‘ତାଜମହଲ ନଥିଲେ ୪୦ ଟଙ୍କାରେ ମିଳିଥାନ୍ତା ପେଟ୍ରୋଲ’ : ଓୱେସି

ଓୱେସି

ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମହଙ୍ଗା ସ୍ଥିତି ଏବଂ ବେକାରୀ ବୃଦ୍ଧି ପାଇଁ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ମୋଦୀ ସରକାରଙ୍କୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛନ୍ତି। ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇଁ ମୋଦୀ ଦାୟୀ ନୁହଁନ୍ତି ବରଂ ମୋଗଲମାନେ ଦାୟୀ। ବାସ୍ତବରେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ର ଅଧ୍ୟକ୍ଷ ଓୱେସି ଅନେକ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ସେହି ଭିଡିଓରେ ଓୱେସି କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ‘ଯଦି ଭାରତର ଯୁବକମାନେ ବେକାର ଅଛନ୍ତି, ସାମଗ୍ରୀ ଦର ଆକାଶଛୁଆଁ ହେଉଛି, ଡିଜେଲ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହୋଇଛି, ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି, ଆଉରଙ୍ଗଜେବ ଏଥିପାଇଁ ଦାୟୀ’। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆମ ଦେଶର ପିଲାମାନଙ୍କ ପାଖରେ ଚାକିରି ନାହିଁ, ତେବେ ସରକାର ଏଥିପାଇଁ ଦାୟୀ ନୁହଁନ୍ତି। ଯଦି ପେଟ୍ରୋଲର ମୂଲ୍ୟ ୧୦୪ ଟଙ୍କା ହୋଇଛି ତେବେ ତାଜମହଲ ଏଥିପାଇଁ ଦାୟୀ। ଯଦି ତାଜମହଲ ନଥାନ୍ତା ତେବେ ପେଟ୍ରୋଲର ମୂଲ୍ୟ ଆଜି ୪୦ ଟଙ୍କା ହୋଇଥାନ୍ତା। ଓୱେସି କଟାକ୍ଷ ଢଙ୍ଗରେ କହିଛନ୍ତି ଯେ ମୋର ବିଶ୍ୱାସ ଯେ, ‘ମୋଗଲମାନେ ତାଜମହଲ, ଲାଲକିଲ୍ଲା ନିର୍ମାଣ କରି ଭୁଲ କରିଛନ୍ତି। ସେହି ଟଙ୍କା ସେମାନେ ସଞ୍ଚୟ କରି ରଖିବାର ଥିଲା’। ସେ ପ୍ରଶ୍ନ କରିଛନ୍ତି ଯେ ଭାରତରେ କେବଳ ମୋଗଲ ସରକାର ଥିଲା କି? ମୋଗଲଙ୍କ ପୂର୍ବରୁ ଅଶୋକ, ଚନ୍ଦ୍ରଗୁପ୍ତ ମଧ୍ୟ ଦେଶ ଶାସନ କରିଥିଲେ, କିନ୍ତୁ ବିଜେପି ସବୁକିଛି ପାଇଁ ମୋଗଲମାନଙ୍କୁ ଦାୟୀ କରିଛି। ତାଙ୍କ ଆଖିକୁ କେବଳ ମୋଗଲମାନେ ହିଁ ଦେଖାଯାନ୍ତି। ଓୱେସି କହିଛନ୍ତି ଯେ ବିଜେପି ଗୋଟିଏ ଆଖିରେ ମୋଗଲ ଏବଂ ଅନ୍ୟ ଆଖିରେ ପାକିସ୍ତାନକୁ ଦେଖୁଛି। କିନ୍ତୁ ମୋଗଲ କିମ୍ବା ପାକିସ୍ତାନ ସହ ଆମର କୌଣସି ସମ୍ପର୍କ ନାହିଁ। ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ସେଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Share Now:

Kalinga News Beuro

Next Post

ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ: ଶ୍ବାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି

Tue Jul 5 , 2022
ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ରୁଚିକା ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଧିକ ତଥ୍ୟ ପାଇଁ ଭିସେରା ନମୂନା ପରୀକ୍ଷାଗାରକୁ ପଠାଯାଇଛି। ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର […]
ଶ୍ବାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial