ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ। ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା। କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା। ଶେଷରେ ଏହା ସୋମବାରଦିନ ଶେଷ ହୋଇଛି। ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ। ୟୁପି(ପୂର୍ବ) ସର୍କଲରେ ୧୮୦୦ ମେଗାହଜ୍ ସ୍ପେକ୍ଟ୍ରମ ପାଇଁ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଚାଲିଥିଲା।
୫-ଜି ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲା। ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗୃପ ବି ଏହି ନିଲାମରେ ଅଂଶଗ୍ରହଣ କରିଥିଲା। ଅଦାନୀ ଗୃପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ଏଥିରେ ଅଂଶଗ୍ରହଣ କରିଥିଲା। ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ମୋଟ ୭୨ ଗିଗାହଜ୍ ସ୍ପେକ୍ଟ୍ରମ ନିଲାମ ହୋଇଛି। ଆସନ୍ତା ୨୦ ବର୍ଷ ପାଇଁ ଏସବୁ ସ୍ପେକ୍ଟ୍ରମ ନିଲାମ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଟେଲିକମ କମ୍ପାନିମାନଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ ହେବ। ଅଗଷ୍ଟ ମାସରେ ହିଁ କେତେକ କମ୍ପାନି ସେବା ଆରମ୍ଭ କରିପାରନ୍ତି।
ଶେଷ ହେଲା ୫ଜି ସ୍ପେକ୍ଟ୍ରମ୍ ନିଲାମ : ସରକାର ପାଇବେ ୧,୫୦,୧୭୩ କୋଟି

Share Now: