ସେନା ହେଲିକପ୍ଟର ଦୁର୍ଘଟଣା : ୨ ମୃତଦେହ ଉଦ୍ଧାର

ସେନା ହେଲିକପ୍ଟର ଦୁର୍ଘଟଣା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ହେଲିକପ୍ଟରରେ ଥିବା ଅନ୍ୟମାନଙ୍କ ତଲାସି ଜାରି ରହିଛି। ଶୁକ୍ରବାର ପୂର୍ବାହ୍ଣ ୧୦ଟା ୪୩ ମିନିଟ୍ ସମୟରେ ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାର ମିଗିଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେନାର ଏକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ଏଏଲଏଚ) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ। ଦୁର୍ଘଟଣା ସ୍ଥଳ ଅତ୍ୟନ୍ତ ଦୁର୍ଗମ ଥିବାରୁ ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ବାୟୁସେନା ଓ ସେନାର ମିଳିତ ଉଦ୍ଧାରକାରୀ ଦଳ ଅପରାହ୍ଣରେ ସେଠାରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଟ୍ବିଟରରେ ସେ ଦୁର୍ଘଟଣାସ୍ଥଳର ଭିଡିଓ ଜାରି କରିଛନ୍ତି। ଚଳିତ ଅକ୍ଟୋବର ମାସରେ ଅରୁଣାଚଳ ପ୍ରଦେଶରେ ଏହା ହେଉଛି ୨ୟ ସେନା ହେଲିକପ୍ଟର ଦୁର୍ଘଟଣା। ଏହା ପୂର୍ବରୁ ରାଜ୍ୟର ତଓ୍ବାଙ୍ଗ ନିକଟରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେଥିରେ ପାଇଲଟ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଥିଲେ।

Share Now:

Kalinga News Beuro

Next Post

ଦିଲ୍ଲୀ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ : ପୀଡ଼ିତା ମିଛ ଅଭିଯୋଗ ଆଣିଛନ୍ତି -ଦିଲ୍ଲୀ ପୁଲିସ

Fri Oct 21 , 2022
ନୂଆଦିଲ୍ଲୀ: ଗାଜିଆବାଦରେ ଦିଲ୍ଲୀର ଜଣେ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ଭାବେ ଯୌନ ନିର୍ଯାତନା ଦିଆଯିବା ଘଟଣା ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଆଜି ସେଥିରେ ନୂଆ ମୋଡ଼ ଆସିଛି। ଗାଜିଆବାଦ ପୁଲିସ୍ ଘଟଣାର ତଦନ୍ତ କରି କହିଛି ଯେ ପୀଡ଼ିତା ମିଛ କହିଛନ୍ତି। ତାଙ୍କ ସହ ଜମି ବିବାଦରେ ଲିପ୍ତ ଥିବା ବ୍ୟକ୍ତଙ୍କୁ ଫସାଇବାକୁ ଗଣଦୁଷ୍କର୍ମ […]
ଦିଲ୍ଲୀ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial