ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ବର: ଓଡ଼ିଶାର ବିଜେପିର ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି। ଏଣୁ ସମସ୍ତ ୨୦ ନବନିର୍ବାଚିତ ବିଜେପି ସାଂସଦ ଆଜି ଦିଲ୍ଲୀ ଯିବେ ବୋଲି ଜଣାଯାଇଛି। ଆସନ୍ତାକାଲି ବିଜେପିର ସଂସଦୀୟ ଦଳର ବୈଠକ ବସୁଛି। ୨୦ ନବନିର୍ବାଚିତ ବିଜେପି ସାଂସଦ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ରାଜ୍ୟର ସରକାର ଗଠନ ସମ୍ପର୍କରେ ମତାମତ ନେଇ ପାରନ୍ତି ଶୀର୍ଷ ନେତୃତ୍ୱ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ। ରାଜ୍ୟରେ ୨୦ ଜଣ ବିଜେପି ସାଂସଦଙ୍କ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି। ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।

Share Now:

Kalinga News Beuro

Next Post

ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ

Thu Jun 6 , 2024
ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ ହୋଇଛି। ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା ପୁଣିଥରେ ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶରଦ ପାୱାର ଗୋଷ୍ଠୀର କିଛି ନେତା ଏଭଳି ଦାବି କରିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial