ପିପିଲିରେ ବିଜେପି ରାଲି ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ବିଜେପି ରାଲି ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ପୁରୀ: ପିପିଲିରେ ବିଜେପି ରାଲି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ରାୟଗୁରୁପୁରରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲିରେ ଉପସ୍ଥିତ ଥିବା କର୍ମୀଙ୍କ ଉପରକୁ ଆକ୍ରମଣ ହୋଇଥିବା କୁହାଯାଇଛି। ଅଭିଯୋଗ ଅନୁଯାୟୀ, ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତ ହୋଇଛନ୍ତି। ଏପରିକି ରାଲିରେ ଯାଉଥିବା ବିଜେପି କର୍ମୀଙ୍କ ଗାଡ଼ିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାର ପ୍ରତିବାଦରେ ଡେଲାଙ୍ଗ-ରାୟଗୁରୁପୁର ରାସ୍ତାରେ ଧାରଣାରେ ବସିଛନ୍ତି ପ୍ରାର୍ଥୀ ଆଶ୍ରିତ ଓ ବିଜେପି କର୍ମୀ। ଆଉ ଦିନ କେଇଟା ପରେ ପିପିଲିରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର ବେଳେ ଏଭଳି ଆକ୍ରମଣ ଅଭିଯୋଗ ପିପିଲି ରାଜନୀତିକୁ ଆହୁରି ଉଷ୍ମ କରିଛି।

Share Now:

Kalinga News Beuro

Next Post

ଯୁବକଙ୍କ ମୁଣ୍ଡ ଫଟାଇଦେଲେ ଫାଇନାନ୍ସ କର୍ମଚାରୀ

Fri Apr 2 , 2021
ଭୁବନେଶ୍ବର : ବରମୁଣ୍ଡା ପାତ୍ର ଇଲେକ୍ଟ୍ରୋନିକ୍ସ ନିକଟରେ ଆଜି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଯୁବକଜଣଙ୍କ କିଛି ଦିନ ତଳେ ଫାଇନାନ୍ସରେ କିଛି ସାମଗ୍ରୀ ନେଇଥିଲେ। କିନ୍ତୁ ମାସିକ କିସ୍ତି ଶୁଝୁ ନଥିବାରୁ ଆଜି ସଂସ୍ଥା ପକ୍ଷରୁ ତାଙ୍କୁ ବରମୁଣ୍ଡା ନିକଟକୁ ଡକାଯାଇଥିଲା। ସେଠାରେ ଯୁବକଙ୍କ ସହ ଫାଇନାନ୍ସ ସଂସ୍ଥାର କିଛି କର୍ମଚାରୀଙ୍କ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂସ୍ଥାର କର୍ମଚାରୀମାନେ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ […]
ଯୁବକଙ୍କ ମୁଣ୍ଡ ଫଟାଇଦେଲେ ଫାଇନାନ୍ସ କର୍ମଚାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial