କାଲିଠାରୁ କୋୱିନ ଆପରେ କରିପାରିବେ ପଞ୍ଜିକରଣ
ଭୁବନେଶ୍ବର: କରୋନା ଟିକାର ପ୍ରିକସନ ଡୋଜ ପାଇଁ ସ୍ଲଟ ଖୋଲିଛି। କୋ-ୱିନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଏହି ସ୍ଲଟ ଖୋଲିଛି। ଆସନ୍ତା କାଲିଠାରୁ କୋ-ୱିନ ଆପରେ ପଞ୍ଜିକରଣ କରିହେବ। କାଲିଠୁ ସମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ପ୍ରିକସନ ଡୋଜ। ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ। ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ ୯ ମାସର ବ୍ୟବଧାନ ଜରୁରୀ। ପ୍ରିକସନ ଡୋଜ ପାଇଁ ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଆବଶ୍ୟକ। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ପୁଣି ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଉଛନ୍ତି ସରକାର। କଟକଣା ପୁଣି ବଢିଥିବା ବେଳେ। ଏବେ ପ୍ରିକସନ ଡୋଜକୁ ଗୁରୁତ୍ୱ ଦିଆଯାଉଛି। ତେବେ ପ୍ରାଥମିକ ଭାବେ ସମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯିବ।
Share Now: