ଗାନ୍ଧିନଗର : ଗୁଜରାଟରେ ଏକ ଐତିହାସିକ ବିଜୟ ପାଇ ବିଜେପି ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର ପଟେଲ। ଏହି ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ। ଦଳର ଏହି ଐତିହାସିକ ବିଜୟର ଶ୍ରେୟ ମୋଦୀ ଓ ଶାହାଙ୍କୁ ଦିଆଯାଉଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅବଦାନ ବି କିଛି କମ ନୁହେଁ। ଚଳିତ ଥର ଦଳ ରାଜ୍ୟରେ ସରକାର ବିରୋଧୀ ହାଓ୍ବାର ସମୁଖୀନ ହେଉଥିବା ସଂକେତ ମିଳିବା ପରେ ଦଳ ୧୩ ସେପ୍ଟେମ୍ବର ୨୦୨୧ରେ ବିଜୟ ରୁପାନିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦେଇଥିଲା ଓ ଭୂପେନ୍ଦ୍ର ପଟେଲଙ୍କୁ ଚୌକିରେ ବସାଇଥିଲା।
ଏହି ପଦକ୍ଷେପ ମାଧ୍ୟମରେ ପଟିଦାର ସମାଜରେ ଥିବା ବିଜେପି ବିରୋଧୀ ହାଓ୍ବାକୁ ଦୂର କରିବାକୁ ସକ୍ଷମ ହୋଇଥିଲା ଦଳ। କେବଳ ଏତିକି ନୁହେଁ, ହାର୍ଦ୍ଦିକ ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରାଯିବା ଦ୍ବାରା ପଟିଦାର ସମାଜର ଅସନ୍ତୋଷକୁ ଦୂର କରାଯାଇପାରିଥିଲା। ପେସାରେ ଜଣେ ବିଲଡର ଥିବା ଭୂପେନ୍ଦ୍ର ପଟେଲ ନିଜର ୨୦୧୭ର ରେକର୍ଡ କାଟିବାକୁ ଯାଉଛନ୍ତି।
୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ

Share Now: