ବିଜେଡିରୁ ବିଧାୟକ ପ୍ରାର୍ଥୀ ହେଲେ ମହିଳା ସରପଞ୍ଚ : ସୁପ୍ରିମୋଙ୍କୁ ଜଣାଇଲେ ଧନ୍ୟବାଦ

ବିଜେଡିରୁ ବିଧାୟକ ପ୍ରାର୍ଥୀ ହେଲେ ମହିଳା ସରପଞ୍ଚ

ଭୁବନେଶ୍ୱର: ଦୁଇ ଦିନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ପଞ୍ଚମ ପର୍ଯ୍ୟାୟରେ ଯେତେବେଳେ ପ୍ରାର୍ଥୀ ଘୋଷଣା କରିଥିଲା, ସେହି ସମୟରେ ଟିକେଟ ନପାଇ ପୂର୍ବ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। କିନ୍ତୁ ଆଜି ବିଜେଡି ଜଣେ ମହିଳା ସରପଞ୍ଚ ଯେତେବେଳେ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା କଳା, ସଂପୃକ୍ତ ଲୋକପ୍ରତିନିଧି ଜଣକ ନିଜର ଲୁହକୁ ଅଟକାଇ ପାରି ନଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରେମୁଣାରୁ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ଭାବବିହ୍ଵଳ ହୋଇଯାଇଥିଲେ। ତାଙ୍କର ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଆସିଥିଲା। ଶ୍ରୀ ପଟ୍ଟନାୟକ ଆଜି ଷଷ୍ଠ ପର୍ଯ୍ୟାୟରେ ବିଜେଡିର ଆଉ ୯ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ, ଯେଉଁଥିରେ ରେମୁଣା ଆସନ ମଧ୍ୟ ସାମିଲ ଥିଲା। ରେମୁଣା ପାଇଁ ପତ୍ରିପ।ଲ୍ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଶ୍ରୀମତୀ ମହାଲିକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରେମୁଣାରେ ଚର୍ଚ୍ଚା ଜୋର ଧରିଛି।
ଶ୍ରୀମତୀ ମହାଳିକ ଜଣେ ସରପଞ୍ଚ ଭାବେ ଦଳର ବିଶ୍ୱାସ ଭାଜନ ହୋଇପାରିଛନ୍ତି। ଏହି କାରଣରୁ ବିଜେଡି ତାଙ୍କୁ ବିଧାୟିକା ଟିକେଟ ଦେଇଛି। ତାଙ୍କ ଉପରେ ଦଳ ବହୁ ଭରସା ମଧ୍ୟ ରଖିଛି। ଅନ୍ୟପଟରେ ଶ୍ରୀମତୀ ମହାଲିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଜଣେ ଗରିବ ମହିଳାକୁ ଆଗକୁ ଯିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ସୂଚନାଯୋଗ୍ୟ, ରେମୁଣା ଆସନରେ ୨୦୦୯ରେ ବିଜେଡି ବିଜୟୀ ହୋଇଥିଲା ବେଳେ ୨୦୧୪ରେ ବିଜେପି ଠାରୁ ପରାଜିତ ହୋଇଥିଲା। କିନ୍ତୁ ୨୦୧୯ରେ ବିଜେଡି ଟିକେଟ୍‌ ସୁଧାଶୁଂ ଶେଖର ପରିଡା ବିଜୟୀ ହୋଇଥିଲେ। ଏହି ଆସନକୁ ନିଜ କବଜାରେ ରଖିବାକୁ ବିଜେଡି ଏବେ ନୂଆ କରିଛି। ସେଥିପାଇଁ ଜଣେ ମହିଳା ସରପଞ୍ଚଙ୍କୁ ପ୍ରାର୍ଥୀ କରିଛି।

Share Now:

Kalinga News Beuro

Next Post

ପର୍ଯ୍ୟଟକଙ୍କ ପାଦରେ ତାତି ବେଡ଼ି : ଖଣ୍ଡଗିରି-ଉଦୟଗିରିରୁ କମିଲେ ଅଧା ପର୍ଯ୍ୟଟକ

Sat Apr 20 , 2024
ଖଣ୍ଡଗିରି: ତାତିର ପ୍ରଭାବ ସିଧାସଳଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ ଦେଖିବାକୁ ମିଳୁଛି। ଏମିତିକି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି-ଉଦୟଗିରି ଐତିହ୍ୟସ୍ଥଳକୁ ଗତକାଲି ମାଗଣା ପ୍ରବେଶ ସୁବିଧା କରା ଯାଇଥିଲେ ହେଁ ଆଶାନୁଯାୟୀ ପର୍ଯ୍ୟଟକ ଆସି ନଥିଲେ। ବର୍ତ୍ତମାନ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏହି ଯମଜ ପାହାଡ଼ ଏକପ୍ରକାର ଶୂନ୍‌ଶାନ ହୋଇଯାଉଛି। ସକାଳ ୮ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ୬ଟା ମଧ୍ୟରେ ଯାହା କିଛି ପର୍ଯ୍ୟଟକଙ୍କୁ ଏଠାରେ ଦେଖିବାକୁ ମିଳୁଛି।ଏଏସ୍‌ଆଇ ତଥ୍ୟ […]
ପର୍ଯ୍ୟଟକଙ୍କ ପାଦରେ ତାତି ବେଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial