ଟ୍ରାଫିକ୍‌ କନ୍‌ଷ୍ଟେବଳଙ୍କ ଦାଦାଗିରି: ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ଡାକ୍ତରଙ୍କୁ ମାଡ଼

ଅନୁଗୋଳ: ଅନୁଗୋଳ ସହର ସ୍ଥିତ ଥାନା ଛକରେ ଟ୍ରାଫିକ କନଷ୍ଟେବଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ହେଲମେଟ୍‌ ଚେକିଂ ବେଳେ ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଜଣଙ୍କ ହେଲେ କମଳକାନ୍ତ ଜେନା।  ଅଭିଯୋଗ ଅନୁଯାୟୀ, ହେଲମେଟ୍ ଚେକିଂ ଚାଲୁଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଇଏନ୍‌ଟି ବିଭାଗରେ କାର୍ଯ୍ୟରତ ଡାକ୍ତର କମଳକାନ୍ତଙ୍କୁ ଟ୍ରାଫିକ୍‌ ପୁଲିସ୍‌ ଅଟକାଇ ଥିଲେ। ସେ ହେଲମେଟ୍ ପିନ୍ଧି ନଥିବାରୁ ଫାଇନ୍ ଦେବା ପାଇଁ ରାଜି ହୋଇଥିଲେ। ହେଲେ କନଷ୍ଟେବଳ ଜଣଙ୍କ କିଛି ନଶୁଣି ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।   

ସେ କହିଛନ୍ତି, “୨ ଜଣ କନଷ୍ଟେବଳ ମୋତେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।”

Share Now:

Kalinga News Beuro

Leave a Reply

Next Post

ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ

Mon Aug 13 , 2018
ବାରଙ୍ଗ,: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ରବିବାର ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଟିକେଟ୍‌ ଘର ନିକଟରେ ଏନେଇ ଆୟୋଜିତ ସ୍ୱତନ୍ତ୍ର ଉତ୍ସବକୁ ନନ୍ଦନକାନନ ନିର୍ଦ୍ଦେଶକ ହରିଶଙ୍କର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ୩ଟି ହାତୀ ପ୍ରେମା, ବାସନ୍ତୀ ଓ ଦେଢ଼ ବର୍ଷର ହାତୀ ଛୁଆ ‘ମାମା’ ସାମିଲ ହୋଇଥିଲେ। ହୀରା, ଗୌରୀ, କମଳା ଓ ଜୁଲି ଆଦି ହାତୀମାନଙ୍କ ସ୍ୱଭାବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial