରାଯାଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

Wed Oct 6 , 2021
ଭୁବନେଶ୍ୱର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍। ରାଜେନ୍ଦ୍ରବିହାର ଆପାର୍ଟମେଣ୍ଟ, ଫରେଷ୍ଟ ପାର୍କକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକାଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ବିଏମସିର କଟକଣା ଲାଗିଛି। ମେଡିସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ। ବିଏମସିର ନିର୍ଦ୍ଦେଶ […]
ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial