ପରେଡ୍‌ ଅଭ୍ୟାସ ପାଇଁ ଟ୍ରାଫିକ୍‌ କଟକଣା : ଆଇନ୍‌ ଉଲ୍ଲଂଘନ କଲେ ଜରିମାନା

ଭୁବନେଶ୍ୱର : ସ୍ୱାଧୀନତା ଦବିସ ଉପଲକ୍ଷେ ଆସନ୍ତା ୧୫ ତାରିଖ ସକାଳ ସାଢ଼େ ୬ଟା ସମୟରେ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌ ଅନୁଷ୍ଠିତ ହେବ। ଏଥିପାଇଁ ୧୧ ଓ ୧୨ ତାରିଖ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏବଂ ୧୩ ତାରିଖ ସକାଳ ୭ଟାରୁ ପୂର୍ବାହ୍ଣ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ କରାଯିବ। ତେଣୁ ଏହି ସମୟରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ସମୟରେ ରାମ ମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ ଅଡ଼କୁ ଆସୁଥିବା ଭାରୀଯାନଗୁଡ଼ିକ ମାଷ୍ଟକ୍ୟାଣ୍ଟିନ୍‌ ଛକକୁ ନଆସିବା ପାଇଁ କଟକଣା ଜାରି କରାଯାଇଛି। ଦୁଇ ଚକିଆ ତଥା ହାଲୁକା ଯାନଗୁଡ଼ିକ ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ଆସିପାରିବେ, ମାତ୍ର ପିଏମ୍‌ଜି ଛକକୁ ନଯିବା ପାଇଁ କଟକଣା ଲଗାଯାଇଛି। ସେହିପରି କୌଣସି ଯାନବାହାନ ହାଉସିଂବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଛକ ଆଡ଼କୁ ଆସିବେ ନାହିଁ। ଉକ୍ତ ଯାନଗୁଡ଼ିକ କେଶରୀ ଟକିଜ୍‌ ବାମପଟ ଲେନ୍‌ରେ ଯିବେ। ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନ ଜୟଦେବ ଭବନ ହୋଇ ଇଡ୍‌କଲ ଅଡିଟୋରିୟମ୍‌ ପଟକୁ ଯିବେ। ୧୨୦ ବାଟାଲିୟନ୍‌ ଛକରୁ ରବୀନ୍ଦ୍ର ମଣ୍ଡପ ପଟକୁ ଆସୁଥିବା ସମସ୍ତ ଯାନବାହାନ ଏମ୍‌ଏଲ୍‌ଏ କଲୋନି ଦେଇ ୪ନମ୍ବର ପଟକୁ ଯିବେ। ମହାତ୍ମାଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍‌ ଓ ବାଇଲେନ୍‌ରେ ଯାନବାହାନ ଚଳାଚଳ ବନ୍ଦ ରହିବ। ତେବେ ଏହି ସମୟରେ ରେଳଷ୍ଟେସନ୍‌, କଂଗ୍ରେସ ଭବନ, ଜୟଦେବ ଭବନ, ଇଡ୍‌କଲ୍‌ ଅଡିଟୋରିୟମ, ୩ ନମ୍ବର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ରବୀନ୍ଦ୍ର ମଣ୍ଡପ ଭିତରେ ଥିବା ସମ୍ମୁଖ ଖୋଲାସ୍ଥାନ ଏବଂ ୨ନମ୍ବର ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। ବିଶେଷ କରି ୧୫ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍‌ ସରିବା ପର୍ଯ୍ୟନ୍ତ ପିଏମ୍‌ଜି ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ମଧ୍ୟରେ କୌଣସି ବ୍ୟକ୍ତି ଗ୍ୟାସ୍‌ ବେଲୁନ୍‌ ବିକ୍ରି କରିପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି। ଆଇନ୍‌ ଉଲ୍ଲଂଘନ କଲେ ୫ଶହରୁ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ରାତି ସାରା ବର୍ଷା : ନିଦ ହଜେଇଦେଲା,ପରିସ୍ଥିତି ବେହାଲ୍

Tue Aug 7 , 2018
ଭୁବନେଶ୍ୱର : ଗତ ସନ୍ଧ୍ୟାରୁ ହୋଇଥିବା ବର୍ଷା ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି। ବିଏମ୍‌ସିର ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ରାସ୍ତାରେ ପାଣି ଜମିଛି। ଘରେ ବି ପାଣି ପଶିଛି। ସନ୍ଧ୍ୟା ୭ଟାରୁ ରାତି ୨ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋଟିଏ ମହଲା ଘର ପାଣିରେ ବୁଡ଼ି ଯାଇଛି। ସବୁଠାରୁ ଚର୍ଚ୍ଚାରେ ରହିଥିବା ଇସ୍କନ୍‌ ସମ୍ମୁଖରେ ୧୦ ଫୁଟର ପାଣି ଜମିଛି। ବଭିନ୍ନ ସ୍ଥାନରେ ଖାଲଖମାରେ ପଡ଼ି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial