ରାଜଧାନୀରେ ନିଶା ଖାଇ ମଉଜ ନ କରିବାକୁ ଡିସିପିଙ୍କ ଚେତାବନୀ

ନିଶା ଖାଇ ମଉଜ ନ କରିବାକୁ ଚେତାବନୀ

ଭୁବନେଶ୍ୱର: ରାଜଧାନୀରେ ହୋଲି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ ନଜର ରଖିବ। ପୁଲିସ ୩୧ଟି ସ୍ଥାନରେ ପିକେଟିଙ୍ଗ କରିବ। ଏହାଛଡ଼ା ରାଜଧାନୀରେ ୧୭ଟି ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି।ଏଣେ ହୋଲି ପାଇଁ ନଦୀପଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠାରେ ପୁଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହେବେ। ପୁରୀ କେନାଲ, କୁଆଖାଇ, ଦୟା, ବାଳକାଟି କେନାଲ,ବିନ୍ଦୁସାଗର, କେଦାରଗୌରୀ ଓ ଗୁଆଝରରେ ନଜର ରଖିବ ପୁଲିସ। ୪ଟି ସ୍ଥାନରେ ଷ୍ଟାଇକିଙ୍ଗ ଫୋର୍ସଙ୍କୁ ବି ମୁତୟନ କରାଯିବ। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ, ଯେଉଁମାନେ ଦୁର୍ଘଟଣା ଘଟି ମେଡିକାଲ ଆସିବେ, ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସହଯୋଗ କରିବେ।
ଡିସିପି ଆହୁରି କହିଛନ୍ତି, ୪ ଜଣ ଏଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ ଏସିପି, ୨୮ ଆଇଆଇସି, ୫୭ଜଣ ଏସଆଇ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ କାର୍ଯ୍ୟ କରିବେ। ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟିମ୍ କାମର ତଦାରଖ କରିବେ। ରାତିରେ ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ବି ପୁଲିସ ପକ୍ଷରୁ ନଜର ରଖାଯାଇଛି। ହୋଲି ଉତ୍ସବ ପାଳିବା ନାଁରେ ନିଶା ଖାଇ ମଉଜ ନ କରିବାକୁ ସେ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ନବ ଦାସ ହତ୍ୟା ମାମଲାରେ ମୁଦାଲାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର-ନରସିଂହ ମିଶ୍ର

Tue Mar 7 , 2023
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କ୍ରାଇମବ୍ରାଞ୍ଚ ଜେରା କରୁଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, କ୍ରାଇମବ୍ରାଞ୍ଚ ମାସେ ହେଲା ଗୋପାଳକୁ ପଚରାଉଚରା କରୁଥିଲେ ବି ହତ୍ୟାକାଣ୍ଡର କାରଣ ଜାଣିପାରି ନାହିଁ। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ପାଖରେ […]
ନବ ଦାସ ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial