ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ

ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା

ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ସରଗରମ ହୋଇଛି। ଅଜିତ ପାୱାରଙ୍କ ସହ ଥିବା ଅନେକ ନେତା ପୁଣିଥରେ ଶରଦ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶରଦ ପାୱାର ଗୋଷ୍ଠୀର କିଛି ନେତା ଏଭଳି ଦାବି କରିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଜିତଙ୍କ କ୍ୟାମ୍ପର ୧୮ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ କ୍ୟାମ୍ପ ସହ ଯୋଗାଯୋଗରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏସବୁ ଭିତରେ ଅଜିତ ପାୱାର ନିଜ ବାସଭବନରେ ବିଧାୟକ ଦଳର ବୈଠକ ଡାକିଛନ୍ତି। ଯଦି ଶରଦ ପାୱାରଙ୍କ କ୍ୟାମ୍ପ କରୁଥିବା ଦାବିରେ ସତ୍ୟତା ଥାଏ ତେବେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ହଟଚମଟ ଦେଖିବାକୁ ମିଳିପାରେ। କାରଣ ଅଜିତ ପାୱାରଙ୍କ କ୍ୟାମ୍ପରେ ୪୦ ଜଣ ବିଧାୟକ ରହିଛନ୍ତି, ଯେଉଁମାନେ ସିନ୍ଦେ ସରକାରର ସୁରକ୍ଷାକବଚ ସାଜିଛନ୍ତି। ମହାରାଷ୍ଟ୍ରରେ ବିଜେପି, ଅଜିତ ପାୱାରଙ୍କ ଏନସିପି ଓ ଶିବସେନା ସିନ୍ଦେ ଗୋଷ୍ଠୀର ମିଳିତ ସରକାର ଚାଲିଛି। ଅନ୍ୟପଟେ ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ମହାରାଷ୍ଟ୍ରରେ ଦମଦାର ପ୍ରଦର୍ଶନ କରିଛି। କଂଗ୍ରେସ ୧୩, ଶିବସେନା ଉଦ୍ଧବ ଗୋଷ୍ଠୀ ୯ ଓ ଏନସିପି ଶରଦ ପାୱାର ଗୋଷ୍ଠୀ ୮ଟି ଆସନରେ ବିଜୟୀ ହୋଇଛନ୍ତି।

Share Now:

Kalinga News Beuro

Next Post

ଦିଲ୍ଲୀକୁ ଜଳ ଯୋଗାଣ ପାଇଁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Thu Jun 6 , 2024
ନୂଆଦିଲ୍ଳୀ: ଦିଲ୍ଲୀରେ ପ୍ରବଳ ଗରମ ସହ ଏବେ ଜଳ ସଂକଟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଜଳ ସଙ୍କଟର ମୁକାବିଲା ପାଇଁ ସହରକୁ ସାହାଯ୍ୟ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁବାର ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ହରିଆଣା ବୋର୍ଡକୁ ସୂଚନା ଦେବା ସହ ହିମାଚଳ ପ୍ରଦେଶକୁ ଜଳ ଛାଡ କରିବାକୁ କୋର୍ଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial