ହାଇୱା ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପୋଡ଼ାଜଳା ଓ ରାସ୍ତା ଅବରୋଧ

ହାଇୱା ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ଡେରାବିଶ: କେନ୍ଦ୍ରାପଡ଼ା ସଦର ଥାନା ବସପୁର ବାଲିଘାଟରେ ହାଇୱା ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ବାଲିଘାଟରେ ଥିବା ବାଲି ମାଫିଆଙ୍କ ଅସ୍ଥାୟୀ ଘରକୁ ଜାଳିଦେଇଥିବା ଜଣାଯାଇଛି।
ସୂଚନାରୁ ପ୍ରକାଶ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ହାଇୱା ଗାଡ଼ି ଧକ୍କାରେ ଲକ୍ଷ୍ମଣ ମଲ୍ଲିକ(୪୭) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୋଡ଼ାଜଳା କରିବା ସହ ହାଇୱାକୁ ଭାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ତେବେ ଚାଳକ କୌଶଳକ୍ରମେ ଖସିଯାଇଥିଲା। ଖାଲି ସେତିକି ନୁହେଁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି କେନ୍ଦ୍ରାପଡ଼ା-ପାଟକୁରା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ମୃତକଙ୍କର ଶବକୁ ବ୍ୟବଚ୍ଛେଦ ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Share Now:

Kalinga News Beuro

Next Post

ପାଶ୍ଚାତ୍ୟ ଦେଶମାନେ ହିଁ ଯୁଦ୍ଧ ଆରମ୍ଭ କରିଛନ୍ତି, କିନ୍ତୁ ରୁଷକୁ ହରାଇବା ଅସମ୍ଭବ : ପୁଟିନ

Tue Feb 21 , 2023
ମସ୍କୋ : ପାଶ୍ଚାତ୍ୟ ଦେଶମାନେ ହିଁ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। କିନ୍ତୁ ଯୁଦ୍ଧରେ ରୁଷକୁ ହରାଇବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଆଲୋଚନା ଏବଂ କୂଟନୀତିର ମାର୍ଗକୁ ଆଗକୁ ବଢ଼ାଇବା ପାଇଁ ରୁଷ୍ ପ୍ରସ୍ତୁତ ଅଛି। ସେ ନାଟୋର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି ସେ […]
ପାଶ୍ଚାତ୍ୟ ଦେଶମାନେ ହିଁ ଯୁଦ୍ଧ ଆରମ୍ଭ କରିଛନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial