ଲଖନଉ: କାଶୀ ବିଶ୍ୱନାଥ କରିଡର ପରି ବର୍ତ୍ତମାନ ରାମ ଜନ୍ମଭୂମି କରିଡର ମଧ୍ୟ ଅଯୋଧ୍ୟାରେ ନିର୍ମାଣ ହେବ। ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ବୈଠକରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମନ୍ତ୍ରୀମାନଙ୍କୁ ଏହି କରିଡର ବିଷୟରେ ବିସ୍ତୃତ ଭାବରେ କହିଛନ୍ତି। ଯୋଗୀ ସରକାର ଚେଷ୍ଟା କରୁଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଯେଭଳି ରାମ ଜନ୍ମଭୂମି କରିଡର ମଧ୍ୟ ପ୍ରସ୍ତୁତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କାଶୀ ବିଶ୍ୱନାଥ ମନ୍ଦିର କରିଡରର ଉଦଘାଟନ କରିସାରିଛନ୍ତି। ମିର୍ଜାପୁରରେ ବିନ୍ଦୁଭାସିନି କରିଡରର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଯୋଗୀ ସରକାର ଅଯୋଧ୍ୟାକୁ ମହାନ ଏବଂ ବିଶ୍ୱସ୍ତରୀୟ କରିବାରେ ବ୍ୟସ୍ତ ଅଛନ୍ତି। ଟ୍ରଷ୍ଟର ନେତୃତ୍ୱରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ବର୍ତ୍ତମାନ ମନ୍ଦିର ଚାରିପାଖକୁ ଆହୁରି ବିକଶିତ କରି ରାମ ଜନ୍ମଭୂମି କରିଡର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ମନ୍ଦିରରୁ ହନୁମାନ ଗଢି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ହେବ। ନିକଟସ୍ଥ ଦୋକାନଗୁଡ଼ିକୁ ସେଠାରୁ ହଟାଇ ଦିଆଯିବ। ରାମ ଭକ୍ତଙ୍କ ପାଇଁ ଏକ ଅପେକ୍ଷା ଗୃହ ସ୍ଥାପନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ମୋଟ ଉପରେ କହିବାକୁ ଗଲେ ରାମ ଜନ୍ମଭୂମି ମନ୍ଦିର ପରିସରକୁ ମହାନ ଏବଂ ଇଶ୍ୱରୀୟ କରିବା ପାଇଁ ପ୍ରୟାସ କରିଛନ୍ତି ଯୋଗୀ। ଏଠାକୁ ଆସୁଥିବା ଭକ୍ତମାନେ ଯେଭଳି ବାରମ୍ବାର ଅଯୋଧ୍ୟାକୁ ଆସିବାକୁ ଇଚ୍ଛା କରିବେ ସେ ଦିଗରେ ଲକ୍ଷ୍ୟ ରଖାଯାଇ ଯୋଗୀ କାର୍ଯ୍ୟ କରୁଛନ୍ତି। ଦୁଇ ବର୍ଷ ମଧ୍ୟରେ ରାମ ଜନ୍ମଭୂମି କରିଡରର କାର୍ଯ୍ୟ ଶେଷ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୭୯୮ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
କାଶୀ ବିଶ୍ୱନାଥ ଭଳି ରାମ ଜନ୍ମଭୂମି କରିଡର ମଧ୍ୟ ନିର୍ମାଣ ହେବ : ଯୋଗୀ ସରକାରଙ୍କ ନିଷ୍ପତ୍ତି

Share Now: