ଭୁବନେଶ୍ୱରରେ ପୁଣି ଅପରାଜିତାଙ୍କ ୪୦ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରେ ପୁଣି ବିଜୟିନୀ ହୋଇଛନ୍ତି। ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜି ମାରିନେଇଛନ୍ତି। ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଛରେ ପଡ଼ିଥିଲେ ସୁଦ୍ଧା ପରେ ଜବରଦସ୍ତ କମବ୍ୟାକ କରିଥିଲେ ଅପରାଜିତା ଷଡ଼ଙ୍ଗୀ। ଏଥର ଭୁବନେଶ୍ୱରରେ ତାଙ୍କୁ ୪ ଲକ୍ଷ ୯୯ ହଜାର ୨୪୫ ଭୋଟ ମିଳିଛି। ତାଙ୍କ ପଛରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ମନ୍ମଥ ରାଉତରାୟଙ୍କୁ ୪ ଲକ୍ଷ ୫୯ ହଜାର ୨୩୪ ଭୋଟ୍‌ ମିଳିଛି। ୪୦ ହଜାର ୧୧ ଭୋଟ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛନ୍ତି। ଭୋଟିଂ ପରେ ଏଥର ଅପରାଜିତା ପରାଜିତ ହେବେ ବୋଲି ଅନେକ ରାଜନୈତିକ ପଣ୍ଡିତ ମତ ରଖିଥିଲେ। ହେଲେ ଏହା ଭୁଲ୍‌ ପ୍ରମାଣିତ ହୋଇଛନ୍ତି।

Share Now:

Kalinga News Beuro

Next Post

ପଦାରେ ପଡ଼ିଲା ଅପାରଗତା : ରାସ୍ତାରେ ନଳାପଙ୍କ

Tue Jun 4 , 2024
ଭୁବନେଶ୍ୱର: ବେଳହୁଁ ସାବଧାନ ହେଲେନି। କାଳବୈଶାଖୀ ବର୍ଷା ଦେଖାଇଦେଲା ବାସ୍ତବତା। ଅସରାଏ ବର୍ଷାରେ ରାସ୍ତା ଉପରକୁ ଉଠି ଆସିଲା ନଳାପଙ୍କ। ରାସ୍ତାରେ ଜମାହୋଇ ରହିଲା। ଆଜି ଦିନସାରା ଏହି ପଙ୍କ ସମସ୍ତଙ୍କୁ ଟେନ୍‌ସନ୍‌ ଦେଲା। ଗାଡ଼ି ଚକାରୁ ଛିଟିକି ଆସି ପଥଚାରୀଙ୍କ ଦେହରେ ନେସି ହୋଇଗଲା। କେତେକ ଏହି ପଙ୍କରେ ଖସି ବାଇକ୍‌ ଓ ସ୍କୁଟି ସହ ଚିତ୍‌ପଟାଙ୍ଗ୍‌ ମାରିଲେ। କେତେକ ଜାଗାରେ ପାଇଖାନା ନଳା ସହ ସଂଯୁକ୍ତ ହୋଇଥିବାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial