ଫ୍ଲୋରିଡା ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା ଖାଇବାରୁ ୩ ମୃତ

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ପ୍ରଦେଶ ଆକାଶରେ ଦୁଇଟି କ୍ଷୁଦ୍ର ବିମାନ ପରସ୍ପର ସହ ଧକ୍କା ଖାଇବାରୁ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା କର୍ତ୍ତୃକ୍ଷମାନେ କହୁଛନ୍ତି।

ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟିଛି ବୋଲି ଫେଡେରାଲ୍‌ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ କହିଛି। ୪ର୍ଥ ଯାତ୍ରୀଙ୍କର ପତ୍ତା ମିଳିନାହିଁ ବୋଲି ଜିନ୍‌ହୁଆ ଖବର ସରବରାହ ଏଜେନ୍‌ସି କହିଛି। ବାସ୍ତବରେ ଚତୁର୍ଥ ଯାତ୍ରୀ କେହି ଥିଲେ କି, ନାହିଁ ତାହା ମଧ୍ୟ ନିଶ୍ଚିତ କରି କହି ହେଉନାହିଁ। ରାତ୍ରୀ ଓ ଅନ୍ଧକାର ଯୋଗୁଁ ତଲାସ ଅଭିଯାନରେ ବାଧା ଉପୁଜିଛି। ବୁଧବାର ଖରା ପଡ଼ିଲେ ପୁଣି ତଲାସ ଅଭିଯାନ ଚାଲୁ ରହିବ।

ପୀଡ଼ିତମାନଙ୍କର ମଧ୍ୟ ପରିଚୟ ମିଳିନାହିଁ। କିନ୍ତୁ ବିଶ୍ୱାସ କରାଯାଉଛି କି, ବିମାନ ପ୍ରଶିକ୍ଷକଙ୍କ ଦ୍ୱାରା ବିମାନଗୁଡ଼ିକ ଚଳା ଯାଉଥିଲା। ସେମାନଙ୍କ ମଧ୍ୟରୁ ଜଣେ ୨୨ ବର୍ଷିୟ ଜର୍ଜ ସାନ୍‌ସେଜ୍‌ ବୋଲି ଅନୁମାନ କରାଯାଉଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ପୁଲିସ ତିନି ଜଣ ପୀଡ଼ିତଙ୍କ ପରିଚୟ ପାଇଛି ବୋଲି କୁହାଯାଉଛି। ସେମାନେ ହେଲେ: ୨୨ ବର୍ଷିୟ ଜର୍ଜ ସାନ୍‌ଚେଜ୍‌, ୭୨ ବର୍ଷିୟ ରାଲ୍‌ଫ୍‌ ନାଇଟ୍‌ ଏବଂ ୧୯ ବର୍ଷୀୟ ନିଶା ସେଜ୍‌ଓ୍ଵାଲ୍‌।

ମିଆମି ଡେଡ୍‌ କାଉଣ୍ଟି ମେୟର୍‌ କାର୍ଲୋସ୍‌ ଏ. ଜିମେଞ୍ଜ୍‌ ଗଣମାଧ୍ୟମକୁ କହିଛି ଉଭୟ ବିମାନ ଡିନ୍‌ ଇଣ୍ଟର୍‌ନେସ୍‌ନାଲ୍‌ର। ଏହି ବିମାନ ଚାଳନା ଶିକ୍ଷା ସ୍କୁଲ୍‌ର ମନ୍ଦ ଇତିହାସ ରହିଛି। ଗତ ଦଶନ୍ଦି ଭିତରେ ଡିନ୍‌ ଇଣ୍ଟର୍‌ନେସ୍‌ନାଲ୍‌ ଦୁଇ ଡଜନ୍‌ ସରିକି ଦୁର୍ଘଟଣା ଘଟାଇ ସାରିଛି

Share Now:

Kalinga News Beuro

Leave a Reply

Next Post

ଗ୍ରେଟର୍‌ ନଏଡ଼ାରେ ଦୁଇ ନିର୍ମାଣଧୀନ କୋଠା ଭୁୂଶୁଡ଼ି ୩ ମୃତ; ଉଦ୍ଧାର କାର୍ଯ୍ୟ ଜାରି

Wed Jul 18 , 2018
ଗ୍ରେଟର ନଏଡ଼ା: ଶାହା ବେରି ଗାଁ’ରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଦୁଇଟି ନିର୍ମାଣଧୀନ କୋଠାଘର ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ତିନି ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଭଗ୍ନସ୍ତୁପ ତଳେ ୫୦ରୁ ଅଧିକ ଚାପିହୋଇ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଏ ପର୍ଯ୍ୟନ୍ତ ନେସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ (ଏନ୍‌ଡିଆର୍‌ଏଫ୍‌) ତିନି ଜଣଙ୍କ ଶବ ଉଦ୍ଧାର କରିଛନ୍ତି। କୋଠା ଭୁଶୁଡ଼ିବା ସଂକ୍ରାନ୍ତରେ ନଏଡ଼ା ପୁଲିସ କେତେକ ଲୋକଙ୍କୁ ଗିରଫ କରିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial